37.1 C
Bhubaneswar
Thursday, March 28, 2024
Homeଓଡିଶାବେଙ୍ଗଲ ଉପକୂଳ ମୁହାଁଇବ ସମ୍ଭାବ୍ୟ ବାତ୍ୟା

ବେଙ୍ଗଲ ଉପକୂଳ ମୁହାଁଇବ ସମ୍ଭାବ୍ୟ ବାତ୍ୟା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସି ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତି । ଲଘୁଚାପଟି ଏବେ ଅବପାତ ରୂପ ନେଇଛି । ଆଜି ବାତ୍ୟା ରୂପ ନେଇପାରେ ବୋଲି ସୂଚନା ରହିଛି । ବର୍ତ୍ତମାନ ପାରାଦୀପର ଦକ୍ଷିଣରେ ୧୦୬୦ କିମି ଦୂରରେ ରହିଛି । ଏବେ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି ବୋଲି ଏସଆରସି କହିଛନ୍ତି । ୧୭ ତାରିଖ ସନ୍ଧ୍ୟାରେ ବାତ୍ୟା ଗତି ପରିବର୍ତ୍ତନ କରିବ । ବର୍ତ୍ତମାନର ବାତ୍ୟାର ସ୍ଥିତିକୁ ଦେଖିଲେ ଏହା ବେଙ୍ଗଲ ଉପକୂଳକୁ ଯାଇପାରେ ବୋଲି ଅନୁମାନ କରାଯାଉଛି । ୨୦ ତାରିଖ ଦିନ ସ୍ଥଳଭାଗ ଛୁଇଁବା ଆକଳନ କରାଯାଉଛି । ଫଳରେ ଓଡିଶାରେ ୧୮ରୁ ୨୦ ଯାଏଁ ବର୍ଷା ହେବ ଆଉ ପବନ ବହିବ । ଏହାଛଡା ୧୯ ତାରିଖରେ ଉପକୂଳ ଓଡିଶାରେ ୬୦ କିମି ବେଗରେ ପବନ ବହିବ ଏବଂ ସମୁଦ୍ରରେ ପବନ ବେଗ ୧୫୦ କିମି ପର୍ଯ୍ୟନ୍ତ ଯାଇପାରେ । ୨୦ ତାରିଖ ଆଡକୁ ପବନର ବେଗ କ୍ରମଶଃ ବଢି ଘଣ୍ଟାକୁ ୧୧୦ କିମି ଯାଏ ବଢିପାରେ ବୋଲି ସୂଚନା ଦିଆଯାଇଛି । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ମାତ୍ର ବନ୍ୟାର ଭୟ ନଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା । ଆବଶ୍ୟକ ପଡିଲେ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇପାରେ । ଏଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ନେଇ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ସଜାଗ ରହିଥିବା ସେ କହିଛନ୍ତି । ସରକାରଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ରହିଛି । ଭୟ କରିବାର କୌଣସି କାରଣ ନାହିଁ । ଏହାଛଡା ଅଯଥାରେ ବଜାରକୁ ଯାଇ ଗହଳି ନ କରିବାକୁ ଏସଆରସି କହିଛନ୍ତି । କାଲି ବାତ୍ୟାର ଗତି ନେଇ ସ୍ପଷ୍ଟ ସୂଚନା ମିଳିପାରେ ବୋଲି ଆଶା କରାଯାଉଥିବା ସେ କହିଛନ୍ତି । ଦକ୍ଷିଣ, ଉପକୂଳ, ଉତ୍ତର ଓଡିଶାର ୧୨ ଜିଲ୍ଲାକୁ ଆଲର୍ଟ କରାଯାଇଛି ।
ଅନ୍ୟପଟେ ଏହି ବାତ୍ୟାକୁ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ୨୦ ତାରିଖ ସକାଳ ସୁଦ୍ଧା ବାତ୍ୟା ପଶ୍ଚିମବଙ୍ଗ ଉପକୂଳରେ ପହଂଚିବ । ୧୮ ସନ୍ଧ୍ୟାରୁ ଉତ୍ତର ଓଡିଶାରେ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଯିବ । ୧୯ରୁ ବର୍ଷା ପବନ ବଢିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୯ ତାରିଖ ସକାଳେ ୪୫ରୁ ୫୫ କମିରେ ପବନ ବହିବ । ୧୯ ସନ୍ଧ୍ୟାରୁ ୨୦ ଯାଏଁ ୭୫ରୁ ୮୫ କିମି ବେଗରେ ପବନ ବହିବା ଆଶଙ୍କା ରହିଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୫୦ରୁ ୧୬୦ ଛୁଇଁପାରେ । ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଅଂଚଳରେ ସ୍ଥଳଭାଗ ଛୁଇଁପାରେ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking