29.1 C
Bhubaneswar
Monday, May 6, 2024
Homeଓଡିଶାଭାରତ ବନ୍ଦ ଡାକରାକୁ ଅନ୍ୟ ରାଜ୍ୟର ଆଂଚଳିକ ଦଳ ସମର୍ଥନ କରୁଥିବା ବେଳେ ବିଜୁ ଜନତା...

ଭାରତ ବନ୍ଦ ଡାକରାକୁ ଅନ୍ୟ ରାଜ୍ୟର ଆଂଚଳିକ ଦଳ ସମର୍ଥନ କରୁଥିବା ବେଳେ ବିଜୁ ଜନତା ଦଳ ଚୁପ୍ କାହିଁକି – ନିରଞ୍ଜନ

ଭୁବନେଶ୍ୱର  : କେନ୍ଦ୍ରର ମୋଦୀ ନେତୃତ୍ୱ ବିଜେପି ସରକାରଙ୍କ ଦ୍ୱାରା ପ୍ରଣୀତ ୩ ଗୋଟି କଳା କୃଷି ଆଇନ୍ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡିକ ଡିସେମ୍ବର ୮ ତାରିଖ ମଙ୍ଗଳବାର ଦେଇଥିବା ଭାରତ ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ ସମର୍ଥନ କରୁଅଛି । କୃଷକମାନେ ଆମର ଅନ୍ନଦାତା ଓ ଅର୍ଥନୀତିର ମେରୁଦଣ୍ଡ । କୃଷକ ଭାଇଭଉଣୀମାନେ କୃଷି ଆଇନକୁ ବିରୋଧ କରିବା ସଂପୂର୍ଣ୍ଣ ଯଥାର୍ଥ ଓ ଯୁକ୍ତିସଂଗତ ବୋଲି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ ଆନ୍ଦୋଳନକୁ ବହୁ ଆଂଚଳିକ ଦଳ ପୂର୍ଣ୍ଣ ସମର୍ଥନ କରି ବନ୍ଦରେ ସାମିଲ ହୋଇଥିବା ବେଳେ ବିଜୁ ଜନତା ଦଳ ସଂପୂର୍ଣ୍ଣ ନୀରବ ରହିବା ଚାଷୀକୂଳ ପ୍ରତି ଚରମ ଧୋକା ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । କୃଷି ରାଜ୍ୟର ବିଷୟ ହୋଇଥିଲେ ମଧ୍ୟ ରାଜ୍ୟର କୃଷକମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଜୁ ଜନତା ଦଳର ନୀରବତା ପ୍ରମାଣିତ କରୁଛି ଯେ ବିଜେଡି ଚାଷୀ ବିରୋଧୀ ଓ ବିଜେପି ସହ ସଂପୂର୍ଣ୍ଣ ସାମିଲ ଅଟେ । ଏହି କଳା ଆଇନ୍ ବିଜେପି-ବିଜେଡିର ଅସଲ ଚେହେରା, ଚିତ୍ର, ଚରିତ୍ର ଓ ଚାଲ୍‌କୁ ପର୍ଦାଫାଶ କରିଛି । ରାଜ୍ୟ ଓ ଦେଶର କୃଷକମାନଙ୍କର ଏପରି ପ୍ରତିବାଦ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇ ଓଡିଶାର କୋଣ ଅନୁକୋଣରେ ବନ୍ଦକୁ ପୂର୍ଣ୍ଣ ସଫଳ କରିବାକୁ ହଜାର ହଜାର କଂଗ୍ରେସ କର୍ମୀ ରାଜରାସ୍ତାକୁ ଓହ୍ଲାଇ ଦୃଢ଼ ପ୍ରତିବାଦ କରିବାକୁ ଯାଉଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ଦୁଗ୍ଧ ଗାଡି, ଔଷଧ ଦୋକାନ, ଆମ୍ବୁଲାନ୍ସ ସେବା, ଡାକ୍ତରଖାନା, ପରୀକ୍ଷାର୍ଥୀଙ୍କୁ କୌଣସି ବାଧା ନଦେବାକୁ ଦଳ ତରଫରୁ ନିଷ୍ପତି ନିଆଯାଇଛି ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି । କୌଣସି ପ୍ରକାର ଗଣ୍ଡଗୋଳ, ହିଂସା ଆଚରଣ ନଘଟାଇ ଶାନ୍ତି ଶୃଙ୍ଖଳାର ସହ ଭାରତ ବନ୍ଦକୁ ପୂର୍ଣ୍ଣ ସଫଳ କରିବାକୁ ସମସ୍ତ ନେତୃମଣ୍ଡଳୀ, ବିଶେଷକରି ଉପଭୋକ୍ତା ବନ୍ଧୁ ଓ ଓଡିଶାବାସୀ ଭାଇଭଉଣୀମାନଙ୍କୁ ଶ୍ରୀଯୁକ୍ତ ପଟ୍ଟନାୟକ ବିନମ୍ର ଅନୁରୋଧ କରିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍‌ଗୋ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking