26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଟଙ୍କା

ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଟଙ୍କା

ନୂଆଦିଲ୍ଲୀ : ଦେଶରେ ଆଜି କୃଷକ ମାନଙ୍କ ଖାତାକୁ ପିଏମ୍ କିଷାନ ଟଙ୍କା ପଠାଯାଉଛି । ଦେଶରେ ୯.୫ କୋଟି ଚାଷୀଙ୍କୁ ପିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଯୋଜନାର ଅଷ୍ଟମ କିସ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ କୃଷକଙ୍କ ଖାତାକୁ ମୋଟ ୧୯ ହଜାର କୋଟି ଟଙ୍କା ସହାୟତା ରାଶି ପଠାଯାଇଛି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁଚନା ଦିଆଯାଇଛି । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସମସ୍ତ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ସୁଚନାଯୋଗ୍ୟ, ଏହା ଅଧୀନରେ ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ପ୍ରତ୍ୟେକ ବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking