31.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଜ୍ଞାନବାପୀ ମାମଲା: ୮ ସପ୍ତାହ ମହଲତ ମାଗିଲା ମସ୍‌ଜିଦ କମିଟି

ଜ୍ଞାନବାପୀ ମାମଲା: ୮ ସପ୍ତାହ ମହଲତ ମାଗିଲା ମସ୍‌ଜିଦ କମିଟି

ବାରାଣସୀ : ସୋମବାର ବାରଣସୀ କୋର୍ଟରେ ଶ୍ରୀଙ୍ଗାର ଗୌରୀ-ଜ୍ଞାନବାପୀ ମସ୍‌ଜିଦ ମାମଲାର ଶୁଣାଣି କରାଯାଇଛି । ତେବେ ପରବର୍ତ୍ତୀ ଶୁଣାଣି ପାଇଁ ପ୍ରସ୍ତୁତ ହେବାକୁ ମସ୍‌ଜିଦ ପରିଚାଳନା କମିଟି ଅଦାଲତଙ୍କୁ ୮ ସପ୍ତାହ ସମୟ ମାଗିଥିବା ଜଣାପଡିଛି । ଗତ ସପ୍ତାହରେ ମାମଲାର ଶୁଣାଣି ସମୟରେ ଅଦାଲତ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨କୁ ଧାର୍ଯ୍ୟ କରିଥିଲେ ।

ତେବେ ପ୍ରସ୍ତୁତି ପାଇଁ ୮ ସପ୍ତାହ ସମୟ ଆବଶ୍ୟକ ବୋଲି ମସ୍‌ଜିଦ କମିଟି ଶନିବାର କୋର୍ଟରେ ଏକ ସତ୍ୟପାଠ ଜରିଆରେ ଆବେଦନ କରିଛି । ଏହି ମାମଲାରେ ହିନ୍ଦୁପକ୍ଷଙ୍କ ଦ୍ୱାରା ଆଗତ ପିଟିସନକୁ କମିଟି ବିରୋଧ କରିଥିଲା । ତେବେ ସେପ୍ଟେମ୍ବର ୧୨ରେ କୋର୍ଟ ହିନ୍ଦୁପକ୍ଷଙ୍କ ପିଟିସନ ଶୁଣାଣିଯୋଗ୍ୟ ବୋଲି କହିଥିଲେ । ଏଥିପାଇଁ ହିନ୍ଦୁପକ୍ଷ ବେଶ ଉତ୍ସାହିତ ହୋଇପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking