27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶକଂଗ୍ରେସ ସଭାପତି ନିର୍ବାଚନ ପ୍ରସଙ୍ଗ: ରାହୁଲଙ୍କ ସପକ୍ଷରେ ୭ଟି ରାଜ୍ୟର ପିସିସି

କଂଗ୍ରେସ ସଭାପତି ନିର୍ବାଚନ ପ୍ରସଙ୍ଗ: ରାହୁଲଙ୍କ ସପକ୍ଷରେ ୭ଟି ରାଜ୍ୟର ପିସିସି

ନୂଆଦିଲ୍ଲୀ : ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଦଳର ଏକାଧିକ ବରିଷ୍ଠ ନେତା ଗୋଟିଏପଟେ ରାହୁଲଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରୁଥିବାବେଳେ ୭ଟି ରାଜ୍ୟର ପିସିସି (ପ୍ରଦେଶ କଂଗ୍ରେସ କମିଟି) ଇତିମଧ୍ୟରେ ରାହୁଲଙ୍କୁ ସମର୍ଥନ ଜଣାଇ ପ୍ରସ୍ତାବ ଅନୁମୋଦିତ କରିଥିବା ଜଣାପଡିଛି । ଏହି ରାଜ୍ୟଗୁଡିକ ହେଲା ରାଜସ୍ଥାନ, ଛତିଶଗଡ, ଗୁଜରାଟ, କେରଳ, ତାମିଲନାଡୁ, ତେଲେଙ୍ଗାନା ଓ ବିହାର । ରାହୁଲ କଂଗ୍ରେସ ସଭାପତି ଦାୟିତ୍ୱ ଗ୍ରହଣ କଲେ, ୨୦୨୪ରେ ଦଳ ପୁଣି କେନ୍ଦ୍ରରେ କ୍ଷମତାକୁ ଫେରିବ ବୋଲି ଏହି ରାଜ୍ୟଗୁଡିକ ଆଶାବ୍ୟକ୍ତ କରିଛନ୍ତି ।

ପ୍ରତିଦ୍ୱନ୍ଦ୍ୱିତା କରିବେ ଥରୁର୍‌
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁର୍ କଂଗ୍ରେସ ସଭାପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣାପଡିଛି । ଏହି ପ୍ରସଙ୍ଗରେ ସେ ସୋମବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିବାବେଳେ ତାଙ୍କର ପ୍ରାର୍ଥିତ୍ୱକୁ ସୋନିଆ ଅନୁମୋଦନ କରିଥିବା କୁହାଯାଇଛି । ସୂଚନାଯୋଗ୍ୟ ରାହୁଲଙ୍କୁ ବିରୋଧ କରି ହାଇକମାଣ୍ଡଙ୍କ ନିକଟରେ ଫେରାଦ ହୋଇଥିବା ଜି-୨୩ ଗୋଷ୍ଠୀରେ ଥରୁର୍ ମଧ୍ୟ ସାମିଲ ଥିଲେ । ବର୍ତ୍ତମାନ ରାହୁଲଙ୍କ ପ୍ରାର୍ଥିତ୍ୱକୁ ଏକାଧିକ ରାଜ୍ୟର ପିସିସି ଖୋଲା ସମର୍ଥନ ଜଣାଇଥିବାବେଳେ ଏହି ଲଢେଇ ଜମିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking