32.1 C
Bhubaneswar
Friday, April 26, 2024
HomeUncategorizedଘର ବିରୁଦ୍ଧରେ ପ୍ରେମ ବିବାହ କରିବାରୁ ଝିଅ ସହ ଏପରି କଲେ ମା ବାପା ଓ...

ଘର ବିରୁଦ୍ଧରେ ପ୍ରେମ ବିବାହ କରିବାରୁ ଝିଅ ସହ ଏପରି କଲେ ମା ବାପା ଓ ସମ୍ପର୍କୀୟ ..

ନୂଆଦିଲ୍ଲୀ: ଦିନ କୁ ଦିନ ହତ୍ୟା ଆତ୍ମହତ୍ୟା ଭଳି ଘଟଣା ବଢୁଥିବା ବେଳେ ହଜିଯାଉଛି ମାନବିକତା । ନିଜ ସନ୍ତାନକୁ ବି ମାରିବାକୁ ପଛାଉନାହାନ୍ତି ଜନ୍ମ କଲା ବାପା ମା । ପୂର୍ବ ଦିଲ୍ଲୀ‌‌ରେ ଜଣେ ୨୫ ବର୍ଷୀୟା ମହିଳାଙ୍କୁ ହତ୍ୟା କରି କେନାଲ୍‌ରେ ଫିଙ୍ଗି ଦିଆଯାଇଥିଲା। ଏହା ଏକ ଅନରକିଲିଂ ବୋଲି କୁହାଯାଉଛି। ମୃତ ମହିଳାଙ୍କ ନାମ ଶୀତଲ ଚୌଧୁରୀ। ସେ ନୂଆ ଅଶୋକ ନଗର ବାସିନ୍ଦା। ପୁଲିସ ସୂଚନାନୁଯାୟୀ ଶିତଲ ଗତ ୩ ବର୍ଷ ଧରି ତାଙ୍କ ପଡ଼ୋଶୀରେ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ‌ଗତବର୍ଷ ଅକ୍ଟୋବରରେ ସେ ସେହି ଯୁବକ ଙ୍କୁ ବିବାହ କରିଥିଲେ। ଯେତେବେଳେ ଶୀତଲଙ୍କ ପରିବାର ସଦସ୍ୟ ଏବିଷୟରେ ଜାଣିଲେ ସେ ତାଙ୍କୁ ଏହି ବିବାହରୁ ଓହରିବା ପାଇଁ କହିଥିଲେ।
କିନ୍ତୁ ଶୀତଲ ରାଜି ହୋଇନଥିଲେ। ତେବେ ଗତ ଜାନୁଆରି ୩୦ ତାରିଖରେ ଶୀତଲର ବାପା ମା’ ଏବଂ ଅନ୍ୟ ସମ୍ପର୍କୀୟମାନେ ଶୀତଲକୁ ତଣ୍ଟି ଚିପି ମାରିଦେଇଥିଲେ ଏବଂ ତା’ ମର ଶରୀରକୁ କାର୍‌ରେ ନେଇ ଆଲିଗଡ଼‌ରେ ଏକ କେନାଲ୍‌ରେ ଫୋପାଡ଼ି ଦେଇଥିଲେ। ତେବେ ଶୀତଲଙ୍କ ସ୍ୱାମୀ ତାଙ୍କ ସହ ଯୋଗାଯୋଗ କରିବାରେ ବିଫଳ ହେବାପରେ ସେ ନୂଆ ଅଶୋକ ନଗର ପୁଲିସରେ ଏକ ଅପହରଣ ମାମଲା ରୁଜୁ କରିଥିଲେ। ପୁଲିସ ଶୀତଲଙ୍କ ପରିବାର ସଦସ୍ୟଙ୍କୁ ଏ ବିଷୟରେ ପଚାରିବାରୁ ସେମାନେ କହିଥିଲେ ଯେ, ଶୀତଲ ତାଙ୍କ ମାମୁଁଘରକୁ ଯାଇଛନ୍ତି। କିନ୍ତୁ ପୁଲିସ ଶୀତଲଙ୍କ ମାମୁଁଘରେ ପହଞ୍ଚିବାପରେ ଶୀତଲଙ୍କୁ ପାଇନଥିଲା। ପରେ ପୁଲିସ ଶୀତଲଙ୍କ ସମସ୍ତଙ୍କ ପରିବାର ସଦସ୍ୟଙ୍କୁ ଜେରା କରିଥିଲା ଏବଂ ସେମାନେ ସେମାନଙ୍କ ଅପରାଧ ସ୍ୱୀକାର କରିଥିଲେ। ଉକ୍ତ ମାମଲାରେ ଶୀତଲଙ୍କ ମା’ ସୁମନ, ବାପା ରବୀନ୍ଦ୍ର, ଏବଂ ପରିବାରର ଅନ୍ୟ ୪ ଜଣ ଗିରଫ ‌ହୋଇଛନ୍ତି। ଏନେଇ ହତ୍ୟା ମାମଲା ରୁଜୁ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking