29.1 C
Bhubaneswar
Monday, May 6, 2024
Homeଓଡିଶାମହିଳା ପର୍ଯ୍ୟଟକଙ୍କୁ ଦୁବ୍ୟର୍ବହାର ମହଙ୍ଗା ପଡିଲା : ୫ ରସିକ ଗଲେ ଜେଲ

ମହିଳା ପର୍ଯ୍ୟଟକଙ୍କୁ ଦୁବ୍ୟର୍ବହାର ମହଙ୍ଗା ପଡିଲା : ୫ ରସିକ ଗଲେ ଜେଲ

ପୁରୀ :ମହିଳା ପର୍ଯ୍ୟଟକଙ୍କୁ ଦୁବ୍ୟର୍ବହାର ପ୍ରଦର୍ଶନ କରିବା ଅଭିଯୋଗରେ ଟାଉନଥାନା ପୋଲିସ ୫ଜଣ ରସିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାତ୍ର କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ସ୍ଥାନାନ୍ତରିତ କରାଯାଇଛି । ସେମାନେ ହେଲେ ସମୁଦ୍ରକୂଳ ଥାନା ଅନ୍ତର୍ଗତ ବାଲିସାହୀ ହରିଜନବସ୍ତିର ଗୌତମ ନାୟକ(ଲିଟୁ),ଦେବାଶିଷ ନାୟକ,ଆଶୁତୋଷ ନାୟକ,ବଣ୍ଟି ନାୟକ,ହିମାଂଶୁ ନାୟକ । ପୋଲିସର ସୂଚନାନୁଯାୟୀ,ପଶ୍ମିମବଙ୍ଗର ଅର୍ପିତା ଶାହାନାମକ ଜଣେ ମହିଳା ପର୍ଯ୍ୟଟକ ତାଙ୍କ ପରିବାର ସଦସ୍ୟ ଗତ ୩ତାରିଖ ଦିନ ଅପରାହ୍ନରେ ସମୁଦ୍ରରୁ ସ୍ନାନ ସାରି ଶୁଭଲକ୍ଷ୍ମୀଗେଷ୍ଟ ÷ହାଉସକୁ ଫେରୁଥିଲେ । ମାତ୍ର ମ୍ୟୁନିସ୍‌ପାଲ ହାଇସ୍କୁଲଛକଠାରେ ଉପରୋକ୍ତ ରସିକମାନେ ଅର୍ପିତାଙ୍କ ଖରାପ ଇଙ୍ଗିତକରିଥିଲେ । ପରେ ଅର୍ପିତା ଓ ତାଙ୍କ ସ୍ୱାମୀ ବିରୋଧ କରିବାରୁ ଏମାନେ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଦୁବ୍ୟର୍ବ ହାର ପ୍ରଦର୍ଶନ କରିଥିଲେ । ଏନେଇ ମହିଳା ପର୍ଯ୍ୟଟକ ଅର୍ପିତା ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ୍ ଜାରି ରଖିଥିଲା । ଶେଷରେ ପୋଲିସସେମାନଙ୍କୁ ଗିରଫ କୋର୍ଟଚାଲାଣ କରିବାରେ ସଫଳ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking