32.1 C
Bhubaneswar
Friday, April 26, 2024
Homeଓଡିଶାପାକିସ୍ତାନରେ ୨୦ ବର୍ଷ ବନ୍ଦୀ ଜୀବନ କାଟି ଓଡ଼ିଶା ଫେରିଥିବା ବିର୍ଜୁ କୁଲୁ ନିଖୋଜ

ପାକିସ୍ତାନରେ ୨୦ ବର୍ଷ ବନ୍ଦୀ ଜୀବନ କାଟି ଓଡ଼ିଶା ଫେରିଥିବା ବିର୍ଜୁ କୁଲୁ ନିଖୋଜ

ରାଉରକେଲା : ପାକିସ୍ତାନ ଜେଲ୍‌ରୁ ଫେରିଥିବା ବିର୍ଜୁ କୁଲୁ ନିଖୋଜ ହୋଇଥିବା ଖବର ମିଳିଛି। ଗତକାଲି ରାତିରୁ ବିର୍ଜୁ କୁଲୁଙ୍କ କୌଣସି ପତ୍ତା ମିଳୁନି। ବିର୍ଜୁଙ୍କ ନିଖୋଜ ନେଇ କୁତ୍ରା ଥାନାରେ ଏତଲା ଦେଇଛନ୍ତି ବିର୍ଜୁଙ୍କ ଭଉଣୀ। ବିର୍ଜୁ କୁଲୁଙ୍କ ନିଖୋଜ ନେଇ ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଏସ୍‌ପି। ସେ କହିଛନ୍ତି ଯେ ଜିଲ୍ଲାର ସମସ୍ତ ଥାନାକୁ ଖବର ଦିଆଯାଇଛି। ପଡ଼ୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ମଧ୍ୟ ଖବର ଦିଆଯାଇଛି। ବିର୍ଜୁ ନଭେମ୍ବରରେ ପାକିସ୍ତାନ ଲାହୋର ଜେଲ୍‌ରୁ ଫେରିଥିଲେ। ପାକିସ୍ତାନରେ ଦୀର୍ଘ ୨୦ ବର୍ଷ ଧରି ବନ୍ଦୀ ଜୀବନ କାଟି ମୁକ୍ତ ହେବା ପରେ ନଭେମ୍ବର ୧୨ ତାରିଖରେ ଭିଟାମାଟିକୁ ଫେରିଥିଲେ ସୁନ୍ଦରଗଡ଼ ଜିଲ୍ଲାର ବିର୍ଜୁ କୁଲୁ। ପ୍ରଥମେ ତାଙ୍କୁ କୁତ୍ରା ବ୍ଲକକୁ ନିଆଯାଇଥିଲା। ସେଠାରେ ସେ ଜିଲ୍ଲା ପ୍ରଶାସନର ହେପାଜତରେ ରାତି କାଟିଥିଲେ। ନଭେମ୍ବର ୧୩ରେ ସକାଳେ ଏକ ଶୋଭାଯାତ୍ରାରେ ବିର୍ଜୁଙ୍କୁ ନିଜ ଗାଁ କୁତ୍ରା ବ୍ଲକର କଟଙ୍ଗକୁ ନିଆଯାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking