37.1 C
Bhubaneswar
Friday, May 20, 2022
Homeଦେଶ ବିଦେଶହାଇକୋର୍ଟରେ ଟ୍ୱିଟର୍ ଇଣ୍ଡିଆ ଏମ୍‌ଡିଙ୍କୁ ଆଶ୍ୱସ୍ତି

ହାଇକୋର୍ଟରେ ଟ୍ୱିଟର୍ ଇଣ୍ଡିଆ ଏମ୍‌ଡିଙ୍କୁ ଆଶ୍ୱସ୍ତି

ବେଙ୍ଗାଲୁରୁ:  ଟ୍ୱିଟର୍ ଇଣ୍ଡିଆ ଏମ୍‌ଡି ମନୀଶ ମାହେଶ୍ୱରୀଙ୍କୁ ଶୁକ୍ରବାର କର୍ଣ୍ଣାଟକ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ସିଆର୍‌ପିସିର ୪୧ ଏ ଧାରା ଉତ୍ତର ପ୍ରଦେଶ ପୁଲିସ ମନୀଷଙ୍କୁ ପଠାଇଥିବା ସମନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ତେବେ ମନୀଷଙ୍କ ବୟାନ ଭର୍ଚୁଆଲ୍ ମାଧ୍ୟମରେ କିମ୍ବା ତାଙ୍କ ବାସଭବନ/ଅଫିସ୍ ଯାଇ ରେକର୍ଡ କରିପାରିବ ବୋଲି ହାଇକୋର୍ଟ ପୁଲିସକୁ ଅନୁମତି ଦେଇଛନ୍ତି । କର୍ଣ୍ଣାଟକ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଫଳରେ ମନୀଷଙ୍କୁ ଏବେ ଆଉ ଉତ୍ତର ପ୍ରଦେଶର ଘାଜିଆବାଦ ଜିଲ୍ଲା ଲୋନି ଥାନାକୁ ଯିବାକୁ ପଡ଼ିବ ନାହିଁ । ଏହି ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ତାଙ୍କୁ ଥାନାରେ ପହଞ୍ଚି ବୟାନ ରେକର୍ଡ କରାଇବାକୁ ଉତ୍ତର ପ୍ରଦେଶ ପୁଲିସ ସମନ ଜାରି କରିଥିଲା ।

ସୂଚନାଯୋଗ୍ୟ, ଏକ ଭାଇରାଲ୍ ଭିଡିଓକୁ ଭିତ୍ତିକରି ଘାଜିଆବାଦ ପୁଲିସ ଜୁନ୍ ୧୫ ତାରିଖରେ ଟ୍ୱିଟର୍ ଇଙ୍କ୍‌, ଟ୍ୱିଟର୍ କମ୍ୟୁନିକେସନ୍ସ ଇଣ୍ଡିଆ ପ୍ରା.ଲି (ଟ୍ୱିଟର୍ ଇଣ୍ଡିଆ) ସମେତ କେତେକ ନ୍ୟୁଜ୍ ୱେବ୍‌ସାଇଟ୍ ଓ ସାମ୍ବାଦିକଙ୍କ ନାମରେ ମାମଲା ରୁଜୁ କରିଥିଲା । ଏହି ଭିଡିଓରେ ଜଣେ ବୃଦ୍ଧ ବ୍ୟକ୍ତି ଅବ୍‌ଦୁଲ ଶମଦ ସେଇଫିଙ୍କୁ କେତେକ ଯୁବକ ପିଟିବା ସହିତ “ଜୟ ଶ୍ରୀରାମ\’ ଉଚ୍ଚାରଣ କରିବାକୁ କହିଥିବା ଅଭିଯୋଗ ହୋଇଥିଲା । ପୁଲିସ ଅନୁସାରେ ଏହି ଭିଡିଓ ସୋସିଆଲ୍ ମିଡିଆରେ ଘୂରିବୁଲିବା ଫଳରେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି ହେବାର ସମ୍ଭାବନା ଥିଲା । ଜୁନ୍ ୨୧ ତାରିଖରେ ଉତ୍ତର ପ୍ରଦେଶ ପୁଲିସ ମନୀଷଙ୍କୁ  ଏକ ସମନ ପଠାଇଥିଲା । ଜୁନ୍ ୨୪ ତାରିଖରେ ଲୋନି ଥାନାରେ ରିପୋର୍ଟ କରିବାକୁ ତାଙ୍କୁ ଏହି ସମନରେ କୁହାଯାଇଥିଲା । ଏହାର ବିରୋଧରେ ମନୀଷ କର୍ଣ୍ଣାଟକ ହାଇକୋର୍ଟରେ ଆବେଦନ କରିଥିଲେ । ଶୁକ୍ରବାର ଏହାର ଶୁଣାଣି କରି ହାଇକୋର୍ଟ ସମନକୁ ଖାରଜ କରିଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking