40.1 C
Bhubaneswar
Saturday, April 27, 2024
Homeଓଡିଶାଓଡ଼ିଶା ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲିକେସନ୍ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା

ଓଡ଼ିଶା ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲିକେସନ୍ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା

ଭୁବନେଶ୍ୱର: ଓଡିଶା ବିଧାନ ସଭାରେ ଜାତୀୟ ଇ-ବିଧାନ ଆପ୍ଲିକେସନ୍ (ନେଭା) ର ଅଗ୍ରଗତି ଏବଂ କାର୍ଯ୍ୟକାରିତାର ସ୍ଥିତି ସମୀକ୍ଷା କରିବାକୁ ରାଜୀବ ରାଠୀ, ଉପ ମହାନିର୍ଦ୍ଦେଶକ ତଥା ରାଜ୍ୟ ସଂଯୋଜକ, ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର, ନୂଆଦିଲ୍ଲୀଙ୍କ ଦିନିକିଆ ଗସ୍ତ କରିଛନ୍ତି । ଶ୍ରୀ ରାଠି, ବିଧାନ ସଭା ରେ ପହଂଚିବା ପରେ ଓଡ଼ିଶା ବିଧାନସଭାର ସଚିବ ଦାଶରଥୀ ଶତପଥୀ ତାଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ରାଠୀ ଓଡ଼ିଶା ବିଧାନସଭାର ଡିଜିଟାଲ ହାଉସ, ନେଭା ସେଲ ଏବଂ ନେଭା ସେବା କେନ୍ଦ୍ର ପରିଦର୍ଶନ କରିଥିଲେ ଓ କାର୍ଯ୍ୟର ଅଗ୍ରଗତି ବୁଲି ଦେଖି ଥିଲେ । ଏତେ କମ ଦିନ ମଧ୍ୟ ରେ ସଭା ଗୃହରେ ଆଇ -ପଡ଼ ସ୍ଥାପନ ଓ ନେଟୱର୍କିଂ କାମ ସାରି ଥିବା ଦେଖି ଶ୍ରୀ ରାଠୀ,ଅତ୍ୟନ୍ତ ଖୁସି ପ୍ରକାଶ କଲେ ଏବଂ ଏବେ ଗୃହ କାର୍ଯ୍ୟ ବନ୍ଦ ଥିବାରୁ ସମସ୍ତ ପରୀକ୍ଷଣ କାମ ଏହି ସମୟ ଅବଧି ମଧ୍ୟରେ ସାରିବାକୁ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଉପସ୍ତିଥ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ଏହା ପରେ ନେଭା ସେବା କେନ୍ଦ୍ର ଠାରେ ପ୍ରକଳ୍ପ ର ସ୍ତିଥି ଓ ଅଗ୍ରଗତି ସମ୍ବଦ୍ଧରେ ଏକ ସମୀକ୍ଷା ବୈଠକ ହୋଇଥିଲା । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡ଼. ଅଶୋକ କୁମାର ହୋତା, ଡିଡିଜି ତଥା ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ, ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର, ଓଡ଼ିଶା, ସତୀଶ କୁମାର ମେଶ୍ରା, ଯୁଗ୍ମ ସଚିବ, ଓଡ଼ିଶା ବିଧାନସଭା, ଶିବ ପ୍ରସାଦ ଦାଶ , ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ, ଅଶୋକ ରାଉତ, ଯୁଗ୍ମ ନିର୍ଦ୍ଦେଶକ (ଆଇଟି, ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଏବଂ ନେଭା ପ୍ରକଳ୍ପର ବୈଷୟିକ ମାନବ ସମ୍ବଳ ତଥା ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମୀକ୍ଷା ବୈଠକରେ ଅଶୋକ ରାଉତ୍ , ଯୁଗ୍ମ ନିର୍ଦ୍ଦେଶକ (ଆଇଟି) ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ଓଡ଼ିଶା ବିଧାନସଭାରେ ନେସନାଲ ଇ-ବିଧାନ ଆପ୍ଲିକେସନର ସ୍ତିଥି, ଅଗ୍ରଗତି ଓ କାର୍ଯ୍ୟ କାରିତା ସମ୍ପର୍କରେ ଏକ ସଂକ୍ଷିପ୍ତ ଉପସ୍ଥାପନା ଦେଇଥିଲେ । ପରିଶେଷ ରେ ଶ୍ରୀ ରାଠୀ ଓଡ଼ିଶା ବିଧାନସଭାର ସଫଳତା ପାଇଁ ଗଭୀର ସନ୍ତୋଷ ବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking