30.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶଏମ୍‌ଡିଏଚ୍‌ର ସ୍ପଷ୍ଟୀକରଣ; ଆମ ମସଲା ୧୦୦% ସୁରକ୍ଷିତ

ଏମ୍‌ଡିଏଚ୍‌ର ସ୍ପଷ୍ଟୀକରଣ; ଆମ ମସଲା ୧୦୦% ସୁରକ୍ଷିତ

ନୂଆଦିଲ୍ଲୀ: ବେଶ୍ କିଛି ଦିନ ୨ କମ୍ପାନୀ ଏମ୍‌ଡିଏଚ୍ ଏବଂ ଏଭରେଷ୍ଟର ମସଲାକୁ ନେଇ ଚାଲିଥିବା ତର୍କ ବିତର୍କ ମଧ୍ୟରେ ଏମ୍‌ଡିଏଚ୍ ଆଜି ନିଜ ଆଡୁ ସ୍ପଷ୍ଟୀକରଣ ଦେଇଛି । ପ୍ରସିଦ୍ଧ ମସଲା ବ୍ରାଣ୍ଡ ଏମ୍‌ଡିଏଚ୍ ଶନିବାର ଗ୍ରାହକଙ୍କୁ ଆଶ୍ୱାସନା ଦେଇଛି । ତାଙ୍କ ମସଲା ଶହେ ପ୍ରତିଶତ ସୁରକ୍ଷିତ ବୋଲି କୁହାଯାଇଛି । ଏଥିସହ ତାଙ୍କ ମସଲାରେ କୀଟନାଶକ ଔଷଧ ଥିବା ଅଭିଯୋଗକୁ ଏମ୍‌ଡିଏଚ୍ ଖଣ୍ଡନ କରିବା ସହ ଏହାକୁ ଭିତ୍ତିହୀନ ବୋଲି କହିଛି ।

ସଂରକ୍ଷଣ ଠାରୁ ପ୍ରକ୍ରିୟାକରଣ ଏବଂ ପ୍ୟାକେଜିଂ ପର୍ଯ୍ୟନ୍ତ କୌଣସି ପର୍ଯ୍ୟାୟରେ ଏହାର ଉତ୍ପାଦରେ ଇଥିଲିନ ଅକ୍ସାଇଡ ବ୍ୟବହାର କରାଯାଉ ନାହିଁ । ଏହା ଉଭୟ ଘରୋଇ ଏବଂ ଆନ୍ତର୍ଜାତୀୟ ସ୍ତରରେ ସମସ୍ତ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ମାନଦଣ୍ଡକୁ କଠୋର ଭାବେ ପାଳନ କରେ ବୋଲି କମ୍ପାନୀ କହିଛି । ଏମ୍‌ଡିଏଚ୍ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଏପର୍ଯ୍ୟନ୍ତ ହଂକଂ କିମ୍ବା ସିଙ୍ଗାପୁରର ଖାଦ୍ୟ ନିରାପତ୍ତା ନିୟନ୍ତ୍ରକଙ୍କ ଆଣିଥିବା ଅଭିଯୋଗ ପ୍ରମାଣ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking