30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଓଟିଭି ଉପରେ ଏବେ କ୍ରାଇମ୍ ବ୍ରାଂଚର କୋପ ଦୃଷ୍ଟି

ଓଟିଭି ଉପରେ ଏବେ କ୍ରାଇମ୍ ବ୍ରାଂଚର କୋପ ଦୃଷ୍ଟି

ଭୁବନେଶ୍ୱର : ଓଟିଭିର ଗୋଟିଏ ପରେ ଗୋଟିଏ କର୍ମଚାରୀଙ୍କୁ ଉଠାଉଛି କ୍ରାଇମ୍‌ବାଂଚ । ଆଜି ପୁଣି ଓଟିଭି ସିଏଫଓ୍‌ଙ୍କୁ ଉଠାଇ ନେଲା କ୍ରାଇମ୍‌ବାଂଚ । ବିନା କୌଣସି ନୋଟିସ୍ ରେ ଓଟିଭିର ସିଏଫଓ୍ ମନୋରଂଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍ ବାଂଚ ଉଠାଇନେଇଥିବା କହିଛନ୍ତି ମନୋରଂଜନଙ୍କ ମା । କିନ୍ତୁ ପଚାରାଉଚୁରା ପାଇଁ ନିଆଯାଇଥବା କହିଛନ୍ତି କ୍ରାଇମ ବାଂଚର ବରିଷ୍ଠ ଅଧିକାରୀ । ପୂର୍ବରୁ ମଧ୍ୟ ଏ ପ୍ରସଙ୍ଗରେ ଓଟିଭି ଅଫିସ୍‌ରେ ପଚରାଉଚୁରା କରିଥିଲା କ୍ରାଇମ୍ ବାଂଚ ।କିନ୍ତୁ ଜବରଦସ୍ତି ଘରେ ପଶି ଉଠାଇ ନେଇଥିବା କହିଛନ୍ତି ମନୋରଂଜନଙ୍କ ଝିଅ ଗାୟିତ୍ରୀ । ସେ କହିଛନ୍ତି ୫ ଜଣ ଆସିଲେ ଓ ଜବରଦସ୍ତି ବାପାଙ୍କୁ ଉଠାଇ ନେଲେ ଏବଂ ବାପା ଡାଇବେଟିକ୍ ପେସେଣଂଟ୍ ତାଙ୍କୁ ଔଷଧ ମଧ୍ୟ ଖାଇବାକୁ ଦେଲେ ନାହିଁ କି ନେବାକୁ ଦେଲେ ନାହିଁ । ବାପା ହାଇ ଡାଇବେଟିସ୍ ଏବଂ ସ୍ଲିପିଂ ପିଲ୍ ଖାଉଛନ୍ତି ,ସେ କିଛି ଖାଇ ନଥିଲେ ସେଥିପାଇଁ ୁ ଔଷଧ ଦେବାକୁ ଅନୁରୋଧ କରିଥିଲେ ମଧ୍ୟ କିଛି ନ ଶୁଣି ଉଠାଇ ନେଥ ଥିଲେ । ବାପାଙ୍କୁ କେଉଁଠାକୁ ନେଲେ କେଉଁଠାରେ ରଖିଛନ୍ତି କୌଣସି ସୂଚନା ମଧ୍ୟ ଦେଇନଥିବା କହିଛନ୍ତି ଗାୟତ୍ରୀ । ଏନେଇ ମନୋରଂଜନଙ୍କ ମାଆ ମଧ୍ୟ ବିକ୍ଷୋଭ ପ୍ରକାଶ କରିଛନ୍ତି ।ଏଠାରେ ପ୍ରଶ୍ନ ଉଠୁଛି ଯଦି ତାଙ୍କୁ ଖାଲି ପଚରାଉଚୁରା ପାଇଁ ନିଆଯାଇଛି ତେବେ ଏପରି ଅପରାଧୀ ଭଳି ବ୍ୟବହାର କ’ଣ ପାଇଁ କରାଯାଉଛି । ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ସରକାରଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତ ଏ ବିନାଶ କାଳେ ବିପରୀତ ବୁଦ୍ଧି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking