30.1 C
Bhubaneswar
Thursday, April 25, 2024
Homeଓଡିଶାଆଗାମୀ ଦିନରେ ରାଜ୍ୟରେ ବିଜେପି ସରକାର ଗଠନ କରିବ :ବିଜୟ ପାଲ ସିଂ ତୋମାର

ଆଗାମୀ ଦିନରେ ରାଜ୍ୟରେ ବିଜେପି ସରକାର ଗଠନ କରିବ :ବିଜୟ ପାଲ ସିଂ ତୋମାର

 ପୂରା ଦେଶରେ ବିଜେପିର ଲୋକପ୍ରିୟତା ବଢିଛି
 ରାଜ୍ୟରେ ତୃମମୂଳ ସ୍ତରରେ ବିଜେପି ସଙ୍ଗଠନକୁ ସୁଦୃଢ କରିବା କାର୍ଯ୍ୟରେ ଲାଗିଛି
 ମୋଦି ସରକାର ଚାଷୀଙ୍କୁ ସଶକ୍ତ କରିବା ସହ ଚାଷୀଙ୍କ ଆୟ ବୃଦ୍ଧି କରିବା ଦିଗରେ ନୂତନ କୃଷି ଆଇନ ଲାଗୁ କରିଛନ୍ତି
 ଦେଶର ୯୫ ପ୍ରତିଶତ ଚାଷୀ ନୂତନ କୃଷି ଆଇନକୁ ସମର୍ଥନ କରୁଛନ୍ତି
 ୬୦ ବର୍ଷ ଧରି କଂଗ୍ରେସ ସରକାର ୫୪ ପ୍ରତିଶତ ଜମିରେ ସିଂଚାଇ ବ୍ୟବସ୍ଥା କରିପାରିନାହିଁ
 କେବଳ ଦେଶବାସୀଙ୍କୁ ଭ୍ରମିତ କରିବା ପାଇଁ ପୂର୍ବରୁ ସିଏଏ ଏବଂ ଏବେ କୃଷକ ଆଇନକୁ ବିରୋଦ୍ଧ କରି କଂଗ୍ରେସ ଆନ୍ଦୋଳନ
କରୁଛି
 ବିଜେପି ନେତାଙ୍କୁ ହତ୍ୟା କରାଯିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ
 ବିରୋଧୀଙ୍କୁ ଭୟଭୀତ କରାଇବା ପାଇଁ ପଶ୍ଚିମବଙ୍ଗ ପରି ଓଡିଶାରେ ବିଜେପି ନେତାଙ୍କୁ ହତ୍ୟା କରାଯାଉଛି
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ସବକା ସାଥ ସବକା ବିକାଶ ନୀତି ଦ୍ୱାରା
ବିଜେପି ସାରା ଦେଶରେ ବିଶ୍ୱାସ ଭାଜନ ହୋଇପାରିଛି । ପୂରା ଦେଶରେ ବିଜେପିର ଲୋକପ୍ରିୟତା ବଢିଛି । ଗତ କିଛିଦିନ ମଧ୍ୟରେ ହୋଇଥିବା
ନିର୍ବାଚନ ଏବଂ ଉପନିର୍ବାଚନରେ ବିଜେପି ଦେଶର ବିଭିନ୍ନ ସ୍ଥାନରେ ବାଜିମାତ୍ କରିଛି । ତେଲେଙ୍ଗାନା ଉପନିର୍ବାଚନ, ଗ୍ରେଟର ହାଇଦ୍ରାବାଦ
ମ୍ୟୁନିସପାଲ କର୍ପୋରେସନ ନିର୍ବାଚନ, ଜମ୍ମୁ କାଶ୍ମିରୀ ଡିଡିସି ନିର୍ବାଚନ, ରାଜସ୍ଥାନର ପଂଚାୟତ ନିର୍ବାଚନ, ଗୁଜୁରାଟ ଓ ଉତରପ୍ରଦେଶ ଉପନିର୍ବାଚନ ଏବଂ ବିହାର ବିଧାନସଭା ନିର୍ବାଚନରେ ବିଜେପିକୁ ସାଧାରଣ ଜନତା ଆଶୀର୍ବାଦ କରିଛନ୍ତି । ରାଜ୍ୟରେ ତୃମମୂଳ ସ୍ତରରେ ବିଜେପି ସଙ୍ଗଠନକୁ ସୁଦୃଢକରିବା କାର୍ଯ୍ୟରେ ଲାଗିଛି । ଆଗାମୀ ନିର୍ବାଚନରେ ୫୧ ପ୍ରତିଶତ ଭୋଟ ସହ ଆମେ ସରକାର ଗଠନ କରିବୁ ବୋଲି ଓଡିଶା ଗସ୍ତରେ ଆସିଥିବା ରାଜ୍ୟ ବିଜେପି ସହପ୍ରଭାରୀ ତଥା ସାଂସଦ ବିଜୟ ପାଲ ସିଂ ତୋମାର ଦୃଢୋକ୍ତି ପ୍ରକାଶ କରିଛନ୍ତି ।
କେନ୍ଦ୍ର ସରକାର ଆଣିଥିବା ନୂତନ କୃଷି ଆଇନ ସଂପର୍କରେ ଶ୍ରୀ ତୋମାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କୃଷକର ଆୟକୁ ଦ୍ୱିଗୁଣିତ ବିଭିନ୍ନ
ପଦକ୍ଷେପ ନେଇଛନ୍ତି । ଏବେ ନୂତନ କୃଷି ଆଇନ ଆଣି ମୋଦି ସରକାର ଚାଷୀଙ୍କୁ ସଶକ୍ତ କରିବା ସହ ଚାଷୀଙ୍କ ଆୟ ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରିଛନ୍ତି । ଦେଶର ୯୫ ପ୍ରତିଶତ ଚାଷୀ ନୂତନ କୃଷି ଆଇନକୁ ସମର୍ଥନ କରୁଛନ୍ତି । ବିଗତ ୧୫ ବର୍ଷରେ କଂଗ୍ରେସର ୧୦ ମୁଖ୍ୟମନ୍ତ୍ରୀ ଏବଂ ୧୨ଟି ଏକ୍ସପର୍ଟ କମିଟି କୃଷି ବିଲ୍ ରେ ସୁଧାର ଆଣିବା ଲାଗି ସୁପାରିଶ କରିଥିଲେ । କିନ୍ତୁ ବିଭିନ୍ନ ନିର୍ବାଚନରେ କଂଗ୍ରେସ ପରାଜୟ ହେବା କାରଣରୁ ହତୋତ୍ସାହିତ ହୋଇ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଅପମାନିତ କରିବା ପାଇଁ ବିଭିନ୍ନ ଉପାୟ ଆପଣାଉଛି । ୬୦ ବର୍ଷ ଧରି କଂଗ୍ରେସ ସରକାର ୫୪ ପ୍ରତିଶତ ଜମିରେ ସିଂଚାଇ ବ୍ୟବସ୍ଥା କରିପାରିନାହିଁ । ଶୀତଳ ଭଣ୍ଡାର ନଥିବାରୁ ଦେଶର ୨୫ ପ୍ରତିଶତ ଖାଦ୍ୟଶସ୍ୟ ନଷ୍ଟ ହେଉଛି । ସାରା ଦେଶର ଜନତା ବିରୋଧୀଙ୍କ ଷଡଯନ୍ତ୍ରକୁ ବୁଝିସାରିଛନ୍ତି ।
୧୮ କୋଟି ସଦସ୍ୟଙ୍କୁ ନେଇ ବିଜେପି ବିଶ୍ୱର ସବୁଠୁ ବଡ ଦଳ ଭାବେ ଛିଡା ହୋଇଛି । ଏଠି ସାଧାରଣ କାର୍ଯ୍ୟକର୍ତା ଦେଶର ପ୍ରଧାନନ୍ତ୍ରୀ ଏବଂ
ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି । କିନ୍ତୁ କଂଗ୍ରେସ ହେଉଛି ଏକ ପାରିବାରିକ ଦଳ । କେବଳ ଦେଶବାସୀଙ୍କୁ ଭ୍ରମିତ କରିବା ପାଇଁ ପୂର୍ବରୁ ସିଏଏ ଏବଂ ଏବେ କୃଷକ ଆଇନକୁ ବିରୋଦ୍ଧ କରି କଂଗ୍ରେସ ଆନ୍ଦୋଳନ କରୁଛି ବୋଲି ଶ୍ରୀ ତୋମାର କହିଛନ୍ତି ।
ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ହତ୍ୟା କରାଯିବା ପ୍ରସଙ୍ଗରେ ଶ୍ରୀ ତୋମାର କହିଛନ୍ତି ଯେ,
ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ବିଜେପି ନେତାଙ୍କୁ ହତ୍ୟା କରାଯିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ବିରୋଧୀଙ୍କୁ ଭୟଭୀତ କରାଇବା ପାଇଁ ପଶ୍ଚିମବଙ୍ଗ ପରି ଓଡିଶାରେ ବିଜେପି ନେତାଙ୍କୁ ହତ୍ୟା କରାଯାଉଛି । ଆମେ ହିଂସା ଏବଂ ହତ୍ୟାରେ ଭୟଭୀତ ହେବୁ ନାହିଁ ।
ତିନି ଦିନିଆ ଓଡିଶା ଗସ୍ତରେ ଆସିଥିବା ଶ୍ରୀ ତୋମାରଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ
ସଂପାଦକ ସଙ୍ଗଠନ ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ଠାକୁର ରଂଜିତ ଦାସ, କୃଷକମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ ଏବଂ ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ସମେତ ବିଜେପି କାର୍ଯ୍ୟକର୍ତା ପ୍ରମୁଖ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking