30.1 C
Bhubaneswar
Friday, April 26, 2024
Homeଓଡିଶାପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ରେଜଲ୍ଟ

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ । ସିଏଚଏସଇ କାର୍ଯ୍ୟାଳୟ ରେ ରେଜଲ୍ଟ ପ୍ରକାଶ ପାଇଛି । ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ ବିଧିବଦ୍ଧ ଭାବରେ ରେଜଲ୍ଟ ଘୋଷଣା କରିଛନ୍ତି ।  orissaresults.nic.in ରେ ରେଜଲ୍ଟ ଉପଲବ୍ଧ ରହିଛି । କଳା ରେଗୁଲାରରେ ପାସ୍ ହାର ୯୮.୫୮ ପ୍ରତିଶତ ରହିଛି । ଚଳିତ ବର୍ଷ ୧ ଲକ୍ଷ ୮୯ ହଜାର ୩୬୩ରୁ ୧ ଲକ୍ଷ ୮୬ ହଜାର ୬୮୫ ଜଣ ପାସ କରିଛନ୍ତି । ରେଗୁଲାର ପ୍ରଥମ ଶ୍ରେଣୀରେ ୩୦୫୧୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିଭଳି ଦ୍ୱିତୀୟ ଶ୍ରେଣୀରେ ୪୬ ହଜାର ୧୦୧ ଜଣ ପାସ୍ କରିଛନ୍ତି । ୯୦ ପ୍ରତିଶତ ଉପକୁ ୯୫ ଜଣ ପରୀକ୍ଷାର୍ଥୀ ନମ୍ବର ରଖିଛନ୍ତି । ତେବେ ରେଜଲ୍ଟରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ଛାତ୍ରଙ୍କ ପାସ୍‌  ହାର ୮୫ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୨.୩୯ ପ୍ରତିଶତ ରହିଛି । ମଦ୍ରାସାରେ ୪୦୫ରୁ ୩୯୨ ଜଣ ପାସ୍ କରିଥିବା ବେଳେ ଉତ୍ତୀର୍ଣ୍ଣ ହାର ୯୬.୭ ପ୍ରତିଶତ ରହିଛି । ସୂଚନାଯୋଗ୍ୟ , କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ କରାଯାଇଛି । ରାଜ୍ୟରେ ୨ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଫଳାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ୍‌ ପରୀକ୍ଷା ଦେଇପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking