33.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗକୋଭିଡ ଆଇନକୁ ପାଳନ କରି 'ଲକ୍ଷ୍ୟ' ଚଳଚିତ୍ରର ବିଭିନ୍ନ ସ୍ଥାନରେ ସୁଟିଂ

କୋଭିଡ ଆଇନକୁ ପାଳନ କରି ‘ଲକ୍ଷ୍ୟ’ ଚଳଚିତ୍ରର ବିଭିନ୍ନ ସ୍ଥାନରେ ସୁଟିଂ

ଯାଜପୁର: ଜ୍ୟୋତି ପ୍ରଡକ୍ସନ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ନିର୍ଦେଶକ ରାଜୀବ ମହାନ୍ତି ନିର୍ଦେଶୀତ ‘ଲକ୍ଷ୍ୟ’ର ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୂଟିଂ ଚାଲୁରହିଛି। ଏହାର କାହାଣୀ ଚିନ୍ମୟୀ ମହାନ୍ତି ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା ଓ ଦିନେଶ ମଲ୍ଲିକ। ଏହି କାହାଣୀଟି ଜଣେ ଆଇ ଏସ ଅଫିସରଙ୍କ ଉପରେ ପର୍ଯ୍ୟବେସିତ ଜୀବନ କାହାଣୀକୁ ନେଇ ହୋଇଥିବା ସୂଚନା ଦେଇଛନ୍ତି ନିର୍ଦେଶକ ମହାନ୍ତି। ଏଥିରେ ଜିଲ୍ଲାପାଳ ଭାବେ ରୁଦ୍ର ପାଣିଗ୍ରାହୀ ଓ ଅତିରିକ୍ତ ଜିଲ୍ଲାପାଳ ଭାବେ ସାମ୍ବାଦିକ ହରି ହର ସ୍ଵାଇଁ ଅଭିନୟ କରୁଥିବା ବେଳେ ଅଭିନେତ୍ରୀ ଜିନା ପାଣିଗ୍ରାହୀ, କୁନା ତ୍ରିପାଠୀ,ବାବୁ ପ୍ରଧାନ,ପିଣ୍ଟୁ ନନ୍ଦ, ଡ଼ଃ ରଜନୀ ରଂଜନ, ଲିଟୁ ମହାନ୍ତି, ଆରକ୍ଷୀ ଅଧିକ୍ଷକ ଚରିତ୍ର ରେ ଦୀପକ ଦାସ, ସାମ୍ବାଦିକ ରବି ନାରାୟଣ କର,ଶ୍ରମିକ ନେତା ନାରାୟଣ ଚନ୍ଦ୍ର ଧୀର,ମହେଶ୍ୱର ଦାସ ପ୍ରମୁଖ ଙ୍କୁ ନେଇ ଯାଜପୁର ଜିଲ୍ଲାର କୁସୁମା, ବାଳାଶ୍ରମ,ମାନେଶ୍ୱର ମନ୍ଦିର,ନଗଡା ଆଦି ସ୍ଥାନରେ କୋଭିଡ଼ ନିୟମ ମାନି ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୂଟିଂ ଚାଲୁରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking