28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗସରକାରଙ୍କ ଆଵାସ ଯୋଜନା କାହା ସ୍ଵାର୍ଥ ରେ ?

ସରକାରଙ୍କ ଆଵାସ ଯୋଜନା କାହା ସ୍ଵାର୍ଥ ରେ ?

ଉଦଳା : ସରକାର ଙ୍କ ଆଵାସ ଯୋଜନା କାହା ସ୍ଵାର୍ଥ ରେ । କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଵ୍ଯୟ କରୁଥିବା ବେଳେ ପ୍ରକୃତ ହିତାଧିକାରୀଙ୍କ ପାଖରେ ଅପହଞ୍ଚ ଯୋଜନା,ଏହାପାଇଁ କେତେଵେଳେ ଵ୍ଲକ ଘେରାଉ ତ ଆଉ କେତେଵେଳେ ରାସ୍ତା ଅବରୋଧ ।
ପ୍ରସାଶନ ର କେତକ ଅସାଧୁ କର୍ମଚାରୀ ଙ୍କୁ ହାତଗୁଞ୍ଜା ଦେଇ ମାଲାମାଲ ହେଉଛନ୍ତି ଧନିକ ଶ୍ରେଣୀ ର ଲୋକମାନେ । କୋଠାଉପରେ କୋଠା କରି ପ୍ରକୃତ ହିତାଧିକାରୀଙ୍କ ହକ ଛଡାଇ ନେଉଛନ୍ତି । ଆଜକୁ ୧୦ ବର୍ଷ ତଳେ Acccରିପୋର୍ଟ ର ଭୂଲ ତଥ୍ୟ ପାଇଁ ଗରିବ ଖଟିଖିଆ ମଜୁରିଆ ଜିଵନକୁ ଵାଜି ଲଗାଇ କେତେଵେଳେ ପଲିଥିନ ତଳେ ତ କେତେଵେଳେ ପଡିଶାଙ୍କ ପିଣ୍ଡାରେ ଜୀଵନ ଵଞ୍ଚାଉଛନ୍ତି । ଏମିତି ଏକ ଘଟଣା ଦେଖିଵାକୁ ମିଳିଛି କପ୍ତିପଦା ଵ୍ଲକ ସୁଣ୍ଢଳ ଗ୍ରାମରେ । ଏ ହେଉଛନ୍ତି ଉପେନ୍ଦ୍ର ପାତ୍ର, ପରଘରେ କାମ ପାଇଟି କରି କୁଟୁମ୍ବ ପ୍ରତିପୋଷଣ କରନ୍ତି। ଵାପାଙ୍କ ଅମଳରୁ ଟାଇଲ ଛପର ଘରଟିଏ ଥିଲା। ଅନେକ ଦିନରୁ ସେହି ଘରଟି ଭାଙ୍ଗି ଗଲାଣି । ରାତିରେ ଶୋଇବା କୁ ଭୟ ଲାଗୁଛି । କିଛିଦିନ ପୂର୍ବରୁ କାନ୍ଥ ଭାଙ୍ଗି ଇଟାପଡି ଆହତ ମଧ୍ୟ ହୋଇଥିଲେ । ସେହି ଦିନ ଠାରୁ କାଠ ଝଟା ପୋତି ପଲିଥିନ ଟିଏ ଟାଣି ପରିଵାର ସହ ରହୁଛନ୍ତି । କେତେଵେଳେ କେତେଵେଳେ ସରିସୃପ ମଧ୍ୟ ଘରେ ପସୁଛନ୍ତି ।
ଶିକ୍ଷା ଦିକ୍ଷାରେ ଅନଗ୍ରସର ଓ ଦିନ ମଜୁରିଆ ହୋଇଥିଵାରୁ ପ୍ରସାଶନ ପାଖରେ ପହଞ୍ଚି ପାରି ନାହାଁନ୍ତି, ପଞ୍ଚାୟତ ଅଫିସକୁ ଵାରମ୍ଵାର ଯାଇ ସରପଞ୍ଚଙ୍କୁ ଅନେକ କାକୁତି ମିନତୀ କରିଥିଲେ ମଧ୍ୟ Accc ରିପୋର୍ଟ ରେ ତମ ନାମ ନ ଥିଵା ଯୋଗୁ ତୁମକୁ ଘର ମିଳିବ ନାହିଁ ବୋଲି ସଫା ସଫା ମନା କରିଛନ୍ତି ସରପଞ୍ଚ, କାମ ଧନ୍ଦା ଛାଡି ପସାଶନ ର ଦ୍ଵାରସ୍ଥ ହେଲେ କୁଟୁମ୍ବ ଉପଵାସ ରହିଵେ ଵୋଲି ଦରଦଭରା କଣ୍ଠରେ କହିଛନ୍ତି ଉପେନ୍ଦ୍ର, ତେଵେ ଉପେନ୍ଦ୍ର ଙ୍କୁ ଵିଜୁ ପକ୍କାଘର କିମ୍ଵା ପ୍ରଧାନମନ୍ତ୍ରୀ ଆଵାଶ ଯୋଜନା ରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ଗ୍ରାମବାସୀ ନିଵେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking