28.1 C
Bhubaneswar
Friday, April 26, 2024
Homeକରୋନାଫେବୃଆରୀ ୧-୧୫ ମଧ୍ୟରେ ଶିଖର ଛୁଇଁବ ସଂକ୍ରମଣ

ଫେବୃଆରୀ ୧-୧୫ ମଧ୍ୟରେ ଶିଖର ଛୁଇଁବ ସଂକ୍ରମଣ

ନୂଆଦିଲ୍ଲୀ: ଓମିକ୍ରନ୍‌ର ଆବିର୍ଭାବ ପରେ ବର୍ତ୍ତମାନ ଦେଶରେ କୋଭିଡ୍‌ର ତୃତୀୟ ଲହର ଆସିଯାଇଛି । ତେବେ ଆସନ୍ତା ଫେବୃଆରୀ ୧ରୁ ୧୫ ମଧ୍ୟରେ ତୃତୀୟ ଲହର ଶିଖରରେ ପହଞ୍ଚିବ ବୋଲି ମାଡ୍ରାସ ଆଇଆଇଟି ଦ୍ୱାରା କରାଯାଇଥିବା ସର୍ଭେରୁ ଜଣାପଡିଛି । ଚଳିତ ସପ୍ତାହରେ ଦେଶରେ କୋଭିଡ୍ ଜନିତ ଆର-ଭାଲ୍ୟୁ ୪ ବୋଲି ରେକର୍ଡ କରାଯାଇଛି । ଏଥିରୁ କୋଭିଡ୍ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିଚାଲିଛି ବୋଲି ଆଶଙ୍କା କରାଯାଉଛି । ଜଣେ ଆକ୍ରାନ୍ତ ବ୍ୟକ୍ତି ଅନ୍ୟ କେତେ ଜଣଙ୍କୁ ସଂକ୍ରମିତ କରାଇବାରେ ସକ୍ଷମ ହେଉଛନ୍ତି, ତାହାକୁ ଆଧାର କରି ଆର୍‌-ଭାଲ୍ୟୁ ନିର୍ଦ୍ଧାରଣ କରାଯାଇଥାଏ ।

ଯଦି ଆର-ଭାଲ୍ୟୁ ୧ ତଳେ ରହେ, ତାହାହେଲେ କୌଣସି ମହାମାରୀର ଅନ୍ତ ଘଟିଛି ବୋଲି ପ୍ରମାଣିତ ହୋଇଥାଏ । ମାଡ୍ରାସ ଆଇଆଇଟି ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ଡିସେମ୍ବର ୨୫-୩୧ ମଧ୍ୟରେ ଦେଶରେ ଆର-ଭାଲ୍ୟୁ ୨.୯ ଥିବାବେଳେ ଜାନୁଆରୀ ୧-୬ ମଧ୍ୟରେ ଏହା ୪କୁ ବୃଦ୍ଧି ପାଇଛି । ମାଡ୍ରାସ ଆଇଆଇଟିର ଗଣିତ ବିଭାଗ ପ୍ରଫେସର ଡଃ ଜୟନ୍ତ ଝା’ଙ୍କ କହିବା ଅନୁଯାୟୀ ୩ଟି ପ୍ରସଙ୍ଗ ଉପରେ ଆର୍‌-ଭାଲ୍ୟୁ ନିର୍ଭର କରିଥାଏ । ସେଗୁଡିକ ହେଲା (୧) ସଂକ୍ରମଣ ସମ୍ଭାବନା (୨) ସଂକ୍ରମଣ ହାର ଏବଂ (୩) ସଂକ୍ରମଣ ଘଟିବାରେ ସମୟ ବ୍ୟବଧାନ । ବର୍ତ୍ତମାନ କ୍ୱାରେଣ୍ଟାଇନ ଏବଂ କଟକଣା ଯୋଗୁଁ ସଂକ୍ରମଣ ହାର ହ୍ରାସ ପାଇବା ସ୍ୱାଭାବିକ ଏବଂ ଏଥିଯୋଗୁଁ ଆର୍‌-ଭାଲ୍ୟୁ ମଧ୍ୟ ହ୍ରାସ ପାଇବ । ବିଗତ ଦୁଇ ସପ୍ତାହ ଧରି ଦେଶରେ ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବାରୁ ଫେବୃଆରୀ ୧ରୁ ୧୫ ମଧ୍ୟରେ ତୃତୀୟ ଲହର ଶିଖରରେ ପହଞ୍ଚିବ ବୋଲି ସେ ଆଶଙ୍କାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking