34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆନ୍ଧ୍ର: ସରକାରୀ କର୍ମଚାରୀଙ୍କ ବେତନ ୨୩% ବୃଦ୍ଧି, ଅବସର ବୟସସୀମା ୬୨କୁ ବଢ଼ିଲା

ଆନ୍ଧ୍ର: ସରକାରୀ କର୍ମଚାରୀଙ୍କ ବେତନ ୨୩% ବୃଦ୍ଧି, ଅବସର ବୟସସୀମା ୬୨କୁ ବଢ଼ିଲା

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌.ଜଗନ ମୋହନ ରେଡ୍ଡି ଶୁକ୍ରବାର ରାଜ୍ୟର ସରକାରୀ କର୍ମଚାରୀଙ୍କ ବେତନକୁ ୨୩ ପ୍ରତିଶତ ବୃଦ୍ଧି କରିଥିବାବେଳେ ସେମାନଙ୍କର ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ମଧ୍ୟ ବୃଦ୍ଧି କରିଛନ୍ତି । କର୍ମଚାରୀ ସଂଘର ପ୍ରତିନିଧି ଏବଂ ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ଆଲୋଚନା କରିବାପରେ ମୁଖ୍ୟମନ୍ତ୍ରୀ ଏଭଳି ଘୋଷଣା କରିଥିବା ଜଣାପଡିଛି ।  ସରକାରୀ କର୍ମଚାରୀଙ୍କ ବେତନ ୧୪.୨୯ ପ୍ରତିଶତ ବୃଦ୍ଧି କରିବାକୁ ଗତ ଡିସେମ୍ବରରେ ମୁଖ୍ୟ ଶାସନ ସଚିବ ସରକାରଙ୍କୁ ସୁପାରିସ କରିଥିଲେ ।

୨୦୧୮ ଜୁଲାଇ ୧ରୁ ଏହି ବେତନ ସଂଶୋଧନ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯାଉଥିବାବେଳେ ସରକାରୀ କର୍ମଚାରୀ ୨୦୨୦ ଏପ୍ରିଲ ୧ରୁ ପିଛିଲାଭାବେ ଏହି ଆର୍ôଥକ ସୁବିଧା ପାଇବେ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି । ଏଥିପାଇଁ ରାଜକୋଷ ଉପରେ ୧୦,୨୪୭ କୋଟିର ବ୍ୟୟଭାର ପଡିବ ବୋଲି ଆକଳନ କରାଯାଇଛି । ୨୦୨୨ ଏପ୍ରିଲ ସୁଦ୍ଧା ସରକାରୀ କର୍ମଚାରୀଙ୍କ ବକେୟା ଜିପିଏଫ୍ ଓ ଜିଏଲଆଇ ପ୍ରଦାନ କରାଯିବ । ଅପରପକ୍ଷରେ ୨୦୨୨ ଜାନୁଆରୀ ୧ରୁ କର୍ମଚାରୀଙ୍କ ଅବସର ବୟସସୀମା ବୃଦ୍ଧିକୁ କାର୍ଯ୍ୟକାରୀ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking