28.9 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗକୋଭିଡ-୧୯ର ସମର୍ପିତ ଯୋଦ୍ଧା ପାରାମେଡିକାଲ କର୍ମଚାରୀଙ୍କର ଅସୀମ ତ୍ୟାଗର ଯଥାର୍ଥ ନ୍ୟାୟ ମିଳୁ

କୋଭିଡ-୧୯ର ସମର୍ପିତ ଯୋଦ୍ଧା ପାରାମେଡିକାଲ କର୍ମଚାରୀଙ୍କର ଅସୀମ ତ୍ୟାଗର ଯଥାର୍ଥ ନ୍ୟାୟ ମିଳୁ

ଭୁବନେଶ୍ୱର: ଦେଶର ଦୁର୍ଦ୍ଦିନରେ କୋଭିଡ-୧୯ର ଭୟଙ୍କର ସଂକ୍ରମଣ ସ୍ଥିତିରେ ମୃତ୍ୟୁର ତାଣ୍ଡବ ଲୀଳା ରଚନା କରି ଚାଲିଥିବା କରୋନାର ଅପ୍ରତିହିତ ସମୟ ୮ ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟକ ଓଡିଶାର ପାରାମେଡିକାଲ କର୍ମଚାରୀଙ୍କୁ (ତାଲିମ ପ୍ରାପ୍ତ) ସରକାର ଅଚାନକ ଗତ ଏପ୍ରିଲ ମାସ ପ୍ରଥମ ସପ୍ତାହରେ ବିଜ୍ଞପ୍ତି ଜାରି କରି ଖାଲି ଥିବା ପୋଷ୍ଟଗୁଡିକ ନିମନ୍ତେ ମେରିଟ ଲିଷ୍ଟ ଅନୁସାରେ ଓାନ ଇନ ଇଂଟରଭ୍ୟୁ ଜରିଆରେ ସେମାନଙ୍କୁ ୩ ମାସିଆ ନିଯୁକ୍ତି ଦେଲେ ।
ଦେଶର ବିପଦ ସମୟରେ ଓଡିଶା ପାରା ମେଡିକାଲ କର୍ମଚାରୀ ସାମାନ୍ୟ ପଛଘୁଞ୍ଚା ନ ଦେଇ ଘରୁ ବାହାରି ଆସିଲେ । ଘର ଠାରୁ ଡାକ୍ତରଖାନା ପର୍ଯ୍ୟନ୍ତ ବୁଲିବୁଲି ଲୋକମାନଙ୍କୁ ରାତିଦିନ ସେବା ଯୋଗାଇବା ସହିତ ସଚେତନ ମଧ୍ୟ କରାଇଥିଲେ । ଏଥିସହିତ ନିଜକୁ କରୋନା ଆକ୍ରାନ୍ତ କରାଇ ରୋଗୀଙ୍କୁ ସେବା ପ୍ରଦାନ କରିବା ସହିତ ପ୍ରାଣବଳି ମଧ୍ୟ ଦେବାର ନଜିର ରହିଛି । ଯେତେବେଳେ ରାଜ୍ୟ ସରକାର ପ୍ରବାସୀମାନଙ୍କୁ ବାହାରୁ ଆଣିଲେ ଲକ୍ଷାଧିକ ସଂଖ୍ୟାରେ କରୋନା ଚିହ୍ନଟ ରୋଗୀମାନଙ୍କୁ ମଧ୍ୟ ଟିଏମସି ମାନଙ୍କରେ ସିଧାସଳଖ ସେବା ଯୋଗାଇଲେ ।
ସ୍ୱାସ୍ଥ୍ୟ ବିଭାଗ ଛଡା ଅନ୍ୟ କୌଣସି ବିଭାଗରେ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ନାହିଁ କି ପାଣ୍ଠି ଦିଆଯିବ ନାହିଁ ବୋଲି ସରକାର କହିଲେ । ଯାହାଫଳରେ ସେମାନଙ୍କ ମନୋବଳ ବଢିଥିଲା । ସେମାନଙ୍କ ପାଇଁ ଦୀପ ଜାଳିବା ସହିତ ଶଙ୍ଖ ହୁଳହୁଳି , ଏମିତିକି ଥାଳି ଘଣ୍ଟା ବାଡେଇବା ସହିତ ପୁଷ୍ପ ବୃଷ୍ଟି ମଧ୍ୟ କରାଯାଇଥିଲା । ଶେଷରେ ବନ୍ଦେ ଉତ୍କଳ ଜନନୀ ଗାଇ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା । ସେମାନେ ପରିବାର ଛାଡି କଠୋର ପରିଶ୍ରମ ପୂର୍ବକ ସକାଳୁ ବିଳମ୍ବିତ ରାତି ଯାଏ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଅନୁସାରେ କରୋନା ରୂପକ ନିଆଁରେ ଝାସ ଦେଇଥିଲେ । ୯୦ ଦିନ ବଦଳରେ ୨୭୦ ଦିନ ସେବା କରିବା ସତ୍ତ୍ୱେ ଡିସେମ୍ବର ମ ।ସ ୩୧ ତାରିଖ ଠାରୁ ଆଉ ରଖିବେ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଯାହାଦ୍ୱାରା ସମସ୍ତ ଯୋଦ୍ଧା ତାଙ୍କର ପୂର୍ବ ଜୀବିକା ହରାଇ ବସିଥିବାରୁ ବର୍ତମାନ ଜଟିଳ ପରିସ୍ଥିତିରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking