30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫ ଲକ୍ଷ ପାର, ଏ ଯାଏଁ ମୋଟ ୬୩,୪୯୮ ମୃତ୍ୟୁ

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫ ଲକ୍ଷ ପାର, ଏ ଯାଏଁ ମୋଟ ୬୩,୪୯୮ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମଧ୍ୟରେ ଅନଲକ-୪ ଆରମ୍ଭ ହୋଇସାରିଛି । ଅନଲକ-୪ ପାଇଁ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିସାରିଛନ୍ତି । ସେପ୍ଟେମ୍ବର ୭ରୁ ମେଟ୍ରୋ ସେବା ବି ଆରମ୍ଭ ହେବାକୁ ଯାଉଛି । ହେଲେ ସ୍କୁଲ, କଲେଜ, ସିନେମା ହଲ ବନ୍ଦ ରହିବ । ହେଲେ ଭାରତରେ କରୋନା ସଂକ୍ରମଣ ଗ୍ରାଫରେ କମିନାହିଁ । ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫ ଲକ୍ଷ ପାର୍ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ର ରିପୋର୍ଟ ଅନୁସାରେ, ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫,୪୨,୭୩୪ ରେ ପହଂଚିଛି । ସେହିପରି ୨୪ ଘଣ୍ଟାରେ ୯୪୮ ଜଣ କରୋନାରେ ପ୍ରାଣ ହାରିଥିବା ବେଳେ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୬୩,୪୯୮ରେ ପହଂଚିଛି । ଶନିବାର ୨୪ ଘଣ୍ଟା ମଧ୍ୟରେ ୭୬,୪୭୨ ନୂଆ ମାମଲା ସାମ୍ନାକୁ ଆସିଛି । ଚୀନର ଉହାନ ସହରରୁ ସମଗ୍ର ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସ ମହାମାରୀର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି । ।  ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ମଧ୍ୟ କରୋନାକୁ ସଫଳତାର ସହିତ ମୁକାବିଲା କରିପାରି ନାହିଁ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଅଧିକ ବିସ୍ତାର କରିଛି । ଏଠାରେ ୬୧ ଲକ୍ଷ ୩୮ ହଜାର ୬୮ ହଜାର ୯୭୭ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୮୬ ହଜାର ୮୫୫ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୩୪ ଲକ୍ଷ ୮ ହଜାର ୭୬୦ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୪୩ ହଜାର ୩୬୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୬ ହଜାର ୨୫ଜଣ ଗୁରୁତର ଅଛନ୍ତି ।

ଭାଇରସ ଯୋଗୁଁ ରବିବାର ସକାଳ ୬ଟା ୩୦ ସୁଦ୍ଧା ବିଶ୍ୱରେ ୨ କୋଟି ୫୧ ଲକ୍ଷ ୫୫ ହଜାର ୬୮୧ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୮ ଲକ୍ଷ ୪୫ ହଜାର ୯୫୬ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା କୋଟିଏ ୭୪ ଲକ୍ଷ ୯୯ ହଜାର ୫୫୩ ଜଣ ସୁସ୍ଥ ହୋଇଥିବା ବେଳେ ୬୮ ଲକ୍ଷ ୧୦  ହଜାର ୧୭୨ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୧ ହଜାର ୨୫୩ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking