29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶ‘ଘରେ ଘରେ ପୁଷ୍ଟି’ପ୍ରୟାସର ଶୁଭାରମ୍ଭ: ସ୍ୱାଭିମାନ ଅଞ୍ଚଳରୁ ଆରମ୍ଭ

‘ଘରେ ଘରେ ପୁଷ୍ଟି’ପ୍ରୟାସର ଶୁଭାରମ୍ଭ: ସ୍ୱାଭିମାନ ଅଞ୍ଚଳରୁ ଆରମ୍ଭ

ଚିତ୍ରକୋଣ୍ଡା : ଘରେ ଘରେ ପୁଷ୍ଟି ପ୍ରୟାସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ନ୍ୟୁଟ୍ରିସନ୍ ଆଟ୍ ଡୋର୍‌ଷ୍ଟେପ୍‌କୁ ଶନିବାର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ପାପରମେଟଲା ପଞ୍ଚାୟତର ଯନ୍ତାପାଇ ଗ୍ରାମରୁ ଶୁଭାରମ୍ଭ କରାଯାଇଛି । ରାଜ୍ୟର ୮ଲକ୍ଷ ପରିବାରର ମହିଳା ଓ କୁନିକୁନି ଶିଶୁ ପୁଷ୍ଟିହୀନତା ଶିକାର ହୋଇଥିବା କଥା ସରକାର ଜାଣିବା ପରେ ଏହାକୁ ରୋକିବା ଲାଗି ରାଜ୍ୟ ସରକାର ପ୍ରଥମକରି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରୁ ଏଭଳି କାର୍ଯ୍ୟକ୍ରମ ଆରମ୍ଭକରିଛନ୍ତି । କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମକୁ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଦ୍ୱାରା ବିନା ଖର୍ଚ୍ଚରେ ଘର ଦୁଆର ମୁଁହରେ ପୁଷ୍ଟିକର ପନିପରିବା ଉପଲବ୍ଧ ହେବ । ଏହାଦ୍ୱାରା ମା’ ଓ ଶିଶୁମାନଙ୍କ ମଧ୍ୟରେ ଅପପୁଷ୍ଟି ତଥା ରକ୍ତହୀନତା ନିଶ୍ଚିତ ଭାବେ ଅନେକ ପରିମାଣରେ ହ୍ରାସ ପାଇବ । ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ୩୦ ଗୋଟି ଜିଲ୍ଲାରେ ଅତି ଶୀଘ୍ର କାର୍ଯ୍ୟକାରୀ ହେବ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଉପସ୍ଥାପନ କରି କହିଥିଲେ ଯେ ‘ଘର ଦୁଆର ପୁଷ୍ଟି’ କାର୍ଯ୍ୟକ୍ରମରେ ହିତାଧିକାରୀମାନଙ୍କୁ କଦଳୀ, ଲେମ୍ବୁ, ସଜନା ଛୁଇଁ, ଅମୃତଭଣ୍ଡା ଓ ଦେଶୀଆଳୁ ଚାରା ସହିତ ବାଇଗଣ, ଭେଣ୍ଡି, କଲରା, ଟମାଟୋ, କଞ୍ଚାଲଙ୍କା ଓ ପାଳଙ୍ଗ ଶାଗ ଆଦି ପରିବା ମିନି କିଟ୍ ମାଗଣାରେ ଯୋଗାଇ ଦିଆଯିବ । ଏହାଦ୍ୱାରା ୮ ଲକ୍ଷ ହିତାଧିକାରୀ ଉପକୃତ ହେବେ ।

ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଯୋଗଦେଇ କହିଥିଲେ ଯେ ଅପପୁଷ୍ଟି ଓ ପୁଷ୍ଟିହୀନତା ସମସ୍ୟାର ସ୍ଥାୟୀ ଓ ନିରନ୍ତର ସମାଧାନ ପାଇଁ ଏହା ଏକ ସଫଳ ଯୋଜନା । ବିଶେଷ ଭାବେ ମାଲକାନଗିରି ଜିଲ୍ଲାରେ ପ୍ରାଥମିକତା ଭିତ୍ତିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୀ ତାଙ୍ଗୁଲୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ୧୦ ଜଣ ହିତାଧିକାରୀଙ୍କୁ ଚାରା ବଣ୍ଟନ କରାଯାଇଥିଲା । ଚାରି ଜଣ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୂଲ୍ୟଯୁକ୍ତ ବଜାର ସୃଷ୍ଟି କରିବା ପାଇଁ ବିହନ ନିମନ୍ତେ ଆର୍ôଥକ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଛି । ଜିଲ୍ଲାପାଳ ବିଶାଲ ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ରୋହିତ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ବ୍ଲକ ଅଧ୍ୟକ୍ଷ ରାଜେଶ୍ୱରୀ ଖିଲ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନନ୍ଦଗିରି ରାମକୃଷ୍ଣ ହୟଗ୍ରୀବ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking