37.1 C
Bhubaneswar
Sunday, May 5, 2024
Homeଓଡିଶାଭୂଲିନାହାନ୍ତି ନିଜ ଜନ୍ମମାଟି ପ୍ରତି କର୍ତ୍ତବ୍ୟ, ଅଷ୍ଟ୍ରେଲିଆରୁ ଅକ୍ସିଜେନ କନସେନ୍‌ଟ୍ରେଟର ପଠାଇଲେ ଓଡ଼ିଆ ଡାକ୍ତର 

ଭୂଲିନାହାନ୍ତି ନିଜ ଜନ୍ମମାଟି ପ୍ରତି କର୍ତ୍ତବ୍ୟ, ଅଷ୍ଟ୍ରେଲିଆରୁ ଅକ୍ସିଜେନ କନସେନ୍‌ଟ୍ରେଟର ପଠାଇଲେ ଓଡ଼ିଆ ଡାକ୍ତର 

ବଲାଙ୍ଗିର : ବଲାଙ୍ଗିର ମାଟିର ପୁଅ ଡା. ଚିତ୍ତରଞ୍ଜନ ଯୋଷୀ ଏବେ ଅଷ୍ଟ୍ରେଲିଆରେ ଜଣେ ଜଣା ଶୁଣା ଡାକ୍ତର । ବିଦେଶରେ ରହି କରୋନା ମୁକାବିଲାରେ ପ୍ରମୁଖ ଯୋଦ୍ଧାଭାବେ କାର୍ଯ୍ୟ କରୁଥିବା ବେଳେ ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ମଧ୍ୟ ମାତୃଭୂମି ଓ ଏଠାକାର ଜନସାଧାରଣଙ୍କ ଖିଆଲ ତା ମନରୁ ଯାଇ ନାହିଁ । ଅଞ୍ଚଳବାସୀଙ୍କୁ କରୋନା ଦାଉରୁ ରକ୍ଷା କରିବା ପାଇଁ ସେ ବିଦେଶରୁ ୧୫ଟି ଅକ୍ସିଜେନ କନସେନଟ୍ରେଟର ପଠାଇଥିବା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ଘାତକ ହୋଇଛି । ପ୍ରାୟତଃ ସଂକ୍ରମିତ ଅକ୍ସିଜେନ ଅଭାବରେ ପ୍ରାଣ ହରାଉଛନ୍ତି । ଦେଶରେ ମେଡିକାଲ ଅକ୍ସିଜେନ ତଥା ଅକ୍ସିଜେନ ତିଆରି ଯନ୍ତ୍ରାଂଶର ଅଭାବ ଦେଖାଦେଇଛି । ଛୋଟ ସହର ଓ ଗାଁ ଗଣ୍ଡାର ଅବସ୍ଥା ଆହୁରି ଖରାପ । ଅକ୍ସିଜେନର ଅଭାବକୁ ଦୂର କରିବା ପାଇଁ ସରକାରଙ୍କ ସମେତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା ତରଫରୁ ଚେଷ୍ଟା ଜାରି ରହିଛି । ଏଭଳି ସ୍ଥିତିରେ ବଲାଙ୍ଗିର ମାଟିର ପୁଅ ଡା. ଯୋଷୀ ଓ ସାଥୀ ନିଜସ୍ୱ ଉଦ୍ୟମରେ ଅଷ୍ଟ୍ରେଲିଆରୁ ବଲାଙ୍ଗିରକୁ ୧୫ଟି ଅକ୍ସିଜେନ କନ୍‌ସେନଟ୍ରେଟର ପଠାଇଥିବା ଖବର ପ୍ରକାଶିତ ହେବା ପରେ ସହରର ବିଭିନ୍ନ ମହଲରୁ ଡା ଯୋଷୀଙ୍କୁ ବେଶ ପ୍ରଶଂସା ମିଳୁଛି । ଅକ୍ସିଜେନ କନ୍‌ସେନଟ୍ରେଟର ମିଳିବା ପରେ ଜିଲ୍ଲାପାଳ ଶ୍ରୀ ଯୋଷୀଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ସେହିପରି ଜିଲ୍ଲା ଚିକିତ୍ସା ଅଧିକାରୀ ଅକ୍ସିଜେନ କନ୍‌ସେନଟ୍ରେଟର ଗ୍ରହଣ କରିବା ସହ ଏହା ଜିଲ୍ଲାରେ କରୋନା ମୁକାବିଲାକୁ ଆହୁରି ମଜବୁତ୍ କରିବ ବୋଲି କହିଛନ୍ତି । ପ୍ରକାଶ ଯେ, ଶ୍ରୀ ଯୋଷୀ ବଲାଙ୍ଗିର ବରପାଲି ପଡା ବାସିନ୍ଦା । ବଲାଙ୍ଗିରରେ ପ୍ରାରମ୍ଭିକ ପଢାପଢି ପରେ ବୁର୍ଲାରେ ଡାକ୍ତରି ପଢିଥିଲେ । ପରେ ଦିଲ୍ଲୀସ୍ଥିତ ଏମ୍‌ସରେ ଉଚ୍ଚଶିକ୍ଷା ଲାଭ କରିବା ପରେ ସେ ଅଷ୍ଟ୍ରେଲିଆରେ କାର୍ଯ୍ୟରତ ଅଛନ୍ତି । ତାଙ୍କର ଏହି ମହତ କାର୍ଯ୍ୟପାଇଁ ତାଙ୍କୁ ସାରା ଜିଲ୍ଲାରୁ ପ୍ରଶଂସାର ସୁଅ ଛୁଟୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking