40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଡିଜିଟାଲ୍ କଣ୍ଟେଣ୍ଟ, ଷ୍ଟ୍ରିମିଙ୍ଗ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ନିୟମ

ଡିଜିଟାଲ୍ କଣ୍ଟେଣ୍ଟ, ଷ୍ଟ୍ରିମିଙ୍ଗ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ନିୟମ

ନୂଆଦିଲ୍ଲୀ: ଓଟିଟି ଓ ସୋସିଆଲ ମିଡିଆ ପାଇଁ ଗାଇଡଲାଇନ ଜାରି ହୋଇଛି । ଗାଇଡଲାଇନ ସଂପର୍କରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ସବିଶେଷ ସୂଚନା ପ୍ରଦାନ କରିଛନ୍ତି । ସରକାର ଗଠନମୂଳକ ସମାଲୋଚନାକୁ ସ୍ୱାଗତ କରିବେ । ସୋସିଆଲ ମିଡିଆର ଅପବ୍ୟବହାରକୁ ବରଦାସ୍ତ କରାଯିବନି । ସୋସିଆଲ ମିଡିଆରେ ଏମିତି ଫଟୋ ଆସୁଛି, ଯାହା ଗ୍ରହଣୀୟ ନୁହେଁ । ଅଶାନ୍ତି ସୃଷ୍ଟି ପାଇଁ ସୀମା ପାରରୁ ମଧ୍ୟ ଏହାକୁ ବ୍ୟବହାର କରାଯାଉଛି । ଏସବୁକୁ ଦୂର କରିବା ପାଇଁ ଗାଇଡଲାଇନ ଜରୁରୀ ବୋଲି ସେ କହିଛନ୍ତି । ସାମାଜିକ ଗଣମାଧ୍ୟମ ପାଇଁ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ସମସ୍ତ ସର୍ଭିସ ପ୍ରୋଭାଇଡରଙ୍କୁ ଅଭିଯୋଗ ସେଲ୍ ରଖିବାକୁ ନିଷ୍ପତ୍ତି ହୋଇଛି । ଅଭିଯୋଗ ଆସିଲେ ୨୪ ଘଣ୍ଟା ମଧ୍ୟରେ ଗ୍ରହଣ କରିବାକୁ ପଡିବ । ଏହାବାଦ ୧୫ ଦିନ ମଧ୍ୟରେ ଅଭିଯୋଗର ସମାଧାନ ମଧ୍ୟ କରିବାକୁ ପଡିବ । ସମାଧାନ କରି ସେ ସଂପର୍କରେ ଜଣାଇବାକୁ ପଡିବ ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି । କୌଣସି ସନ୍ଦିଗ୍ଧ ଟ୍ୱିଟ୍ ବା ମେସେଜ ଆସିଲେ ସୃଷ୍ଟିକର୍ତ୍ତାର ତଥ୍ୟ ଦେବା ଜରୁରୀ । ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟିକାରୀ ମେସେଜର ସୃଷ୍ଟିକର୍ତ୍ତାର ତଥ୍ୟ ଜଣାଇବା ଜରୁରୀ । ୩ ମାସ ମଧ୍ୟରେ ନୂଆ ଗାଇଡଲାଇନ ଲାଗୁ କରାଯିବ ବୋଲି ସେ କହିଛନ୍ତି । ପ୍ରସ୍ତୁତ କରାଯାଇଥିବା , ଡ୍ରାଫ୍ଟ ଅନୁଯାୟୀ ଏକ କମିଟି ମଧ୍ୟ ଗଠନ କରାଯିବ। ତଦାରଖ ପ୍ରଣାଳୀ। ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟ, ଆଇଟି ମନ୍ତ୍ରଣାଳୟ ଏବଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରତିନିଧୀମାନେ ସାମିଲ ହେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking