29.1 C
Bhubaneswar
Sunday, May 5, 2024
Homeଓଡିଶାପୁଅର ଚିକିତ୍ସା ପାଇଁ ବିଡିଓଙ୍କୁ ଗୁହାରି କଲେ ବାପା-ମା’

ପୁଅର ଚିକିତ୍ସା ପାଇଁ ବିଡିଓଙ୍କୁ ଗୁହାରି କଲେ ବାପା-ମା’

ଜଗନ୍ନାଥପ୍ରସାଦ: ୫ ବର୍ଷର ପୁଅକୁ ଉତ୍ତମ ଚିକିତ୍ସା ପାଇଁ ବାପା-ମା’ ବିଡିଓଙ୍କୁ ଗୁହାରି କରିଛନ୍ତି । ପୁଅକୁ ୫ବର୍ଷ ମାତ୍ର ମା’ କୋଳରେ ପଡ଼ିରହୁଛି । ନା ଛିଡାହୋଇପାରୁଛି ନା କଥା କହିପାରୁଛି । ମା’ର କୋଳ ଓ ସିମେଣ୍ଟର ଚଟାଣ ହିଁ ତାର ଦୁନିଆ ପାଲଟିଛି । ଶାରୀରିକ ଅକ୍ଷମ ସହ ମାନସିକ ଅବସ୍ଥା ବି ଠିକ୍ ରହୁନି । ଏଭଳି ପରିସ୍ଥିତିରେ ସରକାର ହିଁ କେବଳ ଏକମାତ୍ର ସାହାଭରସା ବୋଲି କହିଛନ୍ତି ବାପା ନାରାୟଣ । ଏହି କୋହ ଭରା ଦୃଶ୍ୟଟି ହେଉଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କାଦୁଆ ପଞ୍ଚାୟତ ଗୁଣ୍ଡୁରୀସାହି ବାସିନ୍ଦ । ଆଜି ପୁଅକୁ ଧରି ବାପା ନାରାୟଣ ଦାସ ଓ ମା’ଗୀତାଞ୍ଜଳି ସହାୟତା ପାଇଁ ବ୍ଲକ୍ କାର୍ଯ୍ୟାଳୟ ଦ୍ୱାରସ୍ତ ହୋଇଛନ୍ତି ।

ନାରାୟଣଙ୍କ ୨ଝିଅ ଓ ସାନ ପୁଅ ହେଉଛି ଆଦିତ୍ୟ (୫) । ଜନ୍ମଠାରୁ ପ୍ରାୟତଃ ୭ମାସ ପର୍ଯ୍ୟନ୍ତ ସ୍ୱାଭାବିକ ଥିଲା । କିନ୍ତୁ ଆଦିତ୍ୟଙ୍କୁ ଜ୍ୱର ହେବା କାରଣରୁ ଗ୍ରାମର ଔଷଧ ଦୋକାନରୁ କିଛି ଔଷଧ କିଣି ଖାଇବାକୁ ଦେଇଥିଲେ । ପରିବର୍ତ୍ତନ ନହୋଇ ଆଦିତ୍ୟର ରୋଗ ବିଗିଡ଼ିବା ସହ ଛିଡା ହୋଇ ନପାରିବାରୁ ବାପା ନାରାୟଣ ଓ ମା ଗୀତାଞ୍ଜଳି ଡାକ୍ତରଙ୍କ ପରାମର୍ଶ ନେଇଥିଲେ । କିନ୍ତୁ ୫ବର୍ଷ କାଳ ଚିକିତ୍ସା ପରେ ବି ଆଦିତ୍ୟର ସ୍ୱାସ୍ଥ୍ୟ ଅବସ୍ତାରେ ଉନ୍ନତି ଆସିଲା ନାହିଁ । ଆଜକୁ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଆଦିତ୍ୟ କଥା କହିଁପାରୁନି କି ଛିଡା ମଧ୍ୟ ହୋଇପାରୁନି । କେବଳ ବିଛଣାରେ ପଡିରହିଥିବା ବେଳେ ତାର ମା ହିଁ ଦେଖାଶୁଣା କରିଆସୁଛନ୍ତି ।

ଏହା ଭିତରେ ଚିକିତ୍ସା ପାଇଁ ସଞ୍ଚିତ କରି ରଖିଥିବା ଅର୍ଥ ସରିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । “ରାଜ୍ୟ ବାହାରେ ଉନ୍ନତମାନର ଚିକିତ୍ସା ହେଲେ କାଳେ ପୁଅ ଭଲ ହେବ ବୋଲି ଡାକ୍ତର ପରାମର୍ଶ ଦେଇଥିବାରୁ ସେ ବିଡିଓଙ୍କୁ ଗୁହାରି କରିବାକୁ ଆସିଥିବା ନାରାୟଣ କହିଛନ୍ତି । ବ୍ଲକ୍ କାର୍ଯ୍ୟାଳୟ ଖୋଲିବା ଆଗରୁ ନାରାୟଣ ଓ ଗୀତାଞ୍ଜଳି ପୁଅକୁ ଧରିବ୍ଲକ ପରିସରରେ ଅପେକ୍ଷା କରି ବସିଥିଲେ। ବିଡିଓ ଅନୁପ ପଣ୍ଡା ପହଞ୍ଚିବା ପରେ ସେମାନେ ତାଙ୍କୁ ସାକ୍ଷାତକରି ଗୁହାରି କରିଥିଲେ । ଆଦିତ୍ୟର ଚିକିତ୍ସା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ମିଳିବା ଲାଗି ପଦକ୍ଷେପ ନିଆଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେବା ସହ ରାସନ କାର୍ଡରେ ତାର ନାମ ସଂଯୋଗ ହେବ ଏବଂ ଆଦିତ୍ୟକୁ ଭତ୍ତା ବି ମିଳିପାରିବ ବୋଲି ବିଡିଓ ଶ୍ରୀ ପଣ୍ଡା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking