30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶପାର୍ଥ, ଅର୍ପିତାଙ୍କ ୪୮ କୋଟିର ସମ୍ପତ୍ତି ଜବତ

ପାର୍ଥ, ଅର୍ପିତାଙ୍କ ୪୮ କୋଟିର ସମ୍ପତ୍ତି ଜବତ

କୋଲକାତା : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସୋମବାର ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କର ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କର ୪୮ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ଏଥିମଧ୍ୟରେ ୪୦.୩୩ କୋଟି ଟଙ୍କାର ୪୦ଟି ସ୍ଥାବର (ଫ୍ଲାଟ୍‌, ଫାର୍ମହାଉସ, ପ୍ରାଇମ୍ ଲ୍ୟାଣ୍ଡ) ସମ୍ପତ୍ତି ଏବଂ ୭.୮୯ କୋଟି ଟଙ୍କାର ୩୫ଟି ବ୍ୟାଙ୍କ ଆକାଉଣ୍ଟ ଅନ୍ତର୍ଭୁକ୍ତ । ପାର୍ଥ ଓ ଅର୍ପିତା ଏହି ସ୍ଥାବର ସମ୍ପତ୍ତିକୁ ବେନାମୀ ଲୋକଙ୍କ ନାମରେ ରେଜିଷ୍ଟ୍ରି କରାଇଥିବା ଜଣାପଡିଛି । ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଇଡି ପକ୍ଷରୁ ଗତ ଜୁଲାଇରେ ପାର୍ଥ ଓ ଅର୍ପିତାଙ୍କୁ ଗିରଫ କରାଯାଇଥିଲା । ସେତେବେଳେ ସେମାନଙ୍କର ଘରେ ଚଢଉ କରାଯାଇ ୫୦ କୋଟି ନଗଦ ଟଙ୍କା ଓ ୫୫ କୋଟିର ସ୍ୱର୍ଣ୍ଣାଳଙ୍କାର ଜବତ କରାଯାଇଥିଲା । ବର୍ତ୍ତମାନ ଏ ଦୁଇ ଅଭିଯୁକ୍ତ ଜେଲ୍‌ରେ ରହିଛନ୍ତି ।

ଜ୍ଞାନବାପୀ ମାମଲା: ୮ ସପ୍ତାହ ମହଲତ ମାଗିଲା ମସ୍‌ଜିଦ କମିଟି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking