28.9 C
Bhubaneswar
Sunday, May 5, 2024
Homeଓଡିଶାପିପିଲି ରେ ବିଜେଡ଼ି ଫେଲ

ପିପିଲି ରେ ବିଜେଡ଼ି ଫେଲ

ପିପିଲି : ରାଜ୍ୟ ରାଜନିତୀର ଏକ ଚର୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ lଏଠାରେ 2000 ମସିହା ଠାରୁ କ୍ରମାଗତ ଭାବେ ବିଜୟ ର ଧ୍ଵଜ ଉଡେଇ ଆସୁଥିଲା ଶାସକ ବିଜେଡି l ଆଗାମୀ ଦିନରେ ପିପିଲି ବିଧାନସଭା ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ପିପିଲି ବ୍ଲକ ନୂଆଶାସନ ପଞ୍ଚାୟତ ଉପନିର୍ବାଚନ ଫଳାଫଳ ଯଥେଷ୍ଟ ଗୁରୁତ୍ୱ ବହନ କରୁଥିଲା ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପାଇଁ ହେଲେ ପିପିଲି ବିଧାନସଭା ଉପ ନିର୍ବାଚନ ପୂର୍ବରୁ ହାର ମାନିଲା ଏଠି ବିଜେଡି ସମର୍ଥିତ ସରପଞ୍ଚ ପ୍ରାଥୀ l ନୂଆଶାସନ ପଂଚାୟତ ସରପଞ୍ଚ ଉପନିର୍ବାଚନ ପାଇଁ ବିଜେଡିର ରାଜ୍ୟ ସ୍ତରୀୟ ବଡ଼ ବଡ଼ ନେତା ଆସି ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ସିଧାସଳଖ ପ୍ରଚାର କରିଥିଲେ ! ପିପିଲି ପାଇଁ ଦାଇତ୍ୱ ରେ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବ, ଗଣଶିକ୍ଷl ମନ୍ତ୍ରୀ ସମୀର ରଞ୍ଜନ ଦାସ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ., ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି, ଆଦି ତୁଙ୍ଗ ନେତା ମନ୍ତ୍ରୀ, ବିଧାୟକମାନେ ପ୍ରଚାର ମୈଦାନକୁ ଓଲ୍ହାଇ ଥିଲେ ! ଠିକ ସରପଞ୍ଚ ଉପ ନିର୍ବାଚନ ପୂର୍ବ ଦିନ ଅର୍ଥାତ 23 ତାରିଖ ଦିନ ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ସଭା ଜରିଆରେ 70 କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ! ହେଲେ ଏହାର କିଛି ବି ପ୍ରଭାବ ପଡ଼ିଲା ନାହିଁ ଏହି ସରପଞ୍ଚ ଉପ ନିର୍ବାଚନରେ…ଏତେ ସବୁ କଲା ପରେ ମଧ୍ୟ ଏଠି ହାର ମାନିଲା ବିଜେଡିର ତୁଙ୍ଗ ନେତାଙ୍କ ନେତୃତ୍ୱ l କୋଉଠି ନାଁ କୋଉଠି ସ୍ବର୍ଗତ ମହାରଥୀ ଙ୍କ ସଂଗଠନ କୁ ସୁଦୃଢ଼ କରି ରଖି ପାରିନାହାନ୍ତି ବିଜେଡି ର ନେତାମାନେ ବୋଲି ଅନୁମାନ କରାଯାଇଛି l ଅନ୍ୟ ପଟେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ସୌମ୍ୟକାନ୍ତ ଦାଶ ( ସୂର୍ଯ୍ୟ ଚି଼ହ୍ନ ) ନୂଆ ଶାସନ ପଞ୍ଚାୟତ ପାଇଁ ସରପଞ୍ଚ ନିର୍ବାଚିତ ହେବା ଶାସକ ବିଜେଡି ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି ଏବଂ ପୁରୀଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ତଥା ସଠିକ ପରିଚାଳନା ଯୋଗୁଁ ଶାସକ ବିଜେଡିର ମନ୍ତ୍ରୀ ବିଧାୟକଙ୍କର ରଣନୀତି ଫସର ଫାଟି ଯାଇଛି l ସ୍ୱର୍ଗତ ମହାରଥୀଙ୍କ ଅନୁପସ୍ଥିତିର ଅଭାବ ଆଜି ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଛି ଏହି ପଞ୍ଚାୟତ ଉପନିର୍ବାଚନରେ… !ଏହି ପଞ୍ଚାୟତ ଉପନିର୍ବାଚନର ଫଳାଫଳ ନିଶ୍ଚିତ ଭାବେ ଆଗାମୀ ବିଧାନସଭା ଉପନିର୍ବାଚନକୁ ପ୍ରଭାବିତ କରିବ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ଜୋର ଧରିଛି l*

*ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ଜିତାପଟ*

•ପିପିଲି ବ୍ଲକ ନୂଆଶାସନ ପଞ୍ଚାୟତ ଉପନିର୍ବାଚନରେ *ବିଜେଡ ସମର୍ଥିତ ପ୍ରାର୍ଥୀ ଚିନ୍ମୟ ମହାପାତ୍ର 82 ଭୋଟରେ ପରାଜିତ*
•ସ୍ୱର୍ଯ୍ୟ ଚିହ୍ନରେ ଠିଆ ହୋଇଥିବା *ବିଜେପି ସମର୍ଥିତ ପ୍ରାର୍ଥୀ ସୌମ୍ୟକାନ୍ତ ଦାଶଙ୍କୁ 1,969 ଭୋଟ* ମିଳିଥିଲା ବେଳେ, ଖୋଲାବହି ଚିହ୍ନରେ ଠିଆ ହୋଇଥିବା *ବିଜେେଡ଼ି ସମର୍ଥିତ ପ୍ରାର୍ଥୀ ଚିନ୍ମୟଙ୍କୁ 1,887 ଭୋଟ* ମିଳିଛି।
•ଗତକାଲି(ଫେବ୍ରୁଆରୀ 24) ହୋଇଥିବା ଭୋଟରେ *3,936 ଭୋଟର ସେମାନଙ୍କର ମତ ସାବ୍ୟସ୍ତ* କରିଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking