35.1 C
Bhubaneswar
Tuesday, April 23, 2024
Homeଖେଳଜୁନିୟର୍ ହକି ବିଶ୍ୱକପ୍ : ବିଦେଶୀ ଟିମ୍‌ଙ୍କୁ କ୍ୱାରେଣ୍ଟାଇନ୍‌ରୁ ରିହାତି

ଜୁନିୟର୍ ହକି ବିଶ୍ୱକପ୍ : ବିଦେଶୀ ଟିମ୍‌ଙ୍କୁ କ୍ୱାରେଣ୍ଟାଇନ୍‌ରୁ ରିହାତି

ନୂଆଦିଲ୍ଲୀ: ଭୁବନେଶ୍ୱରରେ ଆସନ୍ତା ମାସରେ ହେବାକୁ ଥିବା ଏଫ୍‌ଆଇଏଚ୍ ପୁରୁଷ ଜୁନିୟର୍ ହକି ବିଶ୍ୱକପ୍ ପାଇଁ ଭାରତ ଆସିବାକୁ ଥିବା ବିଦେଶୀ ଟିମ୍‌ଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ ନାହିଁ । ତେବେ ଖେଳାଳିମାନଙ୍କୁ ଭାରତରେ ରହଣି ଅବସରରେ କେବଳ କୋଭିଡ୍‌-୧୯ ଲକ୍ଷଣ ନେଇ ନିଜ ଉପରେ ନଜର ରଖିବା ଆବଶ୍ୟକତା ରହିଛି । ଚଳିତ ମାସ ପ୍ରାରମ୍ଭରେ କ୍ରୀଡ଼ା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏଲ୍‌ଏସ୍ ସିଂହଙ୍କ ଅନୁରୋଧ ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି । ତେବେ ସମସ୍ତ ଟିମ୍‌ଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସୁରକ୍ଷା କୋଭିଡ୍‌-୧୯ ପ୍ରୋଟୋକଲ୍‌ର ପାଳନ କରିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଏଫ୍‌ଆଇଏଚ୍ ପୁରୁଷ ଜୁନିୟର ହକି ବିଶ୍ୱକପ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ନଭେମ୍ବର ୨୫ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଆୟୋଜକ ଭାରତ ଟୁର୍ଣ୍ଣାମେଣ୍ଟର ଡିଫେଣ୍ଡିଂ ଚାମ୍ପିଅନ୍ । ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେବାକୁ ଥିବା ବିଦେଶୀ ଟିମ୍‌ଙ୍କୁ ଯେଉଁ କେତେକ ଅନିବାର୍ଯ୍ୟ ପ୍ରୋଟୋକଲ୍ ଅନୁସରଣ କରିବାକୁ ହେବ ତାହା ମଧ୍ୟରେ ଭାରତ ଯାତ୍ରାର ଅତିକମ୍‌ରେ ୭୨ ଘଣ୍ଟା ପୂର୍ବରୁ ଆର୍‌ଟି-ପିସିଆର କୋଭିଡ୍‌-୧୯ ପରୀକ୍ଷଣ କରିବାକୁ ପଡ଼ିବ । ଏହା ସହିତ ୟୁରୋପ ଏବଂ ମଧ୍ୟ ଏସିଆରୁ ଆସିଥିବା ଟିମ୍‌ଙ୍କର ବିମାନ ବନ୍ଦରରେ ପହଞ୍ଚିବା ପର ଅନିବାର୍ଯ୍ୟ ପରୀକ୍ଷଣ ସାମିଲ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ ସିଂହଙ୍କୁ ପଠାଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି, ‘ସମସ୍ତ ପ୍ରତିଯୋଗୀ ଭାରତରେ ପହଞ୍ଚିବା ପରେ ୧୪ ଦିନ ପର୍ଯ୍ୟନ୍ତ ନିଜ ସ୍ୱାସ୍ଥ୍ୟ ଉପରେ ସ୍ୱୟଂ ନଜର ରଖିବେ ଏବଂ ଯଦି ସେମାନଙ୍କର କୌଣସି କୋଭିଡ୍‌-୧୯ ଲକ୍ଷଣ ଦେଖାଯାଏ, ତେବେ ସେମାନେ ନିଜକୁ ଆଇସୋଲେଟ୍ କରିବା ସହ ଟୁର୍ଣ୍ଣାମେଣ୍ଟ୍ ଆୟୋଜକ/ନିକଟସ୍ଥ କୋଭିଡ୍ ହେଲ୍‌ଥ ସୁବିଧା କେନ୍ଦ୍ର/ଜାତୀୟ କିମ୍ବା ରାଜ୍ୟ ହେଲ୍‌ପଲାଇନ୍‌କୁ ଏ ସମ୍ପର୍କରେ ରିପୋର୍ଟ କରିବେ ।

ଏହା ବ୍ୟତୀତ ସମସ୍ତ ପ୍ରତିଯୋଗୀଙ୍କୁ ଅତିକମ୍ ସାର୍ବଜନୀନ ସମ୍ପର୍କରେ ରହିବାକୁ ହେବ ଏବଂ ମାସ୍କ ବ୍ୟବହାର, ସାମାଜିକ ଦୂରତ୍ୱ, ଟୁର୍ଣ୍ଣାମେଣ୍ଟ ଅବସରରେ ନିୟମିତ ଭାବେ ହାତ ଧୋଇବା ପରି କୋଭିଡ୍ ପାଇଁ ଥିବା ଉପଯୁକ୍ତ ବ୍ୟବହାରର ପାଳନ କରିବାକୁ ହେବ । ପତ୍ରରେ ଆହୁରି ଉଲ୍ଲେଖ କରାଯାଇଛି ଯେ ଯଦି କୌଣସି ପ୍ରତିଯୋଗୀଙ୍କ ନିକଟରେ କୋଭିଡ୍‌-୧୯ ଲକ୍ଷଣ ଦେଖାଯାଏ, ତେବେ ତାଙ୍କର ଆର୍‌ଟି-ପିସିଆର୍ ପରୀକ୍ଷଣ କରାଯିବା ସହିତ ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ କ୍ରୀଡ଼ା ବିଭାଗ କ୍ୱାରେଣ୍ଟାଇନ୍‌ରେ ପଠାଇବ । ଆୟୋଜକ ଭାରତ ବ୍ୟତୀତ ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେବାକୁ ଥିବା ଅନ୍ୟ ଟିମ୍‌ଗୁଡ଼ିକ ହେଲେ କୋରିଆ, ମାଲେସିଆ, ପାକିସ୍ତାନ, ସାଉଥ୍ ଆଫ୍ରିକା, ଇଜିପ୍ଟ, ଫ୍ରାନ୍ସ, ଜର୍ମାନୀ, ବେଲ୍‌ଜିୟମ୍‌, ସ୍ପେନ୍‌, ନେଦରଲାଣ୍ଡ୍‌ସ, ୟୁଏସ୍‌ଏ, କାନାଡା, ଚିଲି, ଆର୍ଜେଣ୍ଟିନା ଓ ପୋଲାଣ୍ଡ । କୋଭିଡ୍‌-୧୯ ସମ୍ବନ୍ଧିତ ଯାତ୍ରା କଟକଣା ଯୋଗୁଁ ଓହରିଯାଇଥିବା ଇଂଲଣ୍ଡ ସ୍ଥାନରେ ପୋଲାଣ୍ଡ୍ ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking