28.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗପୋଲିସ ପଦକ ଘୋଷଣା

ପୋଲିସ ପଦକ ଘୋଷଣା

ଭୁବନେଶ୍ୱର,(ଓଏନଏ ): ସାଧାରଣତନ୍ତ୍ର ଦିବସ ଅବସରରେ ପୋଲିସ ପଦକ ଘୋଷଣା ହୋଇଛି । ଓଡିଶାରୁ ଦସ୍ୱବ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ । ଅନ୍ୟ ୧୧ ପୋଲିସ କର୍ମଚାରୀଙ୍କୁ ବି ମିଳିବ ଉଲ୍ଲେଖନୀୟ ସେବା ପଦକ । ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ । ବିପିଏସପିଏ ଡେପୁଟୀ ସୁବେଦାର ବୁଦ୍ଧି ବାହାଦୂର ଥାପାଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ଆଇନ ଶୃଙ୍ଖଳା ଆଇଜି ପ୍ରବୀଣ କୁମାର ପାଇବେ ପୋଲିସ ପଦକ । ଏଏସପି ରବୀନ୍ଦ୍ର ଦାସ, ଏଏସପି ଭବାନୀ ଶଙ୍କର ମିଶ୍ର ପାଇବେ ପୋଲିସ ପଦକ । ଡେପୁଟୀ କମାଣ୍ଟାଣ୍ଟ ଅଶୋକ ଦେହୁରୀ, ଏସିପି ପ୍ରକାଶ ପାଲ,ଏଏସଆଇ ମନୋରଂଜନ ଶତପଥୀ, ହାବିଲଦାର ସରୋଜ ଭୋଇ, ହାବିଲଦାର ସେକ ନାଶିରୁଦ୍ଦିନ, କନେଷ୍ଟବଳ ଗୌତମ ପାତ୍ର, ସୁବେଦାର ହେମନ୍ତ ଛେତ୍ରି, ଡେପୁଟୀ କମାଣ୍ଡାଣ୍ଟ ବୁଦ୍ଦା ତମାଙ୍ଗ ପାଇବେ ପୋଲିସ ପଦକ । ସେହିଭଳିଜେଲ ଓ ଅଗ୍ନିଶମ କର୍ମଚାରୀଙ୍କ ପାଇଁ ବି ପଦକ ଘୋଷଣା ହୋଇଛି । ଜେଲ ବିଭାଗ ପାଇଁ ଓଡିଶାର ୩ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ଡିପିଓ ସୁଜାତା ଦାସ, ମୁଖ୍ୟ ୱାର୍ଡର ଦେବରାଜ ପ୍ରଧାନ, ୱାର୍ଡର ମହେଶ୍ୱର ବେହେରା, ପରିବର୍ତନୀୟ ସେବା ପାଇଁ ଜେଲ ବିଭାଗର ୨ ଜଣ ପାଇବେ ପଦକ । ୱାର୍ଡର ଡି. ଋମେଶ ଏବଂ ଭଗବାନ ପ୍ରଧାନ ପାଇବେ ପଦକ । ଓଡିଶାର ୫ ଅଗ୍ନିଶମ କର୍ମଚାରୀ ମଧ୍ୟ ପଦକ ପାଇବାକୁ ମନୋନୀତ ହୋଇଛନ୍ତି । କମଳାକାନ୍ତ ପୁହାଣ, ଶରଚ ଚନ୍ଦ୍ର ମଲ୍ଲିକ, ପ୍ରଦୀପ ପଟ୍ଟନାୟକ ପାଇବେ ପଦକ । ପ୍ରକାଶ କୁମାର ବେହେରା, ବଳଭଦ୍ର ଦେହୁରୀ ପାଇବେ ପଦକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking