38.1 C
Bhubaneswar
Friday, April 26, 2024
Homeଓଡିଶାକଟକ ଓ ଖୋର୍ଦ୍ଧାରେ ସଂପୂର୍ଣ୍ଣ ଅନଲକ୍ ହେବାର ସମ୍ଭାବନା ରହୁନି : ଡିଏମଇଟି

କଟକ ଓ ଖୋର୍ଦ୍ଧାରେ ସଂପୂର୍ଣ୍ଣ ଅନଲକ୍ ହେବାର ସମ୍ଭାବନା ରହୁନି : ଡିଏମଇଟି

ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣର ସ୍ଥିତି ସ୍ଥିର ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ସେ କହିଛନ୍ତି, ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୦୦ ରୁ ୧୭୦୦ ଭିତରେ ହିଁ ରହୁଛି ବିଶେଷ ବଢିନାହିଁ । ତେଣୁ ସଂକ୍ରମଣ ହାର, ବିଭିନ୍ନ ଜିଲ୍ଲାର ସ୍ଥିତିକୁ ସମୀକ୍ଷା କରି ରାଜ୍ୟ ସରକାର ଅନଲକ ପ୍ରକ୍ରିୟାକୁ ଯିବେ । ଯଦିବା କେନ୍ଦ୍ର ସରକାର କହିଛନ୍ତି ଯେ ଓଡ଼ିଶା ସମେତ ୫ଟି ରାଜ୍ୟରେ କେଶ ଲୋଡ୍ ଅଧିକ ରହୁଛି । ସେଥିରେ ଆମେ ଥିଲେ ବି ଆମ ରାଜ୍ୟରୁ ହାରାହାରି ୧୮ ଶହ ଦୈନିକ ସଂକ୍ରମଣ ରହୁଛି । ଜାତୀୟ ହାରରେ ଆମ ସଂଖ୍ୟା ନଗଣ୍ୟ । ଡିଏମଇଟି କହିଛନ୍ତି, କଟକ ଓ ଖୋର୍ଦ୍ଧାରେ ସଂପୂର୍ଣ୍ଣ ଅନଲକ୍ ହେବାର ସମ୍ଭାବନା ରହୁନି । ସ୍ଥିତି, ସମୟ, ସଂକ୍ରମଣର ପରିସ୍ଥିତିକୁ ଅନୁଧ୍ୟାନ କରି ଅନଲକ୍ ନିଷ୍ପତ୍ତି ନିଆଯିବ । ଆମ ବିଶେଷଜ୍ଞ କମିଟି ଟିମ୍ ଯାହା କହିବ ସେହି ଅନୁସାରେ ନିଷ୍ପତ୍ତି ନିଆଯିବ, ସବୁ ନିଷ୍ପତ୍ତି ପରମାନେଣ୍ଟ ନୁହଁ, ଆମେ ସବୁଦିନ ଏଭଳି ବନ୍ଦ ହେଇ ରହିପାରିବାନି । ରାଜ୍ୟ ସରକାର ପ୍ରଥମେ କହିଥିଲେ ୩ଟି ସ୍ଥାନରେ ଇକମୋ ଲାଗିବ । ମାତ୍ର ପରବର୍ତ୍ତୀ ସମୟରେ ମାନବ ସମ୍ବଳ ଅଭାବରୁ କେବଳ କଟକ ଏସସିବିରେ ସମସ୍ତ ମେସିନ ରଖିବା ପାଇଁ ନିଷ୍ପତ୍ତି ନିଆଗଲା । ତେବେ ଇକମୋ ମେସିନ ଭିମସାରକୁ ନ ମିଳିବା ପ୍ରସଙ୍ଗରେ ଡିଏମଇଟି କହିଛନ୍ତି ସେଠାରେ କାର୍ଡିଓଥୋରାସିସର ଭିତ୍ତିଭୂମି ନିର୍ମାଣାଧୀନ ଅଛି, ସଂପୂର୍ଣ୍ଣ ହେଲେ, ସେବା ଆରମ୍ଭ ହେବ । ରାଉରକେଲାରେ କିଛି ଦିନ ମଧ୍ୟରେ ଏକମୋ ସେବା ଆରମ୍ଭ ହେବାର ରହିଛି । ଯେତେ ଶୀଘ୍ର ମାନବସମ୍ବଳ ସୁଦୃଢ଼ ହେବ ଓ ଭିତ୍ତିଭୂମି ନିର୍ମାଣ ହେବ ସେତେ ଶୀଘ୍ର ଚିକିତ୍ସା ମିଳିବ । ୩୦ ରୁ ୪୦ ଲକ୍ଷ ଟଙ୍କା ଭିତରେ ଗୋଟିଏ ଇକମୋ ମେସିନ ଲଗାଇବା ବଡ଼ କଥା ନୁହେଁ, ମାତ୍ର ମାନବସମ୍ବଳ ସବୁଠୁ ବଡ଼ ପ୍ରସଙ୍ଗ । ଏଣେ ଡେଙ୍ଗୁ ପ୍ରସଙ୍ଗରେ ସେ କହିଛନ୍ତି, ଡେଙ୍ଗୁ ପ୍ରତିବର୍ଷ ଜୁଲାଇରୁ ଅକ୍ଟୋବର ମଧ୍ୟରେ ହୁଏ, ରାଜ୍ୟର ସମସ୍ତ ଡାକ୍ତରଖାନାରେ ଡେଙ୍ଗୁ ଚିକିତ୍ସା ପାଇଁ ତାଲିମପ୍ରାପ୍ତ ଡାକ୍ତର ଅଛନ୍ତି, କେବଳ ଜନସଚେତନତା ଦରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking