33.1 C
Bhubaneswar
Saturday, April 27, 2024
Homeଓଡିଶାଓଡ଼ିଶାରେ ଚାଲିଛି ଆନ୍ଧ୍ରର ସ୍କୁଲ୍‌

ଓଡ଼ିଶାରେ ଚାଲିଛି ଆନ୍ଧ୍ରର ସ୍କୁଲ୍‌

ପାରଳାଖେମୁଣ୍ଡି ‌: ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଓଡ଼ିଶା ସୀମା ମଧ୍ୟରେ ଆନ୍ଧ୍ରର ଆଉ ଏକ ଅନୁପ୍ରବେଶ ନଜରକୁ ଆସିଛି। ଓଡ଼ିଶା ଭୂଖଣ୍ଡରେ ଆନ୍ଧ୍ର ପ୍ରଦେଶର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳିତ ହେଉଥିବା ଜଣାପଡ଼ିଛି। କାଶୀନଗର ବ୍ଲକ ହାଡୁଭାଙ୍ଗି ରାଜସ୍ୱ ସୀମା କୌଶଲ୍ୟାପୁରମରେ ଆନ୍ଧ୍ର ସରକାରଙ୍କ ସ୍କୁଲ ରହିଛି। କୌଶଲ୍ୟାପୁରମ୍ ଆନ୍ଧ୍ରର ହୋଇଥିବା ବେଳେ ହାଡ଼ୁଭଙ୍ଗୀ ଓଡ଼ିଶାରେ ରହିଛି। ସ୍କୁଲଟି ହାଡ଼ୁଭଙ୍ଗୀରେ ଥିଲେ ମଧ୍ୟ କୌଶଲ୍ୟାପୁରମ୍ ୟୁଜିଏମଇ ସ୍କୁଲ ବୋଲି ତେଲୁଗୁ ଭାଷାରେ ଲେଖାଯାଇଛି।

ଆନ୍ଧ୍ରର ଏହି ବିଦ୍ୟାଳୟଟି ୧୯୫୫ ମସିହାରେ ପ୍ରତିଷ୍ଠା ହୋଇଛି। ଗତ ୬୬ ବର୍ଷ ଧରି କାଶୀନଗର ବ୍ଲକ ହାଡୁଭାଙ୍ଗି ମୌଜାରେ ଆନ୍ଧ୍ରର ଏହି ସ୍କୁଲଟି ଚାଲିଥିବା ନେଇ ଖବର ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ଠାରେ ପହଞ୍ଚିବା ପରେ ସେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କାଶୀନଗର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର ନିଜର ଟିମ୍ ସହ ସମ୍ପୃକ୍ତ ବିଦ୍ୟାଳୟ ନିକଟରେ ପହଞ୍ଚିଥିଲେ। ସେଠାରେ ତେଲୁଗୁ ଭାଷାରେ ଗେଟ୍‌ରେ ସ୍କୁଲର ନାମ ଲେଖାଯାଇଥିଲା।

କାନ୍ଥରେ ଆନ୍ଧ୍ର କରିଥିବା ନିର୍ବାଚନ ବୁଥର ନମ୍ବର ଓ କେତେକ ନେତାଙ୍କ ନାମ ଲେଖାଯାଇଥିଲା; ଯାହାକୁ ଓଡ଼ିଶାର ଅଧିକାରୀମାନେ ଲିଭାଇ ଦେଇଛନ୍ତି। ସେହି ଲେଖା ଉପରେ ଚୁନ ଧୁଲେଇ କରାଯାଇଛି। ତେବେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲ ଜମିର ପଟ୍ଟା ଓ ଅନ୍ୟାନ୍ୟ କାଗଜ ପତ୍ର ଆନ୍ଧ୍ର ସରକାର ଦେଇଥିବା ଜଣାଇଥିଲେ। ସେ ମଧ୍ୟ ଏହି କାଗଜପତ୍ର ତହସିଲଦାର ଶ୍ରୀ ମିଶ୍ରଙ୍କୁ ଦେଖାଇଥିଲେ। ତେଣୁ ଓଡ଼ିଶାର ଅଧିକାରୀମାନେ ଗେଟ୍‌ରେ ଲେଖାଥିବା ସ୍କୁଲର ନାମକୁ ଲିଭାଇ ନାହାନ୍ତି। ବ୍ରହ୍ମପୁରରୁ ୧୯୩୬ ମସିହାର ରେକର୍ଡ ମଗାଯାଇ ତର୍ଜମା କରାଯିବା ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking