30.1 C
Bhubaneswar
Wednesday, April 24, 2024
Homeଓଡିଶାବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଆରମ୍ଭ କଲା ‘ଆମ ଭରସା ନବୀନ’ ଅଭିଯାନ

ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଆରମ୍ଭ କଲା ‘ଆମ ଭରସା ନବୀନ’ ଅଭିଯାନ

ଆଜି ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ଏକ ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳ ବୈଠକ ଡିଜିଟାଲ ମୋଡ଼ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ୟଶ’ ପରି ଏକ ଭୟଙ୍କର ବାତ୍ୟା ଓ ମହାମାରୀ ‘କୋଭିଡ୍‍’ର ସଫଳ ମୁକାବିଲା ଓ ସୁପରିଚାଳନା ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ଅନ୍ୟାନ୍ୟ ଜିଲ୍ଲାରେ ଆଞ୍ଚଳିକ କଥିତ ଭାଷାରେ ସଚେତନତା ଓ ଟୀକାକରଣ ନିମନ୍ତେ ସଚେତନତା ବାର୍ତ୍ତା ପ୍ରସାର କରିବାର ଦାୟିତ୍ୱ ସାମ୍ମୁଖ୍ୟ ବହନ କରିଛି । ଏହି ସବୁ ଭାଷାରେ ଭିଡିଓ କ୍ଲିପ୍‍ ପ୍ରସ୍ତୁତ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ପ୍ରଚାର ଓ ପ୍ରସାର କରାଯିବା ନିମନ୍ତେ ଏକ ବ୍ଲୁ ପ୍ରିଌକ୍ଷଗ୍ଧ; ପ୍ରସ୍ତୁତ କରାଯାଇଥିଲା । ଆମ ରାଜ୍ୟରେ ‘କରୋନା’ ମୃତ୍ୟୁହାର ସର୍ବନିମ୍ନ ଏବଂ ସୁସ୍ଥତା ହାର ସର୍ବାଧିକ । ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ତାର ତୃଣମୂଳ ସ୍ତରୀୟ ସଂଗଠନକୁ ଉପଯୋଗ କରି କରୋନା ମହାମାରୀରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ଅନୁଭୂତି ଏବଂ ଅନୁଭବ ଲୋକଲୋଚନକୁ ଆଣିବା ପାଇଁ ରାଜ୍ୟରେ ‘ଆମ ଭରସା ନବୀନ’ ଅଭିଯାନର ଶୁଭାରମ୍ଭ କରୁଛି । ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ଅନୁଭୂତିର ଭିଡିଓ କ୍ଲିପ୍‍ ପ୍ରସ୍ତୁତ କରାଯାଇ ରାଜ୍ୟରେ ଏକ ସକାରାତ୍ମକ ବାତାବରଣ ସାମାଜିକ ଗଣମାଧ୍ୟମ ଜରିଆରେ ସୃଷ୍ଟି କରାଯିବ, ଯାହାଫଳରେ ସମାଜରେ ନୂତନ ଆଶାର ସଞ୍ଚାର ହେବା ସହିତ କୋଭିଡ୍‍ ସଂକ୍ରମିତ ତଥା ଜନସାଧାରଣଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ବୃଦ୍ଧି ପାଇବ ଏବଂ କରୋନାରେ ନିୟୋଜିତ ଚିକିତ୍ସକ ଓ ଅନ୍ୟାନ୍ୟ କର୍ମଚାରୀଙ୍କର ମନୋବଳ ବୃଦ୍ଧି କରିବାରେ ଏହା ସହାୟକ ହେବ ।
ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟେକ ଜିଲ୍ଲାର ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ସଂଯୋଜକମାନେ ସଂଯୋଜନା କରିବେ ଏବଂ ବ୍ଲକ, ଗ୍ରାମପଞ୍ଚାୟତ ସ୍ତରୀୟ ସାମ୍ମୁଖ୍ୟ ସଂଯୋଜକ ଓ ଗ୍ରାମ ସ୍ତରରେ ସଂସ୍କୃତି ସୈନିକମାନେ ପରିଚାଳନା କରିବେ ବୋଲି ଯୋଜନା ପ୍ରସ୍ତୁତ କରାଯାଇଅଛି ।
ଏହି ସଭାରେ ଉପସ୍ଥିତ ରହି ମାନ୍ୟବର ସାଂସଦ ଡ. ଅମର ପଟ୍ଟନାୟକ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିବା ବେଳେ ସଭାର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ ସାମ୍ମୁଖ୍ୟର ଆବାହକ ରବିନାରାୟଣ ନନ୍ଦ ଓ ସ୍ୱାଗତ ଭାଷଣ ମାଧ୍ୟମରେ ଏହି ଅଭିଯାନରେ ଅଦ୍ୟାବଧି ସାଥିମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ବିସ୍ତୃତ ବର୍ଣ୍ଣନା କରିଥିଲେ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି । ଉକ୍ତ ସଭାରେ ଅନୁଗୁଳ, ମୟୁରଭଞ୍ଜ, ଭଦ୍ରକ, କଟକ, ଯାଜପୁର, ପୁରୀ, କେଉଁଝର, ଢେଙ୍କାନାଳ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର, ବୌଦ୍ଧ, କୋରାପୁଟ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର, ମାଲକାନାଗିରି, ଗଂଜାମ, ଗଜପତି, ବାଲେଶ୍ୱର, କନ୍ଧମାଳ ର ଜିଲ୍ଲା ସଂଯୋଜକ ମାନେ ଉପସ୍ଥିତ ରହି ଅଭିଯାନକୁ ସଫଳ କରିବା ନିମନ୍ତେ ସମ୍ମତି ପ୍ରଦାନ କରିଥିଲେ । ସଭାରେ ରାଜ୍ୟ କମିଟିର ସଦସ୍ୟ ଡ. ଜୀବନ ଦୀକ୍ଷିତ ଓ ଦେବରାଜ ସେନାପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking