38.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗପ୍ରଶାସନର ପ୍ରତିଶ୍ରୁତି ହେଲା ପ୍ରତାରଣା; ଆମରଣ ଅନସନରେ ୫୦ ରୁ ଉର୍ଦ୍ଧ୍ବ ମହିଳା

ପ୍ରଶାସନର ପ୍ରତିଶ୍ରୁତି ହେଲା ପ୍ରତାରଣା; ଆମରଣ ଅନସନରେ ୫୦ ରୁ ଉର୍ଦ୍ଧ୍ବ ମହିଳା

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବଡକୂଳ ଗ୍ରାମ ପଞ୍ଚାୟତରେ ଲାଗି ରହିଛି ଅଚଳାବସ୍ଥା।ବନ୍ୟା ପ୍ରପୀଡିତଙ୍କ ପାଖରେ ରାଜ୍ୟ ସରକାରଙ୍କ ଘୋଷିତ ରିଲିଫ ଓ ସରକାରୀ ସହାୟତା ପହଞ୍ଚାଇବାରେ ବିଫଳ ହୋଇଛି ସ୍ଥାନୀୟ ପ୍ରଶାସନ। ଏହାର ପ୍ରତିବାଦରେ ବଡକୂଳ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ “ଆମରଣ ଅନଶନ” ରେ ବସିଛନ୍ତି ବଡକୂଳ ଗ୍ରାମର ୧୯ ଓ ୨୦ ନମ୍ବର ଓ୍ବାର୍ଡର ୫୦ ରୁ ଉର୍ଦ୍ଧ୍ବ ମହିଳା।
ବଡକୂଳ ପଞ୍ଚାୟତର ସରପଞ୍ଚ ଅକ୍ଷୟ କୁମାର ଲେଙ୍କା ତିନି ସନ୍ତାନ କାରଣରୁ କୋର୍ଟ ଦ୍ଵାରା ଅଯୋଗ୍ୟ ଘୋଷିତ ହେବା ପରେ ନାଏବ ସରପଞ୍ଚ ସ୍ବର୍ଣ୍ଣଲତା ସ୍ବାଇଁ ଭାରପ୍ରାପ୍ତ ସରପଞ୍ଚ ଭାବେ କାର୍ଯ୍ୟରତ ଅଛନ୍ତି। ଏହାର ଭରପୁର ଫାଇଦା ନେଉଛନ୍ତି ଏଠାରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ। ସେ ମାସ ମାସ ଧରି ଅନୁପସ୍ଥିତ ରହୁଥିବା କାରଣରୁ ପଞ୍ଚାୟତ ବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି। ବିଗତ ବନ୍ୟାରେ ନଦୀବନ୍ଧ ବାହାର ପଟେ ବସବାସ କରୁଥିବା ୧୯ ଓ ୨୦ ନମ୍ବର ଓ୍ବାର୍ଡର ୬୦ ରୁ ଅଧିକ ପରିବାରକୁ ସରକାରୀ ଘୋଷଣା ମୁତାବକ ରିଲିଫ ଓ ସହାୟତା ନ ଦିଆଯିବା ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଏନେଇ ବାରମ୍ବାର ବିଡିଓ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ସୁଫଳ ନ ମିଳିବାରୁ ଗତ ଅକ୍ଟୋବର ୧୩ ତାରିଖ ଦିନ ପୂର୍ବତନ ଓ୍ବାର୍ଡସଭ୍ଯା ଶାନ୍ତିଲତା ସ୍ବାଇଁଙ୍କର ନେତୃତ୍ଵରେ ବନ୍ୟା ପୀଡିତ ମାନେ ଆମରଣ ଅନଶନରେ ବସିଥିଲେ। ଅନଶନର ୧୧ ଘଣ୍ଟା ପରେ ବ୍ଲକ ପ୍ରଶାସନ ସେଠାରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି କିଛି ଦିନ ମଧ୍ୟରେ ସେମାନଙ୍କ ଦାବି ପୂରଣ କରିବା ନେଇ ପ୍ରତିଶ୍ରୁତି ଦେବା ପରେ ଅନଶନ ଓ ଗଣଧାରଣା ପ୍ରତ୍ଯାହୃତ ହୋଇଥିଲା। ହେଲେ ପ୍ରଶାସନର ପ୍ରତିଶ୍ରୁତି ପାଣିର ଗାର ସାବ୍ୟସ୍ତ ହୋଇଛି। ବ୍ଲକ ପ୍ରଶାସନର ପ୍ରତିଶ୍ରୁତି ପ୍ରତାରଣା ଥିଲା ବୋଲି ପ୍ରମାଣିତ ହେବାପରେ ଆଜି ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ। ଶାନ୍ତିଲତା ସ୍ବାଇଁଙ୍କ ନେତୃତ୍ଵରେ ୫୦ ରୁ ଉର୍ଦ୍ଧ୍ବ ମହିଳା ସକାଳ ୧୦ ଘଟିକା ଠାରୁ ଅନଶନରେ ବସିଥିଲେ ମଧ୍ୟ ରିପୋର୍ଟ ଲେଖା ହେବା ସୁଦ୍ଧା ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ କିମ୍ବା ପଞ୍ଚାୟତର କୌଣସି କର୍ମଚାରୀ ଅନଶନକାରୀଙ୍କ ନିକଟରେ ପହଞ୍ଚି ନାହାନ୍ତି। ମାର୍ଶାଘାଇ ଥାନା ପକ୍ଷରୁ ଅନଶନ ସ୍ଥଳରେ ପୋଲିସ ମୁତୟନ କରାଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking