30.1 C
Bhubaneswar
Monday, May 6, 2024
Homeଓଡିଶାକେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିବେଦନ: ପୁରୁଣା ଭୁବନେଶ୍ୱର ମ୍ୟୁନିସିପାଲ୍ ହସ୍ପିଟାଲ ପାଇଁ ମିଳୁ ସ୍ୱତନ୍ତ୍ର ପ୍ୟାାଜେଜ୍

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିବେଦନ: ପୁରୁଣା ଭୁବନେଶ୍ୱର ମ୍ୟୁନିସିପାଲ୍ ହସ୍ପିଟାଲ ପାଇଁ ମିଳୁ ସ୍ୱତନ୍ତ୍ର ପ୍ୟାାଜେଜ୍

ଭୁବନେଶ୍ୱର: ଭୁବନେଶ୍ୱର ସହରର ଜନସଂଖ୍ୟା କ୍ରମାଗତ ବୃଦ୍ଧି ପାଇଚାଲିଥିବା କାରଣରୁ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବାର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇଛି । ପୁରୁଣା ଭୁବନେଶ୍ୱରସ୍ଥିତ ମ୍ୟୁନିସିପାଲ୍ ହସ୍‌ପିଟାଲ ଏକ ପୁରାତନ ସ୍ୱାସ୍ଥ୍ୟ କେନ୍ଦ୍ର । ଏହା ଉପରେ ବର୍ତମାନ ପାଖାପାଖି ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ରାଜଧାନିବାସୀ ନିର୍ଭରଶୀଳ । ଏହି ହସ୍ପିଟାଲଟି ଦୀର୍ଘଦିନ ହେବ ଅବହେଳିତ ଅବସ୍ଥାରେ ରହିଛି । ବାରମ୍ବାର ରାଜ୍ୟ ସରକାରଙ୍କୁ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କିଛି ବି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ତେଣୁ କେନ୍ଦ୍ର ସରକାର ଉକ୍ତ ମ୍ୟୁନିସିପାଲ୍ ହସ୍ପିଟାଲ ପାଇଁ ସ୍ୱତନ୍ତ୍ର ପ୍ୟାାଜେଜ୍ ଦିଅନ୍ତୁ ବୋଲି ଦାବି ହୋଇଛି । ଶନିବାର ପୁରୁଣା ଭୁବନେଶ୍ୱରର ବୁଦ୍ଧିଜୀବୀ ଓ ବିଜେପି ନେତାମାନେ ମିଳିତ ହୋଇ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମନସୁଖ୍ ମାଣ୍ଡ୍‌ଭିଓଙ୍କୁ ଏହି ମର୍ମରେ ଏକ ଦାବିପତ୍ର ଦେଇ ନିବେଦନ କରିଛନ୍ତି । ସେଥିରେ ଦର୍ଶାଯାଇଛି ଯେ, ହସ୍‌ପିଟାଲକୁ ଆସୁଥିବା ରୋଗୀମାନେ ସଠିକ୍ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । ରୋଗୀମାନେ ମୈାଳିକ ସୁବିଧା ସୁଯୋଗ ପାଉନାହାନ୍ତି । ସହରର ଏହି ପୁରାତନ ହସ୍‌ପିଟାଲରେ ଆବଶ୍ୟକୀୟ ଭିତ୍ତିଭୁମି, ଡାକ୍ତର, ମେଡିକାଲ୍ ଷ୍ଟାଫ୍‌, ମେଡିକାଲ ଉପକରଣ ଆଦି ଯୋଗାଇ ଦିଆଗଲେ ଅଞ୍ଚଳବାସୀ ସ୍ୱାସ୍ଥ୍ୟ ସେବା ପାଇ ଲାଭାନ୍ୱିତ ହୁଅନ୍ତେ । ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ ବେଳେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ବାବୁ ସିଂ, ଲିଙ୍ଗରାଜ ମଙ୍ଗଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଭୀମଟାଙ୍ଗି ଅଞ୍ଚଳର ପୂର୍ବତନ କର୍ପୋରେଟର ସୁଭାସିନୀ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking