37.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗପୋଷ୍ଟ ଅଫିସ ଦେଉଛି ସୁବର୍ଣ୍ଣ ସୁଯୋଗ, ପଢନ୍ତୁ କଣ

ପୋଷ୍ଟ ଅଫିସ ଦେଉଛି ସୁବର୍ଣ୍ଣ ସୁଯୋଗ, ପଢନ୍ତୁ କଣ

ନୂଆଦିଲ୍ଲୀ: ଯଦି ଆପଣ ଟଙ୍କା ନିବେଶ କରିବାକୁ ମନ ବଳାଉଛନ୍ତି, ତେବେ ଆପଣଙ୍କ ସବୁଠୁ ଭଲ ବିକଳ୍ପ ହେଲା, ଇଣ୍ଡିଆନ ପୋଷ୍ଟ ଅଫିସ । ପୋଷ୍ଟ ଅଫିସରେ ମାସିକିଆ ଇନକମ ସ୍କିମ ଆକାଉଣ୍ଟ ପିଓଏମଆଇଏସ ଆପଣଙ୍କ ପାଇଁ ଠିକ ରହିବ । ଆଉ ବିବାହିତା ବ୍ୟକ୍ତି ଏହାର ବେଶ ଲାଭ ଉଠାଇ ପାରିବେ । ଏଥିରେ ସିଙ୍ଗଲ ଓ ଜଏଣ୍ଟ ଆକାଉଣ୍ଟ ଖୋଲିବାର ସୁବିଧା ମିଳିବ । ସିଙ୍ଗଲ ନିବେଶକଙ୍କୁ ଅତି କମରେ ପ୍ରତି ମାସରେ ୨୪୭୫ ଟଙ୍କା କିମ୍ବା ୨୯୭୦୦ ଇନକମ କରିବାର ଗ୍ୟାରେଣ୍ଟି ମିଳିବ । ହେଲେ ଜଏଣ୍ଟ ଆକାଉଣ୍ଟରେ ଏହା ଦୁଇଗୁଣ ହୋଇଥାଏ । ପିଓଏମଆଇଏସ ଆକାଉଣ୍ଟ ଯଦି ସିଙ୍ଗଲ ଆକାଉଣ୍ଟରେ ଖୋଲୁଛନ୍ତି, ତେବେ ଆପଣଙ୍କୁ ୪.୫ ଲକ୍ଷ ଜମା କରିବାକୁ ପଡିବ । ସେହିଭଳି ଜଏଣ୍ଟ ଆକାଉଣ୍ଟରେ ୯ ଲକ୍ଷ ଜମା କରିବାକୁ ପଡିବ । ଏଥିରେ ସୁଧ ହାର ୬.୬ ପ୍ରତିଶତ ଆପଣଙ୍କୁ ମିଳିବ । ଏହି ସ୍କିମର ବୈଧତା ୫ ବର୍ଷ ଯାଏଁ ଅଛି । ତେବେ ନିବେଶ ଅନୁସାରେ, ଏହାକୁ ୫.୫ ବର୍ଷରୁ ବି ଅଧିକ ବୃଦ୍ଧି କରାଯାଇପାରେ । ଏହି ଆକାଉଣ୍ଟ ଖୋଲିବା ପାଇଁ ଆପଣଙ୍କୁ ପରିଚୟ ପତ୍ର, ରେସିଡେନ୍ସିଆଲ ପ୍ରୁଫ, ୨ଟି ପାସପୋର୍ଟ ସାଇଜ ଫଟୋ ଦରକାର ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking