26.1 C
Bhubaneswar
Friday, March 29, 2024
Homeଖେଳଆଇସିସି ପ୍ଲେୟର୍ ଅଫ୍ ଦି ମନ୍ଥ ଦୌଡ଼ରେ ମୟଙ୍କ

ଆଇସିସି ପ୍ଲେୟର୍ ଅଫ୍ ଦି ମନ୍ଥ ଦୌଡ଼ରେ ମୟଙ୍କ

ଦୁବାଇ: ନ୍ୟୁଜିଲାଣ୍ଡ ଓ ସାଉଥ୍ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଆକର୍ଷଣୀୟ ପ୍ରଦର୍ଶନ ପରେ ଭାରତୀୟ ଓପ୍ନର୍ ମୟଙ୍କ ଅଗରୱାଲ୍‌ଙ୍କ ନାମ ଆଇସିସି ମେନ୍ସ ପ୍ଲେୟାର୍ ଅଫ୍ ଦି ମନ୍ଥ ପାଇଁ ସୁପାରିସ ହୋଇଛି । ମୟଙ୍କଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡ ସ୍ପିନର୍ ତଥା ଗତବର୍ଷ ଭାରତ ବିପକ୍ଷ ଟେଷ୍ଟ୍‌ରେ ବିଶ୍ୱର ତୃତୀୟ ବୋଲର୍ ଭାବେ ଗୋଟିଏ ଇନିଂସରେ ୧୦ଟି ୱିକେଟ୍ ନେବାରେ ଗୌରବ ପାଇଥିବା ଏଜାଜ୍ ପଟେଲ୍ ଓ ଅଷ୍ଟ୍ରେଲିଆ ଫାଷ୍ଟ ବୋଲର୍ ମିଚେଲ୍ ଷ୍ଟାର୍କ ମଧ୍ୟ ଏହି ପୁରସ୍କାର ଦୌଡ଼ରେ ସାମିଲ ଅଛନ୍ତି । ଗତ ମାସରେ ନିୟମିତ ଓପ୍ନର୍ ରୋହିତ ଶର୍ମା, ଶୁବମାନ ଗିଲ୍ ଓ ଲୋକେଶ ରାହୁଲଙ୍କ ଅନୁପସ୍ଥିତିରେ ଚୂଡ଼ାନ୍ତ ଏକାଦଶରେ ସାମିଲ୍ ହୋଇ ମୟଙ୍କ ଏହାର ଭରପୂର ଫାଇଦା ଉଠାଇଥିଲେ । ୨ଟି ମ୍ୟାଚ୍‌ରେ ସେ ଦୁଇଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ସହ ୬୯ ହାରରେ ମୋଟ ୨୭୬ ରନ୍ କରିଥିଲେ ।

ମୁମ୍ବାଇରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ୍ ମ୍ୟାଚ୍ ବିଜୟରେ ସେ ମୁଖ୍ୟ କର୍ଣ୍ଣଧାର ସାଜିଥିଲେ । ୧୫୦ ଓ ୬୨ ରନ୍‌ର ମ୍ୟାଚ୍ ବିଜୟୀ ଇନିଂସ୍ ପାଇଁ ସେ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ମଧ୍ୟ ବିବେଚିତ ହୋଇଥିଲେ । ଆହୁରି ବର୍ଷର ଶେଷ ଟେଷ୍ଟ୍‌ରେ ଭାରତ ସାଉଥ୍ ଆଫ୍ରିକା ବିପକ୍ଷ ଗସ୍ତରେ ପ୍ରଥମ ଥର ସେଞ୍ଚୁରିଅନ୍‌ରେ ଦୁର୍ଗ ଦଖଲ କରିଥିବା ବେଳେ ଏହି ବିଜୟରେ ମଧ୍ୟ ମୟଙ୍କଙ୍କ ବ୍ୟାଟିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ରାହୁଲଙ୍କ ସହ ଇନିଂସ୍ ଓପନ୍ କରି ୬୦ ରନ୍ କରିବା ସହ ମୟଙ୍କ ପ୍ରଥମ ୱିକେଟ୍ ପାଇଁ ୧୧୭ ରନ୍‌ର ପାର୍ଟନର୍‌ଶିପ୍ କରିଥିଲେ । ଅନ୍ୟପକ୍ଷରେ ଭାରତ ଜନ୍ମିତ କିୱି ସ୍ପିନର୍ ଏଜାଜ୍‌ଙ୍କ ନାମ କ୍ରିକେଟ୍ ଇତିହାସରେ ସ୍ମରଣୀୟ ହୋଇ ରହିବ ।

ଗତବର୍ଷ ଡିସେମ୍ବରରେ ଭାରତ ବିପକ୍ଷ ଗୋଟିଏ ଇନିଂସ୍‌ରେ ୧୦ଟି ୱିକେଟ୍ ହାସଲ କରି ଟେଷ୍ଟ କ୍ରିକେଟ୍‌ରେ ଜିମ୍ ଲାକର ଓ ଅନୀଲ୍ କୁମ୍ବଲେଙ୍କ ପରେ ଏହି କାରନାମା କରିବାରେ ସେ ବିଶ୍ୱର ତୃତୀୟ ବୋଲର୍ ହୋଇଥିଲେ । ଏହି ବାମହାତୀ ସ୍ପିନର୍ ଗତ ମାସରେ ମାତ୍ର ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ୧୬.୦୭ ହାରରେ ମୋଟ ୧୪ଟି ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ଷ୍ଟାର୍କ ମଧ୍ୟ ଚଳିତ ଆଶେସ୍ ସିରିଜ୍‌ରେ ଉଭୟ ବଲ୍ ଓ ବ୍ୟାଟ୍‌ରେ ଉନ୍ନତ ପ୍ରଦର୍ଶନ କରିଛନ୍ତି । ଗତ ମାସରେ ଖେଳିଥିବା ୩ଟି ମ୍ୟାଚ୍‌ରେ ସେ ୧୯.୬୪ ହାରରେ ୧୪ଟି ୱିକେଟ୍ ହାସଲ କରିଥିଲେ ।  ସେହିପରି ୫୮.୫୦ ହାରରେ ୧୧୭ ରନ୍ ମଧ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking