30.1 C
Bhubaneswar
Friday, April 26, 2024
Homeଓଡିଶାପୋଲାଭରମ ପ୍ରକଳ୍ପକୁ ପୁଣି  ବିରୋଧ

ପୋଲାଭରମ ପ୍ରକଳ୍ପକୁ ପୁଣି  ବିରୋଧ

ମାଲକାନଗିରି :  ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର  ପ୍ରଦେଶର ୱେଷ୍ଟ ଗୋଦାବରୀ  ଜିଲ୍ଲାରେ ୨୦୦୪ ମସିହାରେ ଏସିଆର ସର୍ବ ବୃହତ ପୋଲାଭରମ୍  ଜଳ ପ୍ରକଳ୍ପ  ଆରମ୍ଭ କରିଥିଲେ । ସେତେବେଳ ତତକାଳୀନ କେନ୍ଦ୍ର ସରକାର ଏହାକୁ  ଅନୁମୋଦନ  ଦେଇଥିଲେ। ଏହି ପ୍ରକଳ୍ପ ଦ୍ୱାରା ଆନ୍ଧ୍ରପ୍ରଦେଶରେ ବିଦ୍ୟୁତ୍ ଉତ୍ପାଦନ କରାଯାଇ ବଡ ବଡ ଶିଳ୍ପ ପ୍ରତିଷ୍ଠାନ  ପ୍ରତିଷ୍ଠା କରାଯାଇ ଜଳସେଚନ ପାଇଁ  ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି ।  କିନ୍ତୁ ପ୍ରକଳ୍ପର ଉଚ୍ଚତା  ଆନ୍ଧ୍ର ସରକାର ପ୍ରକଳ୍ପର ଜଳ ଧାରଣ ଉଚ୍ଚତା  ବୃଦ୍ଧି କରିବା ଦ୍ୱାରା ଜଳ ଭଣ୍ଡାରର ଜଳ ଆନ୍ଧ୍ର , ଓଡିଶା , ଛତିଶଗଡ ଏବଂ ତେଲେଙ୍ଗାନା ରାଜ୍ୟର  ଅନେକ ଅଂଚଳ ଜଳ ମଗ୍ନ ହେବା ସହ ହଜାର ହଜାର ବାସିନ୍ଦା ସେମାନଙ୍କ  ଜମି ,ଭିଟାମାଟି ହରାଇବେ । ଏଥିସହ ସହ ଅନେକ ଜଙ୍ଗଲ ନଷ୍ଟ ହେବ ।  ବିଶେଷ କରି ମାଲକାନଗିରି ଜିଲ୍ଲା ବହୁଳ ପରିମାଣରେ କ୍ଷତି ଗ୍ରସ୍ତ ହେବା ସହ ମାଲକାନଗିରି ଜିଲ୍ଲା ମାନଚିତ୍ରରୁ ଲୋପ ପାଇବ  ବୋଲି  ପିପୁଲ୍ସ ଏଗେଷ୍ଟ ପୋଲାଭରମ୍  ପ୍ରକଳ୍ପର ସଭାପତି   ପ୍ରଭାକର ହନ୍ତାଳ ଅଭିଯୋଗ କରିଛନ୍ତି ।

ଆଜି ଜିଲ୍ଲାର ମୋଟୁସ୍ଥିତ ବାତ୍ୟା ଆଶ୍ରୟ ସ୍ତଳୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସେ ଏହା ପ୍ରକାଶ କରିଛନ୍ତି। ଗତ ୧୯୮୬ ଓ ୨୦୦୬ ମସିହାରେ ପ୍ରବଳ ବର୍ଷାରେ  ମାଲକାନଗିରି ଜିଲ୍ଲାରେ ସୀମାନ୍ତ ସିଲେରୁ ଓ ସାବେରୀ ନଦୀର ଜଳ ନିଷ୍କାସନ ହୋଇନପାରି ମାଲକାନଗିରି ଜିଲ୍ଲାର ମାଥିଲି , କୋରୁକୋଣ୍ଡା ,  କାଲିମେଳା  ଏବଂ ପଡିଆ ବ୍ଲକର  ୧୩୦ ଟି ଗ୍ରାମ ଜଳ ମଗ୍ନ ହୋଇଥିଲା । ବର୍ତମାନ  ପୋଲାଭରମ୍  ଡ୍ୟାମ୍ କାର୍ଯ୍ୟ ଶେଷ ହୋଇଥିବା  ବେଳେ ଏହି ଡ୍ୟାମ୍‌ର ଜଳ ଧାରଣ କ୍ଷମତା  ବୃଦ୍ଧି ଯୋଗୁଁ ମାଲକାନଗିରି ଜିଲ୍ଲାରେ ୪ ଟି ପଂଚାୟତରେ ଥିବା ୨୦ ଟି ଗ୍ରାମ ଯଥା  ମୋଟୁ , ବାରିବାଂଛା , ବିନାୟକପୁର , ଆଲ୍‌ମା , ମୁରଲୀଗୁଡା ,  ରେଡିପଲ୍ , କତାଗୁଡା , ପିନାମାଦୁଗୁର , କମାଲାପୁରା , ମକାନାପାଲ୍ଲି , ଘର୍ଷାପାଲି , କୁର୍ଶନପାଲ୍ଲି , ନେଲ୍‌କୁଟା , ପେଟା , ଲଛିପୁରମ୍ , ଲଖନଗୁଡା , ଟେଟ୍ରାଇ , ଚିତମ୍‌ପେଂଟା , ଜେନେଲ୍‌ଗୁଡା , କଟମପାଲି , କାନ୍ଦରଗୁଡା  ଗ୍ରାମ ଜଳ ମଗ୍ନ ହେବ । ଏଥିସହ ସମସ୍ତ ଜଙ୍ଗଲ  , ଜମି   , ଭିଟାମାଟି ଲୋପ ପାଇବ ବୋଲି  ମୋଟୁ ସରପଂଚ  ସୋଡି ପଦା , ପୁଷୁଗୁଡା ସରପଂଚ ରେବା ରାମା , ମାଲାଭରମ ପଂଚାୟତ  ଉଇକୋ କିଟୋ , ତଣ୍ଡାବାଇ ପଂଚାୟତର ଲାଡି  ମାଡକାମି  ପ୍ରକାଶ କରିଛନ୍ତି ।

ବର୍ତମାନ  ପୋଲାଭରମ୍‌ର  ମାଟି ବନ୍ଧ ପ୍ରକଳ୍ପ  କାର୍ଯ୍ୟ ଆରମ୍ଭ ହୋଇଛି  ଏହି ମାଟି ବନ୍ଧ  ପ୍ରକଳ୍ପ ଶେଷ ହେଲେ ଡ୍ୟାମ୍‌ର  ପଛୁଆ ପାଣି ମାଲକାନଗିରି ଜିଲ୍ଲାକୁ ବୁଡାଇ ଦେବ ବୋଲି  ସଂଗଠନ  ଆଶଙ୍କା ପ୍ରକାଶ କରିଛି । ରାଜ୍ୟ ସରକାର ଏଥିନେଇ ସୁପ୍ରିମ୍ କୋର୍ଟରେ  ମାମଲା ରୁଜୁ କରିଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଆନ୍ତରିକତା ଅଭାବରୁ  ଏହି ମାମଲା  ଚୁଡାନ୍ତ ହୋଇପାରୁନାହିଁ । ପୋଲାଭରମ୍ ପ୍ରକଳ୍ପ ଜଳସେଚନ ଉଦ୍ଦେଶ୍ୟରେ  ଆନ୍ଧ୍ର ସରକାର ନିର୍ମାଣ କରୁଥିବା ପ୍ରକାଶ କରୁଥିବା ବେଳେ  କେବଳ ଜଳ ବିଦ୍ୟୁତ୍ ଉତ୍ପାଦନ ପାଇଁ  ଆନ୍ଧ୍ର ସରକାର ଏପରି ଚକ୍ରାନ୍ତ କରି ଥିବା ପୋଲାଭରମ୍ ପ୍ରକଳ୍ପ ବିରୋଧି  ମଂଚ ଅଭିଯୋଗ କରିଛି ।

ଏହି ପ୍ରକଳ୍ପ ପାଇଁ ତତପାଳୀନ ୟୂପି.ଏ ସରକାରଙ୍କ ସହ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କୁ ଦାୟୀ କରିଛନ୍ତି । ଯଦି ଆନ୍ଧ୍ର ସରକାର ପୋଲାଭରମ୍ ମାଟି ବନ୍ଧ ପ୍ରକଳ୍ପ ବନ୍ଦ ନ କରେ, ତେବେ ୪ ଟି ରାଜ୍ୟର  ବିସ୍ତାପିତ ହେବାକୁ ଥିବା ସ୍ଥାନୀୟ  ବାସିନ୍ଦାମାନଙ୍କୁ ନେଇ ସର୍ବଭାରତୀୟ ସ୍ତରରେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମଂଚର ଆନ୍ଧ୍ର ପ୍ରଦେଶର ସାଧାରଣ ସମ୍ପାଦକ ସୁନାମ ଭେଙ୍କେଟ ରାବଣା, ମଂଚର ଓଡ଼ିଶା ଉପ ସଭାପତି ଦାରୀ ଲିଙ୍ଗା, ଛତିଶଗଡ଼ର ସାଙ୍ଗଠନିକ ସମ୍ପାଦକ ପି.ବିଜୟ , ଓଡ଼ିଶା ଯୁଗ୍ମ ସମ୍ପାଦକ ଏ.ଡି.ଦେବ ଦାନମ, କାର୍ଯ୍ୟକାରୀ  ସଦସ୍ୟ  ତଥା ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking