28.1 C
Bhubaneswar
Thursday, March 28, 2024
Homeଓଡିଶାଜେସିଆଇ ବଲାଙ୍ଗିର ପକ୍ଷରୁ  ‘ତାଲ୍ ସେ ତାଲ୍ ମିଲା’ କାର୍ଯ୍ୟକ୍ରମ

ଜେସିଆଇ ବଲାଙ୍ଗିର ପକ୍ଷରୁ  ‘ତାଲ୍ ସେ ତାଲ୍ ମିଲା’ କାର୍ଯ୍ୟକ୍ରମ

ବଲାଙ୍ଗିର,- ଦିନକୁ ଦିନ ପାରିବାରିକ ସଂର୍ପକ ଦୁର୍ବଳ ହେବାରେ ଲାଗିଛି । ସମସ୍ତେ କେବଳ ନିଜ ନିଜ କାମରେ ବ୍ୟସ୍ତ ରହୁଛନ୍ତି । ଅଥଚ ଯେଉଁ ପରିବାର ପାଇଁ ଏତେ କଷ୍ଟ କରୁଛନ୍ତି, ତାକୁ ଟିକିଏ ସମୟ ଦେଇପାରୁ ନାହାନ୍ତି । ନିଜ ନିଜ କୌଣସି ପ୍ରକାର ତାଳ ମେଳ ରହୁ ନାହିଁ ଓଲୋଟା ପରିବାର ଭିତରେ ଦୁରତା ବଢୁଛି । ଏପଟେ କାମକୁ ନେଇ ଥିବା ବ୍ୟସ୍ତତା ଓ ଚାପରେ କିଛି ରୋଜଗାର ହେଉ ନ ହେଉ ସୁନାର ସଂସାର ବଳି ପଡୁଛି । ସାଂପ୍ରତିକ ସମୟର ଏଭଳି ଅବସ୍ଥା କୁ ନେଇ ବଲାଙ୍ଗିର ମାରୱାଡି ସେବା ସଦନ ଠାରେ ଆର୍ନ୍ତଯାତିକ ସଂସ୍ଥା ଜେସିଆଇ ବଲାଙ୍ଗିର ସିଟିର ସଭାପତି ଜେସି ପିଙ୍କି ମୋଦିଙ୍କ ସଭାପତିତ୍ୱରେ ଏକ ପାରିବାରିକ କାର୍ଯ୍ୟକ୍ରମ ତାଲ୍ ସେ ତାଲ୍ ମିଲା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନାଗପୁର ରୁ ଆସିଥିବା ନେସନାଲ ଟ୍ରେନର ସେଜି ଲବ୍ଳି ସିଂ ପାରିବାରିକ ସମ୍ପର୍କ କେମିତି ଘନିଷ୍ଠ ହେବ, ସେ ଉପରେ ସମସ୍ତ ସ୍ରୋତାଙ୍କୁ ବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଶରତ ଚନ୍ଦ୍ର ମିଶ୍ରଙ୍କୁ ସେଲୁଟ ଦ ସାଇଲେଣ୍ଟ୍‌ରେ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । ସେହିପରି ଶିକ୍ଷା କ୍ଷେତ୍ରରେ ବହୁତ କମ୍ ସମୟରେ ବଲାଙ୍ଗିର ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ମାନର ଶିକ୍ଷା ଯୋଗାଉଥିବା ବାଲାଜୀ ଇଷ୍ଟିଚ୍ୟୁସନ ନିର୍ଦ୍ଦେଶକ କୌଲାସ ଅଗ୍ରୱାଲ ଓ ସୁଜାତା ଅଗ୍ରୱାଲଙ୍କୁ ମାନପତ୍ର ଦେଇ ବିଜ୍‌ନେସ ଆଇକନ୍ ଫର ଏଜୁକେସନ୍‌ରେ ସମ୍ମାନିତ କରାଯାଇଥିଲା । ଫେବୃୟାରି ୭ ରୁ ୧୪ ପର୍ଯ୍ୟନ୍ତ ଭେଲେନ୍‌ଟାଇନ୍ ସପ୍ତାହରେ ସେଲ୍ଫି ପ୍ରତିଯୋଗିତାରେ ଭାଗନେଇଥିବା ବିଜେତା ମାନଙ୍କୁ ମଧ୍ୟ ପୃରସ୍କୃତ କରାଯାଇଥିଲା । ଅନୁଷ୍ଠାନର ସଦସ୍ୟ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପିୟୁଷ ଅଗ୍ରୱାଲ, ସୋନାମ ଅଗ୍ରୱାଲ, ସୃଷ୍ଟି ଅଗ୍ରୱାଲ, ଅନିତା ଅଗ୍ରୱାଲ, ରୁକୁମା ଅଗ୍ରୱାଲ, ପ୍ରଭାତ ଶ୍ରୀବାସ୍ତବ, ଆର୍ତ୍ତତ୍ରାଣ ପାଢ଼ୀ, ଦିପକ ଛପାଡିଆ, ଅବିନାସ ଅଗ୍ରୱାଲ, ପୁରୁଷୋତ୍ତମ ଅଗ୍ରୱାଲ, ଶ୍ରୀକାନ୍ତ ଶର୍ମା, ଅନିଲ ମୋଦି ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଜେସି ପିଙ୍କି ମୋଦି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking