30.1 C
Bhubaneswar
Thursday, April 25, 2024
Homeଆଇପିଏଲ୍ -2022ଆଇପିଏଲ୍‌ରେ ସୁଯୋଗ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ

ଆଇପିଏଲ୍‌ରେ ସୁଯୋଗ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଜଗତରେ ଥରେ ଘୋଟାଲା ଭୂତର ପ୍ରବେଶ ହୋଇଛି । ଆଇପିଏଲ୍ ଏବଂ ରାଜ୍ୟ ଟିମ୍‌ରେ ସୁଯୋଗ ଦେବା ନାଁରେ ଯୁବ କ୍ରିକେଟର୍‌ଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରାଯାଇଥିବା ଜଣାପଡ଼ିଛି । ଏହି ଘୋଟାଲାରେ ଗିରଫ କୋଚ୍ କୁଲବୀର ରାୱତ୍ ସ୍ୱୀକାର କରିଛନ୍ତି ଯେ ସେ ୮/୯ ଜଣ ଖେଳାଳିଙ୍କଠାରୁ ଅର୍ଥ ନେଇଛନ୍ତି । ପଚରା ଉଚରା ସମୟରେ ସେ ସିକିମ୍ କ୍ରିକେଟ୍ ସଂଘ ଚୟନକର୍ତ୍ତା ବିକାଶ ପ୍ରଧାନଙ୍କ ନାମ ନେଇଛନ୍ତି । ବିକାଶଙ୍କର ଘୋଟାଲାକାରୀଙ୍କ ସହ ସମ୍ପର୍କ ରହିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ତଦନ୍ତ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଗୁରୁଗ୍ରାମ ପୁଲିସ ତାଙ୍କୁ ଶୀଘ୍ର ନୋଟିସ୍ ପଠାଇବ ବୋଲି ଜଣାଯାଇଛି ।

ସେହିପରି ବିଭିନ୍ନ ରାଜ୍ୟ କ୍ରିକେଟ୍ ସଂଘର କେତେକ କର୍ମକର୍ତ୍ତା ଏହି ଘୋଟାଲା ସହ ସମ୍ପୃକ୍ତ ଥିବା ଆଶୁତୋଷ ବୋରା ଓ କୁଲବୀର ରାୱତ୍‌ଙ୍କ ମଧ୍ୟରେ ହୋଇଥିବା ଚାଟ୍ ରେକର୍ଡରୁ ଜଣାପଡ଼ିଛି । ଦ ଟ୍ରିବ୍ୟୁନ୍ ରିପୋର୍ଟ ଅନୁସାରେ ଏହି ଚାଟ୍‌ରେ ୟୁପି କ୍ରିକେଟ୍ ସଂଘ ଚୟନକର୍ତ୍ତା ଅକରମ୍ ଖାନ୍‌, ଉପାଧ୍ୟାୟ ମହିମ ବର୍ମା ଓ ଉତ୍ତରାଖଣ୍ଡ କ୍ରିକେଟ୍ ସଂଘ ସିଇଓ ଅମନଙ୍କ ନାମ ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି । ୟୁପି ଓ ଉତ୍ତରାଖଣ୍ଡ ଚୟନକର୍ତ୍ତାଙ୍କ ମାଧ୍ୟମରେ ରାୱତ୍ କେତେକ ପ୍ରାର୍ଥୀଙ୍କୁ ଟିମ୍‌ରେ ଚୟନ କରାଇଥିବା ମଧ୍ୟ ତାଙ୍କ ଚାଟ୍‌ରୁ ସଂକେତ ମିଳିଥିବା ପୁଲିସ କହିଛି । ଏହି କାର୍ଯ୍ୟ ପାଇଁ ଆତୁତୋଷ ବୋରାଙ୍କ କମ୍ପାନୀ ଆକାଉଣ୍ଟରୁ ୩୫ ଲକ୍ଷରୁ ଅଧିକ ଟଙ୍କା କୁଲବୀର ରାୱତ୍‌ଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ କରାଯାଇଛି ।

ଏହା ବ୍ୟତୀତ ଅରୁଣାଚଳ ପ୍ରଦେଶ କ୍ରିକେଟ୍ ସଂଘର ବର୍ତ୍ତମାନ ସଭାପତି ନବାମ ବିବେକ ମଧ୍ୟ ତଦନ୍ତ ପରିସରକୁ ଆସିଛନ୍ତି । ସୂଚନାଯୋଗ୍ୟ, ବିଭିନ୍ନ ଟିମ୍ ଓ ଟୁର୍ଣ୍ଣାମେଣ୍ଟ୍ ସୁଯୋଗ ଦେବାକୁ କହି ଯୁବ ଖେଳାଳିଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଥିବା ଏକ ଗ୍ୟାଙ୍ଗ୍‌ର ଗୁରୁଗ୍ରାମ ପୁଲିସ ସେପ୍ଟେମ୍ବର ୪ ତାରିଖରେ ପର୍ଦ୍ଦାଫାସ୍ କରିଥିଲା । ଏହି ମାମଲାରେ ପୁଲିସ ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ କମ୍ପାନୀ ସିକ୍ୟୋର୍ କର୍ପୋରେଟ୍ ପ୍ରାଇଭେଟ୍ ଲିମିଟେଡ୍‌ର ୩ ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରିଥିଲା । ତେବେ ଅନ୍ୟ ତିନଜଣ ବର୍ତ୍ତମାନ ସୁଦ୍ଧା ଫେରାର୍ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking