39.1 C
Bhubaneswar
Friday, April 26, 2024
Homeଓଡିଶାସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ

ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ବର୍ତ୍ତମାନର କରୋନା ଭଳି ସ୍ଥିତି ସମୟରେ ସରପଂଚମାନେ ପଂଚାୟତରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି । ଫେରୁଥିବା ପ୍ରବାସୀମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖିବାଠୁ ଆରମ୍ଭ କରି ସେମାନଙ୍କର ଖାଇବା ପିଇବା ବ୍ୟବସ୍ଥା ମଧ୍ୟ ସରପଂଚ ବୁଝୁଛନ୍ତି । ହେଲେ ଏହାରି ଭିତରେ ଏକ ଦୁଃଖଦ ଏବଂ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଢେଙ୍କାନାଳର ଗିରିଧରପ୍ରସାଦ ସରପଂଚଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ତେବେ କ୍ୱାରେଣ୍ଟିନ ସେଣ୍ଟରରେ ପ୍ରବାସୀଙ୍କୁ ରଖିବାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସୂଚନା ରହିଛି । ସରପଂଚ ଶ୍ରୀକାନ୍ତ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ଆସିଛି । ଏହି ଅଭିଯୋଗ ଆସିବା ପରେ ପୋଲିସ ଏହି ଘଟଣାରେ ଜଣକୁ ଅଟକ ରଖି ପଚରାଉଚୁରା କରିଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking