32.1 C
Bhubaneswar
Saturday, May 4, 2024
Homeଓଡିଶାପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା : ହାଇକୋର୍ଟଙ୍କ ରହିତାଦେଶ

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା : ହାଇକୋର୍ଟଙ୍କ ରହିତାଦେଶ

କଟକ : ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥାକୁ ବେଆଇନ ଦର୍ଶାଇ ରୁଜୁ ହୋଇଥିବା ଏକ ମାମଲାରେ ହାଇକୋର୍ଟଙ୍କ ରହିତାଦେଶ ଦେଇଛନ୍ତି । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ସଂଶୋଧିତ ନିୟମ ଉପରେ ରୋକ୍ ଲଗାଇଛନ୍ତି । ମାମଲାର ବିବରଣୀ ମୁତାବକ ନିକଟରେ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ସଂରକ୍ଷଣ ନୀତିରେ ବେଆଇନ ଭାବେ ପରିବର୍ତ୍ତନ କରିଛନ୍ତି । ରାଜ୍ୟ ସରକାର ୨୦୧୧ ମସିହାରେ ସରପଞ୍ଚ ନିର୍ବାଚନକୁ ନେଇ ଏକ ମାର୍ଗଦର୍ଶିକା ଜାରି କରିଥିଲେ ।

ଏଥିରେ କୁହାଯାଇଥିଲା ଯେ ଏକ ପଞ୍ଚାୟତରେ ସରପଞ୍ଚ ପଦବୀରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକମାନେ ଦୁଇଥର ନିର୍ବାଚନରେ ପ୍ରତିଯୋଗିତା କରିପାରିବେ। ସରପଞ୍ଚ ପଦବୀ ନିମନ୍ତେ ଅନୁସୂଚିତ ଜାତି ଓ ଜନଜାତିବର୍ଗର ଲୋକମାନଙ୍କ ପାଇଁ ଏପରି ସଂରକ୍ଷଣ ବ୍ୟବସ୍ଥା ଲାଗୁହେବ । ତେବେ ରାଜ୍ୟ ସରକାର ୨୦୧୬ ମସିହାରେ ଏହି ନିୟମରେ ସଂଶୋଧନ ଆଣିଥିଲେ । ସଂଶୋଧିତ ନିୟମରେ ଅନୁସୂଚତି ଜାତି ଓ ଜନଜାତି ବର୍ଗର ଲୋକମାନେ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ କେବଳ ଗୋଟିଏ ଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ । ଏପରି ନୀତିକୁ ବେଆଇନ ଦର୍ଶାଇ ହାଇକୋର୍ଟରେ ମାମଲା କରାଯାଇଥିଲା ।

ମାମଲାରେ ପଞ୍ଚାୟତିରାଜ ସଚିବ, ପୁରୀ ଜିଲ୍ଲାପାଳ, କୃଷ୍ଣପ୍ରସାଦ ବିଡିଓ, ରାଜ୍ୟ ନିର୍ବାଚନ  କମିଶନ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆସନ୍ତା ୯ ତାରିଖରେ ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହି ମାମଲାକୁ  ହାଇକୋର୍ଟରେ ଆଇନଜୀବୀ ସୁକାନ୍ତ ଦଳେଇ ଓ ନିରଞ୍ଜନ ହୋତା ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking