28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶବିମାନଯାତ୍ରୀଙ୍କଠାରୁ ୧ କୋଟି ଟଙ୍କାର ଡଲାର ଜବତ

ବିମାନଯାତ୍ରୀଙ୍କଠାରୁ ୧ କୋଟି ଟଙ୍କାର ଡଲାର ଜବତ

କୋଲକାତା : ବହିଃଶୁଳ୍‌କ ଅଧିକାରୀମାନେ କୋଲକାତା ଏୟାରପୋର୍ଟରେ ଜଣେ ବିମାନଯାତ୍ରୀଙ୍କ ନିକଟରୁ ୧ କୋଟି ଟଙ୍କାର ଡଲାର ଜବତ କରିଛନ୍ତି । ବିଦେଶରୁ ପହଞ୍ଚିଥିବା ସଙ୍ଗୀତା ଦେବୀ ନାମ୍ନୀ ଏହି ମହିଳାଙ୍କ ବ୍ୟାଗ୍‌ରୁ ୧୦୦ ଡଲାର ମୂଲ୍ୟର ୧୩୦୦ ନୋଟ୍ ମିଳିଥିଲା । ଏତେ ପରିମାଣର ବିଦେଶୀ ମୁଦ୍ରା କାହିଁକି ଓ କେଉଁଠୁ ଆଣିଛନ୍ତି ବୋଲି ପ୍ରଶ୍ନ କରାଯିବାରୁ ସଙ୍ଗୀତା ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ପରେ ଇଡି ଅଧିକାରୀଙ୍କୁ ଡକାଯାଇ ଏହି ଡଲାରଗୁଡିକ ଜବତ କରାଯାଇଥିଲା ।

୪୮ କୋଟିର ଇ-ସିଗାରେଟ୍ ଜବତ
ଅହମ୍ମଦାବାଦ: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଅଧିକାରୀମାନେ ସୋମବାର ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ୪୮ କୋଟି ଟଙ୍କାର ଇ-ସିଗାରେଟ୍ ଷ୍ଟିକ୍ ଜବତ କରିଛନ୍ତି । ଯାଞ୍ଚ ଅଧିକାରୀଙ୍କୁ ବିଭ୍ରାନ୍ତ କରିବାକୁ ଇ-ସିଗାରେଟ୍ ଥିବା କଣ୍ଟେନର ଉପରେ ‘ମେଜିଆ ସଫା କରିବା ସାମଗ୍ରୀ’ ବୋଲି ଲେଖାଯାଇଥିଲା । ସନ୍ଦେହ ଉପୁଜିବାରୁ କଣ୍ଟେନରରେ ଥିବା ସବୁ କାର୍ଟୁନକୁ ଖୋଲାଯାଇଥିଲା । ତେବେ ଏହି ମାମଲାରେ କାହାରିକୁ ଗିରଫ କରାଯାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking