39.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗବ୍ୟାପକ ହେଲା କୃଷକ ଆନ୍ଦୋଳନ: ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି - ନରସିଂହ

ବ୍ୟାପକ ହେଲା କୃଷକ ଆନ୍ଦୋଳନ: ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି – ନରସିଂହ

ବଲାଙ୍ଗିର,(ଦେବାଶିଷ ମିଶ୍ର)- କେନ୍ଦ୍ର ସରକାରଙ୍କ ନୁତନ କୃଷି ବିଲ ୨୦୨୦ ପ୍ରତ୍ୟାହାର ଦାବୀରେ ସାରା ଦେଶରେ କୃଷକ ଆନ୍ଦୋଳନ ଚରମ ସୀମାରେ ପହଞ୍ଚିଛି । ପ୍ରଥମେ ପଞ୍ଜାବ ଓ ହରିଆଣାରେ କୃଷି ବିଲ୍ ବିରୁଦ୍ଧରେ ଚାଷୀମାନେ ଆନ୍ଦୋଳନ କରିବା ସହ ଦିଲ୍ଲୀ ଆସୁଥିବା ସମସ୍ତ ରାସ୍ତା କୁ ଘେରିଥିଲେ । ସରକାର ଏହି ଆନ୍ଦୋଳନକୁ ଦମନ କରିବାରେ ବିଫଳ ହେବା ପରେ କୃଷି ବିଲ ଉପରେ ଆଲୋଚନା କରିବା ପାଇଁ କୃଷକ ମାନଙ୍କୁ ଆମନ୍ତ୍ରଣ କରିଥିଲେ । କିନ୍ତୁ ବାରମ୍ବାର ଏହି ଆଲୋଚନା ବିଫଳ ହେବା ପରେ ନୁତନ କୃଷୀ ବିଲ ପ୍ରତ୍ୟାହାର ଦାବୀରେ କୃଷକ ସଂଗଠନ ମାନେ ଡିସେମ୍ବର ୮ ତାରିଖରେ ଭାରତ ବନ୍ଦର ଡାକରା ଦେଇଥିଲେ । କେନ୍ଦ୍ର ସରକାରଙ୍କ କୃଷକ ଓ କୃଷି ବିରୋଧୀ ନୁତନ କୃଷି ଆଇନ ବିରୁଦ୍ଧରେ ଡିସେମ୍ବର ୮କୁ ହେବାକୁ ଥିବା ଏହି ଆନ୍ଦୋଳନ ଏବେ ସାରା ଦେଶରେ ବ୍ୟାପିଛି । କୃଷକମାନଙ୍କ ସମର୍ଥନରେ ସମସ୍ତ ରାଜନୈତିକ ଦଳ, କେନ୍ଦ୍ରୀୟ କୃଷକ ସଂଗଠନ, ସମସ୍ତ କେନ୍ଦ୍ରିୟ ଶ୍ରମିକ ସଂଗଠନ ଓ ବିଭିନ୍ନ ରାଜ୍ୟ ସରକାର ଏହି ବନ୍ଦକୁ ସଂପୁର୍ଣ୍ଣ ସମର୍ଥନ କରୁଥିବା ବେଳେ ଦୁଃଖର ବିଷୟ ଯେ, ଓଡିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକମାନଙ୍କ ଏହି ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇବା ତ ଦୁରର କଥା ଏପର୍ଯ୍ୟନ୍ତ ଏହି ଆନ୍ଦୋଳନ ତଥା ଭାରତ ବନ୍ଦ କୁ ନେଇ ନିଜର ଆଭୀମୁଖ୍ୟ ମଧ୍ୟ ସ୍ପଷ୍ଟ କରି ନାହାନ୍ତି । ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବାକୁ ଥିବା ଏହି ଆନ୍ଦୋଳନକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମୁହଁ ନ ଖୋଲି ସେ କେନ୍ଦ୍ରର ମୋଦି ସରକାରଙ୍କ ବୋଲକରା ମୁଖ୍ୟମନ୍ତ୍ରୀ ର ପରିଚୟ ଦେଉନାହାନ୍ତି ତ ? ବୋଲି କଂଗ୍ରେସ ବିଧୟକ ଦଳର ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ କରିଛନ୍ତି । ଆହୁରି , ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆନ୍ଦୋଳନରେ କୃଷକ ଜାତି ପ୍ରତି ନିଜର ସମର୍ଥନ ନ ଜଣାନ୍ତି ତେବେ ରାଜ୍ୟରେ ଲୋକେ ତାଙ୍କୁ ଜଣେ କୃଷକ ବିରୋଧୀ ମୁଖ୍ୟମନ୍ତ୍ରୀ ଭାବେ ନିଶ୍ଚୟ ଗଣନା କରିବେ । ତେଣୁ ଦେଶବ୍ୟାପି ଚାଲିଥିବା ଏହି କୃଷକ ଆନ୍ଦୋଳନ ପ୍ରତି ମୁଖ୍ୟମନ୍ତ୍ରୀ ନିଜର ସମର୍ଥନ ଘୋଷଣା କରନ୍ତୁ । ନଚେତ ଆଗାମୀ ଦିନରେ ରାଜ୍ୟର କୃଷକ ସମାଜ ତାଙ୍କୁ କଦାପି କ୍ଷମା ଦେବ ନାହିଁ ବୋଲି ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚେତାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking