39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶ୨୦୨୫ ସୁଦ୍ଧା ବାୟୁସେନାରୁ ହଟିବ ମିଗ୍ ବିମାନ

୨୦୨୫ ସୁଦ୍ଧା ବାୟୁସେନାରୁ ହଟିବ ମିଗ୍ ବିମାନ

ନୂଆଦିଲ୍ଲୀ : ୨୦୨୫ ସୁଦ୍ଧା ଭାରତୀୟ ବାୟୁସେନାରୁ ସବୁ ମିଗ୍ ଯୁଦ୍ଧବିମାନକୁ ହଟାଇ ଦିଆଯିବ ବୋଲି କୁହାଯାଇଛି । ବର୍ତ୍ତମାନ ଦେଶରେ ମିଗ୍ ବିମାନର କେବଳ ୪ଟି ସ୍କ୍ୱାର୍ଡ୍ରନ କାର୍ଯ୍ୟ କରୁଛି । ଚଳିତମାସ ୩୦ରେ ଏହି ଚାରିଟି ମଧ୍ୟରୁ ଶ୍ରୀନଗରସ୍ଥିତ ‘ସୋର୍ଡ ଆର୍ମସ’ ସ୍କ୍ୱାଡ୍ରନ୍‌କୁ ଅବ୍ୟାହତି ଦିଆଯିବ । ସୂଚନାଯୋଗ୍ୟ ଗ୍ରୁପ୍ କ୍ୟାପ୍‌ଟେନ ଅଭିନନ୍ଦନ ବର୍ତ୍ତମାନ ଏକଦା ଏହି ସ୍କ୍ୱାଡ୍ରନ୍‌ରେ କାର୍ଯ୍ୟ କରୁଥିଲେ । ୨୦୧୯ ଫେବୃଆରୀ ୨୭ରେ ଭାରତୀୟ ସୀମାକୁ ପ୍ରବେଶ କରିଥିବା ପାକ୍ ବିମାନଗୁଡିକୁ ଘଉଡାଇବାକୁ ଅଭିନନ୍ଦନ ନିଜର ମିଗ୍‌-୨୧ ବିମାନରେ ସେମାନଙ୍କର ପିଛା କରିଥିଲେ । ଗୋଟିଏ ଏଫ୍‌-୧୬ ବିମାନକୁ ଗୁୁଳିକରି ଖସାଇବାପରେ କ୍ଷେପଣାସ୍ତ୍ର ମାଡ ଯୋଗୁଁ ଅଭିନନ୍ଦନଙ୍କ ବିମାନରେ ନିଆଁ ଲାଗିଯାଇଥିଲା ଏବଂ ସେ ପାରାଚ୍ୟୁଟ୍ ସାହାଯ୍ୟରେ ପାକିସ୍ତାନ ମାଟିରେ ଓହ୍ଲାଇଥିଲେ ।

ଦୀର୍ଘ ୬୦ ଘଣ୍ଟା ପାକିସ୍ତାନୀ ସେନା କବ୍‌ଜାରେ ରହିବାପରେ ଫେବୃଆରୀ ୩୦ରେ ପାକିସ୍ତାନ ସରକାର ତାଙ୍କୁ ବିନା ସର୍ତ୍ତରେ ଭାରତକୁ ହସ୍ତାନ୍ତର କରିଥିଲେ । ୨୦୨୫ ସୁଦ୍ଧା ମିଗ୍ ବିମାନର ଅନ୍ୟ ତିନିଟି ସ୍କ୍ୱାଡ୍ରନ୍‌କୁ ହଟାଇ ଦିଆଯିବ ବୋଲି ବାୟୁସେନା କର୍ତ୍ତୃପକ୍ଷ କହିଛନ୍ତି । ସୂଚନାଯୋଗ୍ୟ ଅତ୍ୟଧିକ ଦୁର୍ଘଟଣାପ୍ରବଣ ହୋଇଥିବାରୁ ରୁଷ୍ ନିର୍ମିତ ମିଗ୍‌-୨୧କୁ ‘ଫ୍ଲାଇଙ୍ଗ୍ କଫିନ୍‌’ ଆଖ୍ୟା ଦିଆଯାଇଛି । ବିଗତ ୬ ଦଶନ୍ଧି ମଧ୍ୟରେ ୪୦୦ରୁ ଊର୍ଦ୍ଧ୍ୱ ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ୨୦୦ ପାଇଲଟ୍‌ଙ୍କର ମୃତ୍ୟୁ ଘଟିସାରିଛି । ତେଣୁ ମିଗ୍ ବିମାନଗୁଡିକୁ ପର୍ଯ୍ୟାୟକ୍ରମେ ହଟାଇ ସେହି ସ୍ଥାନରେ ସ୍ୱଦେଶୀ ନିର୍ମିତ ‘ତେଜସ୍‌’ ଲଢୁଆ ବିମାନକୁ ମୁତୟନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking