28.1 C
Bhubaneswar
Friday, April 26, 2024
Homeଓଡିଶାବଡ଼ନଦୀ ବାଲିଘାଟରେ ପୁଲିସ ଚଢ଼ଉ : ୯ଗିରଫ

ବଡ଼ନଦୀ ବାଲିଘାଟରେ ପୁଲିସ ଚଢ଼ଉ : ୯ଗିରଫ

ଆସିକା : ଆସିକାର ଦୁଇଟି ନଦୀ ଋଷିକୁଲ୍ୟା ଓ ବଡ଼ନଦୀରେ ବେଆଇନ ବାଲିଚାଲାଣ ଚାଲିଥିବା ବେଳେ ଆସିକା ପୁଲିସ ପକ୍ଷରୁ ଅନେକ ଥର ଚଢ଼ଉ କରାଯାଇଛି । ଏହି ବାଲି ଚୋରା ଚାଲାଣ ରୋକିବା ପାଇଁ ଆସିକା ପୁଲିସ ଚଢ଼ଉ କରି ଅନେକଙ୍କୁ ଗିରଫ କରିଥିବା ବେଳେ ବୁଧବାର ପୁଣି ଆସିକା ଥାନା ଅନ୍ତର୍ଗତ ଜୟପୁର ବଡନଦୀ ବାଲି ଘାଟରେ ୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଏହି ଚଢ଼ଉ ବେଳେ ୪ ଜଣ ଖସି ପଳାଇଛନ୍ତି । ବାଲିଘାଟରୁ ପୁଲିସ ୯ଟି ଟ୍ରାକ୍ଟରସମେତ ବାଲି ଉଠାଇବାରେ ବ୍ୟବହୃତ ବହୁ ସାମଗ୍ରୀ ମଧ୍ୟ ଜବତ କରିଛି । ଗିରଫମାନେ ହେଲେ ସନ୍ନ୍ୟାସୀ ନାହକ, ଚିତ୍ରସେନ ନାହକ, ଶିବ ନାହକ, ମନୋଜ କୁମାର ମହାନ୍ତି, ଅଶୋକ ମହାନ୍ତି, ରଞ୍ଜନ ସେଠୀ, ହରେକୃଷ୍ଣ ପ୍ରଧାନ, କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜେନା ସାହିର ମୁରଲୀ ମଲ୍ଲିକ, ଜଗା ନାହକ । ଖସି ପଳାଇଥିବା ବ୍ୟକ୍ତିମାନେ ହେଲ ଗଙ୍ଗା ଗୌଡ, ବାୟା ଗୌଡ, ଜୟପୁର ଗ୍ରାମର ଗୋପାଳ ସୁଆଁସିଆ, ବରଗାଁର ସନ୍ତୋଷ ପାତ୍ର । ପୁଲିସ ଜେସିବି, ବାଲି ବୋଝେଇ ଟ୍ରାକ୍ଟର ଓ ଟ୍ରକ୍‌, ମ୍ୟାଜିକ୍ ପ୍ୟାନ୍‌, ନକଲି ଟ୍ରାନଜିଟ୍ ପାସ୍ ଓ କାଗଜପତ୍ର ଜବତ କରିଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking