37.1 C
Bhubaneswar
Saturday, May 18, 2024
Homeଓଡିଶାସରକାରଙ୍କ ନିୟମ ମାନି କମ ସମୟ ବାଣ ଫୁଟାଇବା ଉଚିତ

ସରକାରଙ୍କ ନିୟମ ମାନି କମ ସମୟ ବାଣ ଫୁଟାଇବା ଉଚିତ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ସଂକ୍ରମଣ ଆୟତ୍ତ ଭିତରେ ରହିଛି । ଦୀପାବଳି ପର୍ବରେ ଜନସାଧାରଣ ଅଧିକ ସତର୍କ ରହିବାର ଆବଶ୍ୟକତା ବଢ଼ିଯାଇଛି । ଦୀପାବଳି ପାଳନରେ ସାମାନ୍ୟ ଅସାବଧାନତା ଲୋକଙ୍କୁ କ୍ଷତି ଘଟାଇବ ବୋଲି ବିଶେଜ୍ଞମାନେ ପରାମର୍ଶ ଦେଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ଗ୍ରୀନ୍ କ୍ରାକରକୁ ଅନୁମତି ଦେଇଛନ୍ତି । ଏହାକୁ ନିର୍ଦିଷ୍ଟ ସମୟ ପାଇଁ ଅନୁମତି ଦିଆଯାଇଛି ।

ଅନେକ ସମୟରେ ବାଣ ଅଧିକ ପ୍ରଦୂଷଣ କରିଥାଏ। ସେଥିପାଇଁ ରାଜ୍ୟରେ ଏବେ କରୋନା ସ୍ଥିତି ଲାଗି ରହିଥିବାରୁ ଏବେ ସବୁ ପ୍ରକାରର ବାଣକୁ ଫୁଠାଇବା ପାଇଁ ଅନୁମତି ଦିଆଯାଇନାହିଁ । ସେଥିପାଇଁ ଗ୍ରୀନ୍ କ୍ରାକରକୁ ଅନୁମତି ଦିଆଯାଇଛି । କାରଣ ଗ୍ରୀନ୍ କ୍ରାକରରେ କମ୍ ହୁଏ ପ୍ରଦୂଷଣ । ସରକାରଙ୍କ ନିୟମ ମାନି କମ ସମୟ ବାଣ ଫୁଟାଇବା ଉଚିତ ।

ସେ ପୁଣି କହିଛନ୍ତି ଯେ ପ୍ରଦୂଷଣ କମ୍ କରିବା ମୂଳ ଲକ୍ଷ୍ୟ ରହିବା ଦରକାର । ଯଦି କେହି ଅମାନିଆ ହୋଇ ଅନ୍ୟ ବାଣ ଫୁଟାଇବେ, ତେବେ ଏହା ଦ୍ୱାରା ପ୍ରଦୂଷଣ ବଢ଼ିବ । ଯାହା ଦ୍ୱାରା କେବଳ କୋଭିଡ୍ ରୋଗୀଙ୍କ ପାଇଁ ସମସ୍ୟା ନୁହେଁ, ଅନ୍ୟ ରୋଗ ମଧ୍ୟ ଦେଖାଯିବ । ଆଜ୍‌ମା ହେଉ କିମ୍ବା ବିଭିନ୍ନ ଆଲର୍ଜି, ଆଖିର ଆଲର୍ଜି, ଥ୍ରୋଟ୍ ଆଲର୍ଜି ଦେଖାଯିବ । ଏହାଛଡା ଘରେ ମଧ୍ୟ ଅଧିକ ଲୋକ ଏକାଠି ହେବା ଉଚିତ ନୁହେଁ । କାରଣ କୋଭିଡ୍ ଏବେ ବି ସମ୍ପୂର୍ଣ୍ଣ ଯାଇନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking