26.1 C
Bhubaneswar
Friday, May 10, 2024
Homeଦେଶ ବିଦେଶବିମାନ ଭଡା ବୃଦ୍ଧି

ବିମାନ ଭଡା ବୃଦ୍ଧି

ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲ ପାଇଁ ସଡକ ପରିବହନ ପୂର୍ବରୁ ହିଁ ମହଙ୍ଗା ଥିଲା । ଏବେ ଦେଶରେ ବିମାନ ଯାତ୍ରା  ବି ମହଙ୍ଗା ହେବାକୁ ଯାଉଛି । କେନ୍ଦ୍ର ସରକାର ବିମାନ ଯାତ୍ରା ର ନୂନ୍ୟତମ ସୀମାକୁ ୧୬ ପ୍ରତିଶତ ବଢାଇବା ପାଇଁ ମଂଜୁରୀ ଦେଇଛନ୍ତି ।  ବିମାନ ମନ୍ତ୍ରାଳୟ ଶୁକ୍ରବାର ଏନେଇ ଆଦେଶ ଜାରି କରିଛି ।  ବିମାନ ଯାତ୍ରା ରେ ଏହି ବୃଦ୍ଧି ଜୁନ ୧ ରୁ ଲାଗୁ ହେବ । ଏହି ନିଷ୍ପତ୍ତି  ଦ୍ୱାରା କରୋନାକୁ ନେଇ ସୁରକ୍ଷିତ ଯାତ୍ରା ପାଇଁ ଭାବୁଥିବା ଯାତ୍ରୀଙ୍କୁ ଶକ୍ତ ଝଟକା ଲାଗିପାରେ ।
କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଏୟାରଲାଇନ୍ସ କମ୍ପାନୀଙ୍କୁ ସାହାଯ୍ୟ ମିଳିବ ।  ଯିଏ କରୋନା କାଳରେ ଅନେକ ପ୍ରତିବନ୍ଧକ ଦେଇ ଗତି କରୁଛନ୍ତି । କରୋନା ର ଦ୍ୱିତୀୟ ଲହରରେ ବିମାନ ଯାତ୍ରୀଙ୍କ ସଂଖ୍ୟା କମିଛି । ଯାହାଦ୍ୱାରା ଏୟାରଲାଇନଙ୍କ ଆୟ କମିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking