34.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପିଏମ ମୋଦିଙ୍କୁ ୩୦ ମିନିଟ ଅପେକ୍ଷା କରାଇବା ପ୍ରସଙ୍ଗରେ ଏମିତି କହିଲେ ମମତା

ପିଏମ ମୋଦିଙ୍କୁ ୩୦ ମିନିଟ ଅପେକ୍ଷା କରାଇବା ପ୍ରସଙ୍ଗରେ ଏମିତି କହିଲେ ମମତା

ନୂଆଦିଲ୍ଲୀ: ପିଏମ ନରେନ୍ଦ୍ର ମୋଦିଙ୍କୁ ମିଟିଂରେ ୩୦ ମିନିଟ ଅପେକ୍ଷା କରାଇବା ଆରୋପରେ ପଶ୍ଚିମବଙ୍ଗ ମମତା ବାନାର୍ଜୀ ଜବାବ ଦେଇଛନ୍ତି । ସେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାକୁ ବିସ୍ତାର ରୂପରେ କହିଛନ୍ତି ଯେ, ପିଏମଙ୍କ ସହ ସାକ୍ଷାତ ପୂର୍ବରୁ କଣ ହୋଇଥିଲା । ମମତା ଏହାର ବି ଜବାବ ଦେଇଛନ୍ତି ଯେ, ସେ ପିଏମ ମୋଦିଙ୍କୁ କଣ ପାଇଁ ରିସିଭ କଲେନି ।
ମମତା ବାନାର୍ଜୀ କହିଛନ୍ତି, ଏହା ଆବଶ୍ୟକତା ନାହିଁ ଯେ, ପ୍ରତିଥର ସିଏମ, ପିଏମଙ୍କୁ ରିସିଭ କରାଯିବ ।  କେବେ କେବେ କିଛି ରାଜନୀତିକ ତମାଶା ବି ହୁଏ । ମମତା ସଫା ସଫା କହିଛନ୍ତି ଯେ, ତାଙ୍କୁ ନିଜେ ସେଠାରେ ପିଏମଙ୍କୁ ଅପେକ୍ଷା କରିବାକୁ ପଡିଥିଲା ।  ସିଏମ ମମତା କହିଛନ୍ତି ଯେ, ଯେତେବେଲେ ସେମାନେ ସାଗରରେ ପହଂଚିଥିଲେ, ସେତେବେଲେ ତାଙ୍କୁ ସୂଚନା ମିଳିଥିଲା, ଯେ ତାଙ୍କୁ ୨୦ ମିନିଟ ଅପେକ୍ଷା କରିବାକୁ ପଡିବ । କାରଣ ପିଏମ ମୋଦିଙ୍କ ହେଲିକପ୍ଟର ଓହ୍ଲାଇନଥିଲା  ସେ ଆମ ସିଡ୍ୟୁଲ ବିଷୟରେ ଅବଗତ ଥାଇ ବି ଆମକୁ ଅପେକ୍ଷା କରାଇଲେ ।  ହେଲିପ୍ୟାଡ ରେ ଆମେ ତାଙ୍କର ଅପେକ୍ଷା କଲୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking