28.1 C
Bhubaneswar
Friday, April 26, 2024
Homeଓଡିଶାଗଞ୍ଜେଇ ବେପାରୀଙ୍କ ଘର ଉପରେ ପୁଲିସର ଚଢ଼ଉ : ୮.୫ କେଜି ସୁନା ଓ ୭୫...

ଗଞ୍ଜେଇ ବେପାରୀଙ୍କ ଘର ଉପରେ ପୁଲିସର ଚଢ଼ଉ : ୮.୫ କେଜି ସୁନା ଓ ୭୫ ଲକ୍ଷ ଟଙ୍କା ଜବତ

ଗଞ୍ଜାମ : ଖଲ୍ଲିକୋଟ ପୁଲିସକୁ ଆଜି ମିଳିଛି ବଡ ସଫଳତା । ଜଣେ ଗଞ୍ଜେଇ ଚାଲାଣକାରୀଙ୍କ ଘରୁ ପୁଲିସ୍ ସାଢ଼େ ୮ କେଜି ସୁନା, ନଗଜ ୭୫ ଲକ୍ଷ ଟଙ୍କା, ୩୪ କେଜି ଗଞ୍ଜେଇ ଓ ୧୦ କେଜି ଅଫିମ ଜବତ କରିଛି । ଅଭିଯୁକ୍ତ ରଜନୀକାନ୍ତ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି । ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ଖଲ୍ଲିକୋଟ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ  ବିସ୍ତୃତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ବଡ଼ଦାଣ୍ଡ ସାହିର ରଜନୀକାନ୍ତ ପଟ୍ଟନାୟକ ଗତକାଲି ରାତିରେ ଏକ ସ୍କୁଟିରେ ଗଞ୍ଜେଇ ଚାଲାଣ କରୁଥିଲେ । ଏହି ସମୟରେ ଭେଜିପୁଟ ଫାଣ୍ଡି ଅଧିକାରୀ ମନୋଜ କୁମାର ପ୍ରଧାନଙ୍କ ହାବୁଡ଼ରେ ପଡ଼ିଥିଲେ । ତାଙ୍କୁ ଫାଣ୍ଡିକୁ ଆଣି ପଚରାଉଚରା କରିଥିଲା ପୁଲିସ ।

ଫାଣ୍ଡି ଅଧିକାରୀ ଶ୍ରୀ ପ୍ରଧାନଙ୍କ ଏତଲା ଅନୁସାରେ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସଦଳ ବଳେ ଅଭିଯୁକ୍ତ ରଜନୀକାନ୍ତ ପଟ୍ଟନାୟକଙ୍କ ଖୋଜାପଲ୍ଲୀ ଘରେ ଚଢ଼ଉ କରିଥିଲେ । ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଜ୍ୟୋର୍ତିମୟ ଦାଶ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଭାବେ ସେଠାରେ ଉପସ୍ଥିତ ଥିଲେ । ଚଢ଼ଉ ବେଳେ ଘରୁ ୩୪ କେଜି ୯୪ ଗ୍ରାମ ଗଞ୍ଜେଇ, ୧୦ କେଜି ୧୦ ଗ୍ରାମ ଅଫିମ, ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା ଓ ୮ କେଜି ୫୯୬ ଗ୍ରାମ ସୁନା ଗହଣା ଜବତ ହୋଇଥିଲା ।  ଅଭିଯୁକ୍ତ ରଜନୀକାନ୍ତ କନ୍ଧମାଳରୁ ବେଆଇନ ଭାବେ ଚୋରାରେ ଗଞ୍ଜେଇ ଆଣି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ ବୋଲି ଏସ୍‌ପି ଶ୍ରୀ ରାଏ ସୂଚନା ଦେଇଛନ୍ତି । ତେବେ ଘର ଭିତରୁ ବିପୁଳ ପରିମାଣର ଟଙ୍କା ଓ ସୁନା ଗହଣା କାହିଁକି ସେ ଗଚ୍ଛିତ ରଖିଥିଲେ ଓ କେଉଁଠୁ ଆଣିଲେ ତାହା ସ୍ପଷ୍ଟ ହୋଇନାହିଁ ।

ଏ ସଂପର୍କରେ ଅନୁସନ୍ଧାନ କରାଯାଉଛି ବୋଲି ଏସ୍‌ପି କହିଛନ୍ତି । ପୂର୍ବରୁ ଅଭିଯୁକ୍ତ ନାମରେ ଅନ୍ୟ କୌଣସି ଥାନାରେ ମାମଲା ରହିଛି କି ନାହିଁ, ତାହାର ମଧ୍ୟ ଅନୁସନ୍ଧାନ ଚାଳିଛି । ରଜନୀକାନ୍ତଙ୍କର କେଉଁ କେଉଁ ବ୍ୟାଙ୍କରେ ଆକାଉଣ୍ଟ ରହିଛି ଏବଂ ସେଥିରେ କେତେ ଟଙ୍କା ରହିଛି ତାହାର ମଧ୍ୟ ଖୋଳତାଡ କରୁଛି ପୁଲିସ । ବ୍ୟାଙ୍କ ଆକାଉଣ୍ଟ ସିଜ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଏସ୍‌ପି ଶ୍ରୀ ରାଏ କହିଛନ୍ତି । ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ କେସ୍ ନମ୍ବର ୬୪୫/୨୦୨୧ ଦଫା ୧୮ ବି,୨୦ ବି,୨୫,୨୯ ଏନଡିପିଏସ ଆକ୍ଟ୧୯୮୫ ଅନୁସାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ରଜନୀକାନ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking