30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଏହି ଗାଁରେ କେବେ ବି ଚପଲ ପିନ୍ଧନ୍ତି ନାହିଁ ଲୋକେ

ଏହି ଗାଁରେ କେବେ ବି ଚପଲ ପିନ୍ଧନ୍ତି ନାହିଁ ଲୋକେ

ନୂଆଦିଲ୍ଲୀ: ଭିନ୍ନ ଭିନ୍ନ ଭାଷା ଓ ବେଶଭୂଷା ଓ ସଂସ୍କୃତିରେ ପରିପୂର୍ଣ୍ଣ ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନୀତି ନିୟମ ରହିଛି । ଆମ ଦେଶରେ ଏମିତି ପରମ୍ପରା ଆଜି ବି ସଂପନ୍ନ ହେଉଛି । ଯାହା ବିଷୟରେ ଜାଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇ ରହିଯିବେ । ଠିକ ଏମିତି ଏକ ପରମ୍ପରା ବିଷୟରେ ଆଜି ଆମେ କହିବୁ ।

ସଦ୍ୟ ସ୍ଥିତିରେ ଭଳିକିଭଳି ଜୋତା ପିନ୍ଧିବା ଏବେ ଟ୍ରେଣ୍ଡ ସେଟ୍ଟର୍ ପାଲଟିଛି । ଏପରିକି ଲୋକେ ଦେହର ଲୁଗା ସହ ଜୋତାକୁ ମ୍ୟାଚିଂ କରିବାକୁ ପସନ୍ଦ କରିଥାନ୍ତି । ହେଲେ ଆଜିର ଆଧୁନିକ ଯୁଗରେ ଭାରତରେ ଏମିତି ଏକ ଗାଁ ରହିଛି, ଯେଉଁଠି ଲୋକେ ଜୋତା କମ୍ବା ଚପଲ ନାଁ ଶୁଣିଲେ କ୍ରୋଧିତ ହୋଇଥାନ୍ତି । ଏହି ଗାଁରେ ଏବେ ବି ଜୋତା ପିନ୍ଧିବା ଅଭିଶାପ ବୋଲି ବିବେଚନା କରାଯାଇଥାଏ ।

ଏହି କାହାଣୀ ହେଉଛି ତାମିଲନାଡୁ ମଦୁରାଇରୁ ପ୍ରାୟ ୨୦ କିମି ଦୂର କାଲିମାୟନ ଗାଁର । ସେହି ଗାଁରେ ବାସ କରୁଥିବା ଲୋକମାନଙ୍କ ପାଇଁ ଜୋତା ପିନ୍ଧିବା ବାରଣ ରହିଛି । ଏହା ଜାଣି ଆପଣ ଚକିତ ହେବେ ଯେ, ବର୍ଷ ବର୍ଷ ଧରି ସେହି ଗାଁରେ କେହି ବି ଜୋତା ବା ଚପଲ ପିନ୍ଧନ୍ତି ନାହିଁ । ଏହି ନିୟମକୁ ସେଠାରେ କଡାକଡି ଭାବରେ ପାଳନ କରାଯାଏ । ଆଉ ଭୁଲରେ ଯଦି କିଏ ଜୋତା ପିନ୍ଧିଦିଏ, ତେବେ ତାକୁ କଠିନରୁ କଠିନ ଦଣ୍ଡ ଦିଆଯାଏ ।

କାଲିମାୟନ ଗାଁର ଲୋକେ ଅପାଚ୍ଛୀ ନାମକ ଦେବତାଙ୍କୁ କାହିଁ କେଉଁ କାଳରୁ ପୂଜା କରିଆସୁଛନ୍ତି । ମାନ୍ୟତା ରହିଛି ଯେ, ଅପାଚ୍ଛୀ ଦେବତା ହିଁ ଗ୍ରାମର ରକ୍ଷା କରନ୍ତି । ନିଜ ଦେବତାଙ୍କ ପ୍ରତି ଆଦର ଓ ଶ୍ରଦ୍ଧା ଦେଖାଇବା ପାଇଁ ଗାଁ ସୀମା ମଧ୍ୟରେ ଜୋତା ପିନ୍ଧିବା ଉପରେ ବାରଣ ରହିଛି । ଗାଁ ଲୋକେ ଏହି ପରମ୍ପରାକୁ ଆଜି ଯାଏଁ ପାଳନ କରିଆସୁଛନ୍ତି । ସେମାନଙ୍କ ବିଶ୍ୱାସ ରହିଛି ଏହି ଭଗବାନ ତାଙ୍କୁ ସମସ୍ତ ବିପଦରୁ ରକ୍ଷା କରିଥାନ୍ତି । ଜୋତା ପିନ୍ଧିବା ଦ୍ୱାରା ଭଗବାନ ଅପାଚ୍ଛୀଙ୍କ ପ୍ରତି ବିଶ୍ୱାସ ଓ ଆସ୍ଥାର କ୍ଷୁର୍ଣ୍ଣ ହେଉଥିବା ମନେ କରି ଏଠି ଜୋତା ପିନ୍ଧିବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ବଂଶାନୁକ୍ରମ ଧରି ଏଠିକାର ଲୋକେ ଜୋତା ନପିନ୍ଧିବା ପରମ୍ପରାକୁ ଆପଣେଇ ଚାଲିଛନ୍ତି ।  ଗାଁ  ଲୋକେ ହାତରେ ଚପଲ ଧରି ଗାଁ ସୀମା ବାହାରେ ପାଦ ରଖିବା ପରେ ଚପଲ ପିନ୍ଧନ୍ତି ଓ ପୁଣି ଫେରିଲେ ଗାଁ ସୀମା ପୂର୍ବରୁ ଚପଲ ଓହ୍ଲାଇ ଗାଁ ଭିତରକୁ ପ୍ରବେଶ କରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking