31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଉତ୍ତର ପ୍ରଦେଶରେ କୋହଳ ହେଲା ସପ୍ତାହନ୍ତ ଲକ୍‌ଡାଉନ୍‌

ଉତ୍ତର ପ୍ରଦେଶରେ କୋହଳ ହେଲା ସପ୍ତାହନ୍ତ ଲକ୍‌ଡାଉନ୍‌

ଲକ୍ଷନଉ: କରୋନାର ଦ୍ୱିତୀୟ ଲହର ମଧ୍ୟରେ ରାଜ୍ୟର ବିଭିନ୍ନ ସହରରେ ସପ୍ତାହନ୍ତ ଲକ୍ ଡାଉନ୍ ଜାରୀ ରହିଛି । ଦେଶର ବିଭିନ୍ନ ଜାଗାରେ କରୋନା ସ୍ଥିତିରେ ସୁଧାର ଦେଖି ରାଜ୍ୟ ସରକାର କରୋନା ନିତି ନିୟମରେ ଆଂଶିକ କହୋଳ କରିବା ଦେଖିବାକୁ ମିଳୁଛି । କେଉଁଠାରେ ଶିକ୍ଷାନୁଷ୍ଠାନ ଖୋଲା ହେଲାଣି ତ କେଉଁଠାରେ ଲକ୍ ଡାଉନ୍ ର ସମୟ କମ କରାଯାଉଛି । ଏଥି ମଧ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ଦେଖି ଉତ୍ତରପ୍ରଦେଶ ସରକାର ସପ୍ତାହନ୍ତ ଲକ୍‌ଡାଉନ୍‌ରେ କୋହଳ ଦେବା ନିଷ୍ପତି ନେଇଛନ୍ତି ।

ଶନିବାର ଦିନ ଥିବା ଲକ୍ ଡାଉନ୍ କୁ ଉଠାଯାଇଛି ଏବଂ ରବିବାର ଦିନ ଲକ୍ ଡାଉନ୍ ଜାରୀ ରହିବା ସହ ନାଇଟ୍ କର୍ଫ୍ୟୁ ରହିବ ବୋଲି ଉତ୍ତରପ୍ରଦେଶ ସରକାର ଘୋଷଣା କରିଛନ୍ତି । ସରକାରଙ୍କର ଏହି ଘେଷଣା ଆଜିଠୁ ଲାଗୁ ହୋଇଯାଇଛି । ଯାହାଦ୍ୱାରା ବ୍ୟବସାୟ ସମତେ ସାଧାରଣ ଲୋକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ଏହା ସହ ଲୋକଙ୍କୁ କରୋନା ନିତି ନିୟମ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ସରକାର କହିଛନ୍ତି ।
ସୋମବାରରୁ ଶନିବାର ସକାଳ ୬ରୁ ରାତି ୧୦ ପର୍ଯ୍ୟନ୍ତ ବ୍ୟବସାୟ ଏବଂ ଅନ୍ୟ କାର୍ଯ୍ୟାନୁଷ୍ଠାନ ଗୁଡ଼ିକୁ କାଯ୍ୟକାରୀ ପାଇଁ ଅନୁମତି ମିଳିଛି । ସେପଟେ ରବିବାର ଦିନ ପୂର୍ବଭଳି ସଟ୍‌ଡାଉନ୍ ସହ ବ୍ୟବସାୟ ମଧ୍ୟ ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking